ଭୂବନେଶ୍ବର,୦୨/୦୨: ଆଜି ପବିତ୍ର ବସନ୍ତ ପଞ୍ଚମୀ । ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମା' ସରସ୍ବତୀ । ମା'ଙ୍କ ଆଗାମନ ଅର୍ଥାତ ସରସ୍ବତୀ ପୂଜା ନେଇ ସବୁଠି ଆନନ୍ଦ ଉତ୍ସାହ । ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜା ପାଳନ କରାଯାଇଥାଏ । ମା’ସରସ୍ବତୀଙ୍କୁ ବାଗଦେବୀ, ଭଗବତୀ, ଶାରଦା, ବୀଣାବାଦିନୀ ରୂପରେ ପୂଜା କରାଯାଇଥାଏ ।
ତେବେ ପବିତ୍ର ବସନ୍ତ ପଞ୍ଚମୀ ଓ ସରସ୍ଵତୀ ପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ବିଦ୍ୟାଦାୟିନୀ ମା' ସରସ୍ଵତୀଙ୍କ ଅପାର କୃପାରୁ ବିଦ୍ୟାର୍ଥୀଙ୍କ ଜୀବନ ଜ୍ଞାନର ଆଲୋକରେ ଆଲୋକିତ ହେଉ। ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ, ଏତିକି ପ୍ରାର୍ଥନା ବୋଲି ସୋସିଆଲ ମିଡିଆ ଆକାଉଣ୍ଟରେ ଟ୍ବିଟ କରି କହିଛନ୍ତି ।
ପବିତ୍ର ବସନ୍ତ ପଞ୍ଚମୀ ଓ ସରସ୍ଵତୀ ପୂଜା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ବିଦ୍ୟାଦାୟିନୀ ମା' ସରସ୍ଵତୀଙ୍କ ଅପାର କୃପାରୁ ବିଦ୍ୟାର୍ଥୀଙ୍କ ଜୀବନ ଜ୍ଞାନର ଆଲୋକରେ ଆଲୋକିତ ହେଉ। ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ, ଏତିକି ପ୍ରାର୍ଥନା#VasantPanchami pic.twitter.com/2LPwXlV7cZ
— Mohan Charan Majhi (@MohanMOdisha) February 2, 2025
ତେବେ ଋତୁରାଜ ବସନ୍ତ ମନ୍ଦ ମଳୟରେ ଫୁଲର ସୁରଭି ଭରି ସ୍ୱାଗତ କରେ ବିଦ୍ୟାଦାୟିନୀ ମା' ସରସ୍ବତୀଙ୍କୁ । ମା' ସରସ୍ୱତୀ ଶୁକ୍ଳ ବସ୍ତ୍ର ପରିଧାନ କରି କର୍ଣ୍ଣରେ ରତ୍ନବିଭୂଷିତ କୁଣ୍ଡଳ ଧାରଣ କରି ଗଳାରେ ଗଜମୋତି ଏବଂ ମୁକ୍ତାହାର ପିନ୍ଧି ଓ ହସ୍ତରେ ବୀଣା ଓ ପୁସ୍ତକ ଧାରଣ କରି ପଦ୍ମାସନରେ ଶ୍ୱେତପଦ୍ମ ଉପରେ ଅଧିଷ୍ଠାତ୍ରୀ ହୁଅନ୍ତି । ବସନ୍ତ ପଞ୍ଚମୀ ଦିନଠାରୁ ଆରମ୍ଭ ହୁଏ ବସନ୍ତ ଋତୁ । ଦେବୀ ସରସ୍ବତୀଙ୍କୁ ପୂଜା କରିବା ଦ୍ବାରା ଜ୍ଞାନ ବଢିଥାଏ । ବିଶେଷକରି ଛାତ୍ରଛାତ୍ରୀମାନେ ମାଆଙ୍କୁ ବିଧିବିଧାନର ସହ ପୂଜା କରିଥାଆନ୍ତି । ତାଙ୍କ କରୁଣା ବିନା ସାଧକ ଏକ୍ଷେତ୍ରରେ ସଫଳତା ପାଇ ନଥାନ୍ତି । ମା'ଙ୍କ ଆଶୀର୍ବାଦ ଥିଲେ ଜୀବନର ସବୁ ପରୀକ୍ଷାରେ ସଫଳତା ମିଳେ । ଖାଲି ସେତିକି ନୁହେଁ ସରସ୍ବତୀ କଣ୍ଠରେ ବିରାଜିଲେ ଜଣେ ଉତ୍ତମ ଗାୟକ ହୋଇପାରେ ବିଶ୍ବାସ ରହିଛି ।