ପ୍ରମୂଖ ଖବର
  • ମୟୂରଭଞ୍ଜ : ସାପ କାମୁଡାରେ ଚାଲିଗଲା ୨ ମହିଳାଙ୍କ ଜୀବନ
  • ||
  • ଅନ୍ନଦାତାଙ୍କୁ ପିଏମ୍ କିଷାନ ଟଙ୍କା, ୯ କୋଟି ୭୧ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ତମ କିସ୍ତି
  • ||
  • ଅପରେସନ୍ ଅଖଲ; କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିପାତ
  • ||
  • କରଞ୍ଜିଆ: ବିଲ ମଝିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ; ମହିଳା ମୃତ, ପୁରୁଷ ଗୁରୁତର
  • ||
  • ଅପରେସନ୍ ଅଖଲ, ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ଆତଙ୍କୀ ନିପାତ
  • ||
  • ଢେଙ୍କାନାଳ : ଚାଷୀଙ୍କୁ ଦଳିଦେଲା ଦନ୍ତା, ମୁଣ୍ଡରୁ ଅଲଗା ହେଲା ଗଣ୍ଡି
  • ||
  • ବିଜେଡି ନେତା ରାଜା ଚକ୍ରଙ୍କୁ ୧୫ ଦିନ ଜାମିନ୍‌, ଶଶୁରଙ୍କ ଦଶାହ କର୍ମରେ ଯୋଗ ଦେବାକୁ ମିଳିଛି ଅନ୍ତରୀଣ ବେଲ୍
  • ||
  • ମହାନଦୀ ଜଳ ବିବାଦ, ଶନିବାର ଟ୍ରିବ୍ୟୁନାଲରେ ଶୁଣାଣି, ନିଷ୍ପତ୍ତି ଉପରେ ରହିଛି ଉଭୟ ରାଜ୍ୟର ନଜର
  • ||
  • ବ୍ରହ୍ମପୁର: ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ, ବାମ ଗୋଡ଼ରେ ବାଜିଛି ଗୁଳି
  • ||
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

ଜାନୁଆରୀ ୩୧ ଯାଏ ବଢ଼ିଲା ଇ-କେୱାଇସି ଅବଧି, ୫୦ ଲକ୍ଷ ହିତାଧିକାରୀ କରିନାହାନ୍ତି ଇ-କେୱାଇସି ଅପଡେଟ୍

Published By : Manoj | January 6, 2025 9:14 AM

ଭୁବନେଶ୍ୱର,୦୬/୦୧: ରାସନ କାର୍ଡ ହିତାଧିକାରୀଙ୍କ ଇ-କେୱାଇସି ଅପଡେଟ୍‌ କରିବାର ଅବଧି ଜାନୁଆରୀ ୩୧ ଯାଏ ବଢ଼ିଲା । ଏ ନେଇ ବିଭିନ୍ନ ଜିଲ୍ଲାର ଯୋଗାଣ ଅଧିକାରୀଙ୍କୁ  ଚିଠି ଲେଖିଛନ୍ତି ଯୋଗାଣ ବିଭାଗର ଅତିରିକ୍ତ  ସଚିବ । ଏ ପର୍ଯ୍ୟନ୍ତ ପ୍ରାୟ ୫୦ ଲକ୍ଷ ରାସନ କାର୍ଡ ହିତାଧିକାରୀ ଇ-କେୱାଇସି ଅପଡେଟ୍‌  କରିନାହାନ୍ତି । ତେଣୁ ଏମାନେ ମାଗଣା  ଚାଉଳରୁ ବଞ୍ଚିତ ହେବେ । ଗଣମାଧ୍ୟମରେ  ଏଭଳି ଖବର ପ୍ରକାଶ ପରେ ଯୋଗାଣ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ  ଡାକି ସମୀକ୍ଷା କରାଯାଇଛି। ସମୀକ୍ଷା ପରେ ଇ-କେୱାଇସି ଅବଧି ବୃଦ୍ଧି ପାଇଁ ନିଷ୍ପତ୍ତି  ହୋଇଛି। ଅବଧି ବୃଦ୍ଧି ସମ୍ପର୍କରେ ପଞ୍ଚାୟତ ସ୍ତରରେ  ବ୍ୟାପକ ପ୍ରଚାର, ପ୍ରସାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ଅପରପକ୍ଷେ, ଇ-କେୱାଇସି ଅପଡେଟ୍‌  କରିବାରେ ଇଣ୍ଟରନେଟ୍‌ ନେଟୱାର୍କ ସମସ୍ୟା ହେଉଛି । ହେଲେ ବିଭାଗ ପକ୍ଷରୁ ଜଣେ ବି ଯୋଗ୍ୟ ହିତାଧିକାରୀ ଯେମିତି ମାଗଣା ଚାଉଳ ପାଇବାରୁ  ବଞ୍ଚିତ ନହୁଅନ୍ତି, ସେଥିପାଇଁ ସବୁପ୍ରକାର ପ୍ରୟାସ ଚଳାଇବାକୁ କୁହାଯାଇଛି । କୌଣସି ହିତାଧିକାରୀ ରାସନ ପାଇଁ ଯାଇନପାରିଲେ, ନୋମିନିଙ୍କୁ ପଠାଇ ପାରିବେ ବୋଲି ବିଭାଗୀୟ ଚିଠିରେ କୁହାଯାଇଛି । ନୋମିନି ରାସନ ସଂଗ୍ରହ କରିବାକୁ ଗଲେ ପ୍ରକୃତ ହିତାଧିକାରୀଙ୍କ ମୋବାଇଲକୁ ଏକ ଓଟିପି ଯିବ । ସେହି  ଓଟିପି ଦେଇ ନୋମିନି ଜଣକ ପ୍ରକୃତ ହିତାଧିକାରୀଙ୍କ  ପାଇଁ ରାସନ ଉଠାଇ ପାରିବେ ବୋଲି କୁହାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.