ପ୍ରମୂଖ ଖବର
  • ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ
  • ||
  • ଖୋର୍ଦ୍ଧା : ଖୋର୍ଦ୍ଧା ହଳଦିଆ କଲେଜ୍‌ରେ ଅଧ୍ୟକ୍ଷଙ୍କୁ ପିଟିଲେ ଅଧ୍ୟାପକ, ଥାନାରେ ମାମଲା
  • ||
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

କେନ୍ଦ୍ରାପଡ଼ାରେ ନବୀନଙ୍କ ପ୍ରଚାର, ବିରୋଧୀଙ୍କୁ କଲେ ଟାର୍ଗେଟ୍, ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ୍

କେନ୍ଦ୍ରାପଡ଼ା, ୨୭।୦୫ : କେନ୍ଦ୍ରାପଡ଼ାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର। ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ ଜନସଭାକୁ ସମ୍ବୋଧନ କଲେ ନବୀନ। ଏହାସହ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଲୋକଙ୍କୁ ପଚାରି ବୁଝିଲେ। କେନ୍ଦ୍ରାପଡ଼ା ଜନସଭାରେ ନବୀନ ସରକାରଙ୍କ ବିଭିନ୍ନ ଯୋଜନା ଭଲ କି ପଚାରିଛନ୍ତି। ଏହାସହ ଜୁଲାଇରୁ ଆଉ ବିଜୁଳି ବିଲ୍ ଆସିବ ନାହିଁ ବୋଲି ପ୍ରତିଶୃତି ଦେଇଛନ୍ତି। ନବୀନ କହିଛନ୍ତି ଯେ, ବିଜେଡି ସରକାର ମାଗଣା ବିଜୁଳି ଦେବ। 

ଏହି ସମୟରେ ନବୀନ ବିରୋଧୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ବିଗତ ଦିନରେ କେନ୍ଦ୍ରାପଡ଼ା ପାଇଁ ୨ ଥର ଜଣେ ସାଂସଦଙ୍କୁ ପଠାଇଥିଲି। ହେଲେ ସେ ନିଜ ଅଞ୍ଚଳ ପାଇଁ କାମ କରିବାର ତ ଦୂରର କଥା । ସେ ନିଜ କମ୍ପାନୀ ପାଇଁ କାମ କରିଲେ । ଆଉ ବିଶ୍ୱାସଘାତକା କରିଲେ । 

ସେହିପରି ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନ୍ କହିଛନ୍ତି ଯେ, କେନ୍ଦ୍ରାପଡ଼ାରେ ହେବ ସବୁଠୁ ବଡ଼ ଷ୍ଟିଲ୍ ପ୍ଲାଣ୍ଟ । ଏଥିପାଇଁ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ । ଏହାଦ୍ୱାରା ଅଞ୍ଚଳରେ ରୋଜଗାର ସୃଷ୍ଟି ହେବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.