ଭୁବନେଶ୍ବର,୩୧/୭ : ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲୟଜ୍ ଲିମିଟେଡ୍(ଇମ୍ଫା), ଦେଶର ପ୍ରମୁଖ ଫେରୋ ଆଲୟଜ୍ ଉତ୍ପାଦକ ଡକ୍ଟର ବି କେ ମିଶ୍ରଙ୍କୁ କମ୍ପାନୀର ଅଣ- କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛି । ଡକ୍ଟର ବି କେ ମିଶ୍ର ଏନଆଇଟି ରାଉରକେଲାର ଜଣେ ମେଟାଲଲୁରଜିକାଲ୍ ଇଞ୍ଜିନିୟର ଏବଂ ଯୁକ୍ତରାଷ୍ଟ୍ରର ଉଟାହ ବିଶ୍ବବିଦ୍ୟାଳୟରୁ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି ।
ସେ ଆଇଆଇ କାନପୁରରେ ପାଠପଢା କରିଥିଲେ ଏବଂ ଶିକ୍ଷା କ୍ଷେତ୍ରରେ ଅନ୍ୟାନ୍ୟ । ପ୍ରମୁଖ ପଦବୀରେ ରହିଥିଲେ ଏବଂ ମାର୍ଚ୍ଚ ୨୦୨୪ରେ ସ୍ବାଧୀନ ନିର୍ଦେଶକ ଭାବରେ ବୋର୍ଡ଼ରେ ଯୋଗ ଦେଇଥିଲେ । ଡକ୍ଟର ମିଶ୍ର ଧାତୁ ବିଜ୍ଞାନ, ବସ୍ତୁ ବିଜ୍ଞାନ ଏବଂ ଶିଳ୍ପ ଗବେଷଣା ଏବଂ ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ଅନେକ ପୁରସ୍କାର ପାଇଛନ୍ତି । ଯେଉଁଥିରେ ଶିକ୍ଷା, ଗବେଷଣା ଏବଂ ସମାଜରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରିତିଷ୍ଠିତ ଆଇଇଇଇଆଇଏଏସ ଗ୍ଲୋବାଲ୍ ଲାଇଫଟାଇମ୍ ଆଚିଭମେଣ୍ଟ ପୁରସ୍କାର ମଧ୍ୟ ଅନ୍ତର୍ଭୁକ୍ତ ।