ପ୍ରମୂଖ ଖବର
  • ଆୟର୍ଲାଣ୍ଡରେ ଭାରତୀୟ ନାଗରିକଙ୍କ ଉପରେ ଆକ୍ରମଣ ମାମଲା ବୃଦ୍ଧି, ସତକର୍ତା ଜାରି କଲା ଦୂତାବାସ
  • ||
  • ଓଲିଉଡ୍ ପାଇଁ ପୁଣି ଖୁସି ଖବର, ଓଡ଼ିଆ ଫିଲ୍ମ ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର
  • ||
  • ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ, ଧରାପଡ଼ିଲେ ରାଜସ୍ବ ବିଭାଗର ବରିଷ୍ଠ କିରାଣୀ
  • ||
  • ଶରଧାବାଲି ଦଳାଚକଟା ଘଟଣା: ଉନ୍ନୟନ କମିଶନରଙ୍କ ରିପୋର୍ଟକୁ ତର୍ଜମା କରୁଛନ୍ତି ମୁଖ୍ୟମନ୍ତ୍ରୀ
  • ||
  • ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ; ୭ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି
  • ||
  • ଅନୀଲ ଅମ୍ବାନୀଙ୍କୁ ଇଡ଼ି ସମନ, ୧୭ ହଜାର କୋଟି ଟଙ୍କାର ଋଣ ଠକେଇ ମାମଲାରେ ହେବ ପଚରାଉଚରା
  • ||
  • ବିଜେପିକୁ ବଡ଼ ଝଟ୍‌କା, ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ NDA ସହିତ ସମ୍ପର୍କ ଭାଙ୍ଗିଲା ଓପିଏସ୍‌
  • ||
  • କୋରିଅର୍‌ ସଂସ୍ଥାରେ ମିଳିତ ଚଢ଼ାଉ, ୧୭ ହଜାର ବୋତଲ କଫ୍‌ ସିରପ୍‌ ଜବତ
  • ||
  • ଶୁକ୍ରବାର ବିଏଡ୍‌ ପ୍ରବେଶିକା ପରୀକ୍ଷା ଫଳ, ୮ରେ ପ୍ରଥମ ପର୍ଯ୍ୟାୟ ସିଟ୍‌ ଆବଣ୍ଟନ, ୧୧ରୁ ନାମଲେଖା
  • ||
  • ଦିଗପହଣ୍ଡି : ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରି ଟ୍ୟୁସନ ସାର୍ ଗିରଫ
  • ||
  • ଫୁଟିଲା ଟାରିଫ୍ ବୋମା; ୧୦ରୁ ୪୧% ଯାଏ ରେସିପ୍ରୋକାଲ ଟାରିଫ୍ ଆଦେଶ ଉପରେ ଟ୍ରମ୍ପଙ୍କ ସାଇନ୍, ଭାରତ ସମେତ ୭୦ ଦେଶ ଉପରେ ପଡିବ ପ୍ରଭାବ
  • ||
  • ୩ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା, ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||
  • ରାଜ୍ୟରେ ଏବେ କାଁ ଭାଁ ବର୍ଷା ସମ୍ଭାବନା, ବଢ଼ିବ ତାପମାତ୍ରା: ଆଜି ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଟୁଇନ୍‌ସିଟିରେ ନିଷିଦ୍ଧ କଫ୍‌ ସିରପ୍: କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ର ମିଳିତ ଚଢ଼ଉ, ୧ କୋଟି ଟଙ୍କାର କଫ୍‌ ସିରପ୍‌ ଜବତ

Published By : Manoj | August 1, 2025 8:49 AM

ଭୁବନେଶ୍ୱର/କଟକ,୦୧/୦୮: ଟୁଇନସିଟିରେ କ୍ରାଇମ୍‌ ବ୍ରାଞ୍ଚାର ଏସଟିଏଫ୍‌ର ମାରାଥନ୍ ଚଢ଼ାଉ । କଟକ ପରେ ଭୁବନେଶ୍ବରରେ ରାତି ଅଧିଆ ରେଡ୍ ହୋଇଥିଲା । ଚଢ଼ାଉ ବେଳେ ବିପୁଳ ପରିମାଣ ଘାତକ କଫ ସିରଫ ଜବତ  ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ଜଣାପଡିଛି। 

ସୂଚନା ଅନୁଯାୟୀ,  ଗଳି କନ୍ଦିରେ  ବିକ୍ରି ହୋଇଥିଲା କଫ୍‌ ସିରପ୍‌ । ନିଶାଡି  ମାନେ ମନଇଚ୍ଛା ବ୍ୟବହାର କରୁଥିଲେ ।  ଖବର ପାଇ କ୍ରାଇମ୍‌ ବ୍ରାଞ୍ଚାର ଏସ୍‌ଟିଏଫ୍‌  ଚଢ଼ଉ କରି ୧ କୋଟି ଟଙ୍କାର କଫ୍‌ ସିରପ୍‌  ଜବତ କରିଛି । ଜବତ ହୋଇଥିବା ଏହି  କଫ୍‌ ସିରପକୁ ବିକ୍ରି ପାଇଁ ସରକାର ଗତ କିଛି ମାସ ତଳେ ବ୍ୟାନ୍‌ କରିଥିଲେ । ଏହି ଘଟଣାରେ ୬ ଜଣ ବ୍ୟବସାୟୀଙ୍କୁ ଏସ୍‌ଟିଏଫ୍‌  ଧରି ପଚରାଉଚରା କରୁଛି । ଏମାନଙ୍କ  ମଧ୍ୟରୁ ଦୁଇ ଜଣ ଔଷଧ ବ୍ୟବସାୟୀ ଥିବା  ଏସ୍‌ଟିଏଫ୍‌ କହିଛି । 

ନିଶା ମାଫିଆମାନେ  କିଛି ଦିନ ତଳେ ରାଜ୍ୟ ବାହାରୁ ଏକାଧିକ  ଟ୍ରକ୍‌ରେ କଫ୍‌ ସିରପ୍‌ ଆଣି କଟକ ଓ  ଭୁବନେଶ୍ୱର ବିଭିନ୍ନ ଅଞ୍ଚଳରେ ଗଚ୍ଛିତ ରଖି  ବେପାର କରୁଥିଲେ । ନିଶା ମାଫିଆମାନଙ୍କୁ  ଖୁଚୁରା ଆକାରରେ ବିକ୍ରି କରୁଥିଲେ । ଏ  ବିଷୟରେ ଖବର ପାଇଥିଲା ଏସ୍‌ଟିଏଫ୍‌ । ସେମାନଙ୍କୁ ଧରିବା ପାଇଁ ଏସ୍‌ଟିଏଫ୍‌ ଆରମ୍ଭ  କରିଥିଲା ତନାଘତନା । ତଦନ୍ତ ସମୟରେ ଜଣାପଡ଼ିଥିଲା ଭୁବନେଶ୍ୱର ଠାରୁ ଅଧିକ ପରିମାଣରେ କଫ୍‌ ସିରପ୍‌ କଟକରେ ଗଚ୍ଛିତ  ରହିଛି । ପରେ ରାଜ୍ୟ ବାହାରୁ ଆସୁଥିବା ଏକ ପାର୍ସଲ୍‌କୁ ଏସ୍‌ଟିଏଫ୍‌ ଟିମ୍‌ ଟ୍ରାକ୍‌  କରିଥିଲା । ପାର୍ସଲଗୁଡ଼ିକ ନିଉ ଏଲ୍‌ଆଇସି କଲୋନୀରେ ଥିବା ଉକ୍ତ କୋରିଅର୍‌ ସଂସ୍ଥାର କାର୍ଯ୍ୟାଳୟରେ ପହଞ୍ଚିବା ପରେ ଏସ୍‌ଟିଏଫ୍‌ ଟିମ୍‌, କଟକ ଜିଲ୍ଲା ପ୍ରଶାସନ, ବାଦାମବାଡ଼ି ଥାନା ପୁଲିସ  ଓ ଡ୍ରଗସ୍‌ କଣ୍ଟ୍ରୋଲରଙ୍କ ପକ୍ଷରୁ ମିଳିତ ଭାବେ ଚଢ଼ଉ କରାଯାଇଥିଲା।   ଗୁରୁବାର ଅପରାହ୍ଣ ୧ ଟାରୁ  ରାତି ୯ଟା ପର୍ଯ୍ୟନ୍ତ ରେଡ୍  ଚାଲିଥିଲା । ୯ଟି ସ୍ଥାନରେ ଚଢ଼ଉ କରିବା  ସମୟରେ ୨୮ ହଜାର ବୋଲତ ଅର୍ଥାତ ୨୭  ଶହ ଲିଟର କଫ୍‌ ସିରପ ଜବତ କରାଯାଇଛି ।  ଯାହାର ବଜାର ମୂଲ୍ୟ ୧ କୋଟି ଟଙ୍କାରୁ  ଅଧିକ ହେବ ବୋଲି ଏସ୍‌ଟିଏଫ୍‌ ଏସ୍‌ପି  ଆର. ଶତପଥୀ ସୂଚନା ଦେଇଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.