ଭୁବନେଶ୍ବର,୦୩/୦୧: ଆଜି ଠାରୁ ଆରମ୍ଭ ହେଉଛି କୃଷି ଓଡ଼ିଶା-୨୦୨୫ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମିଳନୀର ଉଦଘାଟନ କରିଛନ୍ତି । ବରମୁଣ୍ଡା ପଡିଆରେ ଉଦଘାଟିତ ୩ ଦିନିଆ କାର୍ଯ୍ୟକ୍ରମରେ ୩୦ ଜିଲ୍ଲାର ଚାଷୀ ସାମିଲ ହୋଇଛନ୍ତି । କୃଷି ଓଡିଶା ସମ୍ମିଳନୀରେ ୨୦୦ରୁ ଅଧିକ ଷ୍ଟଲରେ ବିଭିନ୍ନ କୃଷିଜାତ ଦ୍ରବ୍ୟ ଓ କୃଷି ଯନ୍ତ୍ରପାତି ପ୍ରଦର୍ଶନ କରାଯାଇଛି । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୦ ହଜାର କୃଷକ, କୃଷିଜୀବୀ ମହିଳା, ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦକ ଗୋଷ୍ଠୀ, ଅଣସରକାରୀ ଗୋଷ୍ଠୀ, ପାଣି ପଞ୍ଚାୟତ ସଭ୍ୟ, କୃଷି ଉଦ୍ୟୋଗୀ, ରପ୍ତାନୀକାରୀ, ଛାତ୍ରଛାତ୍ରୀ ଓ ଗବେଷକବୃନ୍ଦ ଏଥିରେ ଅଂଶଗ୍ରହଣ କରିଛନ୍ତି । ନୂତନ ଜ୍ଞାନକୌଶଳ ନେଇ ଚାଷୀଙ୍କୁ ଟ୍ରେନିଂ ଦିଆଯିବ ।
ମହଙ୍ଗା ମାଡ଼ରେ ଖାଉଟି ଅଥୟ, ଦରବୃଦ୍ଧିକୁ ନେଇ ଆଜି ରା...