ପ୍ରମୂଖ ଖବର
  • ଆୟର୍ଲାଣ୍ଡରେ ଭାରତୀୟ ନାଗରିକଙ୍କ ଉପରେ ଆକ୍ରମଣ ମାମଲା ବୃଦ୍ଧି, ସତକର୍ତା ଜାରି କଲା ଦୂତାବାସ
  • ||
  • ଓଲିଉଡ୍ ପାଇଁ ପୁଣି ଖୁସି ଖବର, ଓଡ଼ିଆ ଫିଲ୍ମ ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର
  • ||
  • ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ, ଧରାପଡ଼ିଲେ ରାଜସ୍ବ ବିଭାଗର ବରିଷ୍ଠ କିରାଣୀ
  • ||
  • ଶରଧାବାଲି ଦଳାଚକଟା ଘଟଣା: ଉନ୍ନୟନ କମିଶନରଙ୍କ ରିପୋର୍ଟକୁ ତର୍ଜମା କରୁଛନ୍ତି ମୁଖ୍ୟମନ୍ତ୍ରୀ
  • ||
  • ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ; ୭ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି
  • ||
  • ଅନୀଲ ଅମ୍ବାନୀଙ୍କୁ ଇଡ଼ି ସମନ, ୧୭ ହଜାର କୋଟି ଟଙ୍କାର ଋଣ ଠକେଇ ମାମଲାରେ ହେବ ପଚରାଉଚରା
  • ||
  • ବିଜେପିକୁ ବଡ଼ ଝଟ୍‌କା, ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ NDA ସହିତ ସମ୍ପର୍କ ଭାଙ୍ଗିଲା ଓପିଏସ୍‌
  • ||
  • କୋରିଅର୍‌ ସଂସ୍ଥାରେ ମିଳିତ ଚଢ଼ାଉ, ୧୭ ହଜାର ବୋତଲ କଫ୍‌ ସିରପ୍‌ ଜବତ
  • ||
  • ଶୁକ୍ରବାର ବିଏଡ୍‌ ପ୍ରବେଶିକା ପରୀକ୍ଷା ଫଳ, ୮ରେ ପ୍ରଥମ ପର୍ଯ୍ୟାୟ ସିଟ୍‌ ଆବଣ୍ଟନ, ୧୧ରୁ ନାମଲେଖା
  • ||
  • ଦିଗପହଣ୍ଡି : ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରି ଟ୍ୟୁସନ ସାର୍ ଗିରଫ
  • ||
  • ଫୁଟିଲା ଟାରିଫ୍ ବୋମା; ୧୦ରୁ ୪୧% ଯାଏ ରେସିପ୍ରୋକାଲ ଟାରିଫ୍ ଆଦେଶ ଉପରେ ଟ୍ରମ୍ପଙ୍କ ସାଇନ୍, ଭାରତ ସମେତ ୭୦ ଦେଶ ଉପରେ ପଡିବ ପ୍ରଭାବ
  • ||
  • ୩ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା, ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||
  • ରାଜ୍ୟରେ ଏବେ କାଁ ଭାଁ ବର୍ଷା ସମ୍ଭାବନା, ବଢ଼ିବ ତାପମାତ୍ରା: ଆଜି ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଶରଧାବାଲି ଦଳାଚକଟା ଘଟଣା: ଉନ୍ନୟନ କମିଶନରଙ୍କ ରିପୋର୍ଟର ତର୍ଜମା କରୁଛନ୍ତି ମୁଖ୍ୟମନ୍ତ୍ରୀ

Published By : Manoj | August 1, 2025 1:18 PM

ପୁରୀ/ଭୁବନେଶ୍ୱର,୦୧/୦୮:  ଶରଧାବାଲି ଦଳାଚକଟା ସଂପର୍କରେ ତଦନ୍ତ ରିପୋର୍ଟ ସରକାରଙ୍କୁ ମିଳିଛି ।  ଏ ଘଟଣାର ତଦନ୍ତ କରିଥିବା ଉନ୍ନୟନ  କମିଶନର ଅନୁ ଗର୍ଗ ଗୁରୁବାର ରିପୋର୍ଟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦାନ କରିଛନ୍ତି । ରିପୋର୍ଟକୁ ମୁଖ୍ୟମନ୍ତ୍ରୀ ତର୍ଜମା କରୁଛନ୍ତି । ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ମୁଖ୍ୟମନ୍ତ୍ରୀ ତାର ନିଷ୍ପତ୍ତି ନେବେ । ତେଣୁ ଆମକୁ ଅପେକ୍ଷା କରିବାକୁ ପଡିବ । ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।  

ଶ୍ରୀଗୁଣ୍ଡିଚା ପରଦିନ (୨୯ ଜୁନ୍‌)  ଶରଧାବାଲିରେ ରଥାରୁଢ଼ ଶ୍ରୀଜିଉଙ୍କୁ  ଦର୍ଶନ କରିବାକୁ ଭକ୍ତଙ୍କ ଅସମ୍ଭବ  ଭିଡ଼ ହେବାରୁ ପୁଲିସ ଏହାକୁ ନିୟନ୍ତ୍ରଣ  କରିପାରିନଥିଲା । ଦଳାଚକଟା ପରିସ୍ଥିତି  ଉପୁଜି ୩ ଜଣଙ୍କର ମୃତ୍ୟୁ ହେବା  ସହ ୧୨ରୁ ଅଧିକ ଶ୍ରଦ୍ଧାଳୁ ଆହତ  ହୋଇଥିଲେ । ଘଟଣାର ଗମ୍ଭୀରତାକୁ  ଦେଖି ଏହାର ତଦନ୍ତ ପାଇଁ ଉନ୍ନୟନ  କମିଶନରଙ୍କୁ ସରକାର ଦାୟିତ୍ୱ ଦେଇଥିଲେ । ଉନ୍ନୟନ କମିଶନର  ଏ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନରେ  କାର୍ଯ୍ୟରତ ଅଧିକାରୀ ଓ ପୁଲିସ  ଅଧିକାରୀଙ୍କ ବୟାନ ରେକର୍ଡ କରିଥିଲେ ।  ତଦନ୍ତ କମିଟି ଭୁବନେଶ୍ୱରରେ  ଗୋଟିଏ ଓ ପୁରୀ ସର୍କିଟ ହାଉସ୍‌ରେ  ୩ଟି ବୈଠକ କରିଥିଲେ । ଘଟଣା  ସମୟର ପ୍ରତ୍ୟକ୍ଷଦର୍ଶୀ ବା ଏବାବଦରେ ଘଟଣାସ୍ଥଳରେ ଥିବା ସମସ୍ତ ବର୍ଗର  ବ୍ୟକ୍ତି ବିଶେଷଙ୍କ ସମେତ ଡ୍ୟୁଟିରେ  ମୁତୟନ ବିଭିନ୍ନ ବିଭାଗର ଅଧିକାରୀଙ୍କ  ଠାରୁ ତଦନ୍ତକାରୀ ଅଧିକାରୀ ବୟାନ  ନେଇଛନ୍ତି । କେଉଁଠି ଭୁଲ ରହିଲା  ଓ କିଏ ପ୍ରକୃତରେ ଭୁଲ କରିବାରୁ  ଏତେବଡ଼ ଅଘଟଣ ଘଟିଲା ତାହା  ଜାଣିବାକୁ ତଦନ୍ତ ବେଳେ କମିଟି  ଉଦ୍ୟମ କରିଥିଲେ । ପ୍ରାୟ ୬୭  ଜଣଙ୍କର ସାକ୍ଷ୍ୟପ୍ରମାଣ ଗ୍ରହଣ  କରିଥିଲେ ଉନ୍ନୟନ କମିଶନର ।  

ଏହି ମାମଲାରେ ଅତିରିକ୍ତ ମୁଖ୍ୟ  ସଚିବ ତଥା ଉନ୍ନୟନ କମିଶନର  ଶ୍ରୀମତୀ ଗର୍ଗଙ୍କୁ ତଦନ୍ତରେ ସହଯୋଗ  କରିବାକୁ ଅନ୍ୟ ୪ ଅଧିକାରୀଙ୍କୁ ସରକାର ନିଯୁକ୍ତ କରିଥିଲେ । ମାସକରେ  ରିପୋର୍ଟ ଦେବାକୁ ସରକାରଙ୍କ ନିର୍ଦ୍ଦେଶ  ଥିଲା ବେଳେ ଅଘଟଣ ପରଦିନଠାରୁ  ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।  ଏହି ଘଟଣାରେ ତତ୍କାଳୀନ ଜିଲ୍ଲାପାଳ  ଓ ଏସ୍‌ପିଙ୍କୁ ବଦଳି କରାଯାଇଥିଲା ।  ସେହିପରି ଅନ୍ୟ ଦୁଇ ପୁଲିସ ଉଚ୍ଚ ଅଧିକାରୀଙ୍କୁ ଚାକିରିରୁ ନିଲମ୍ବିତ  କରାଯାଇଥିଲା । ମୃତକଙ୍କ ପରିବାରକୁ  ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୨୦ ଲକ୍ଷ ଲେଖାଏଁ  ସହାୟତା ପ୍ରଦାନ କରାଯାଇଥିଲା ।  ଧାର୍ଯ୍ୟ ସମୟରେ ତଦନ୍ତ ରିପୋର୍ଟ  ଦାଖଲ ହୋଇଥିବାବେଳେ ରିପୋର୍ଟରେ  କ’ଣ ରହିଛି ତାହା ଜଣାପଡିନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.