ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଟିକିଟକ୍ ଭିଡିଓ ପାଇଁ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

ଭାପୁର,୨୧।୭ : ଫତେଗଡ ଥାନା ଅନ୍ତର୍ଗତ ବିଜିପୁର ପଞ୍ଚାୟତ ସୁନାଖଳା ଗ୍ରାମର ଜଣେ ଦଶମ ଶ୍ରେଣୀର ଛାତ୍ରୀ ଟିକିଟକ୍ ଭିଡିଓ ପାଇଁ ବିଷ ପିଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଯେ, ଆଜିକାଲି ସ୍ମାର୍ଟ ଯୁଗରେ ସମସ୍ତେ ମୋବାଇଲ ବ୍ୟବହାର କରୁଛନ୍ତି। ଏହି ମୋବାଇଲ ଯୋଗୁ ଜଣେ ଛାତ୍ରୀର ଜୀବନ ଚାଲି ଯାଇଛି। ସୁନାଖଳା ଗ୍ରାମର ଅନନ୍ତ ଚରଣ ମଲ୍ଲିକ ଝିଅ ଗାୟତ୍ରୀ ମଲ୍ଲିକ (୧୪) ଦଶମ ଶ୍ରେଣୀର ଛାତ୍ରୀ ଅଟନ୍ତି । ସେ ଘରେ ମୋବାଇଲରେ ଟିକଟକ୍ ଭିଡିଓ ସୁଟି° କରୁଥିବା ବେଳେ ବାପା ଏହାକୁ ବାରଣ କରି ପାଠ ପଢିବା ପାଇ ତାଗିଦ୍ କରିଥିଲେ । ଏହାକୁ ନେଇ ଝିଅ ଗାୟତ୍ରୀ ଆଜି ସକାଳ ସମୟରେ ବିଷପିଇ ଦେଇଥିଲେ । ପରିବାର ଲୋକେ ଚିକିତ୍ସା ପାଇ ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ‌ । ଅବସ୍ଥା ସଙ୍କଟାପନ୍ନ ହେବାରୁ ଖୋର୍ଦ୍ଧା ମେଡିକାଲକୁ ଡାକ୍ତର ସ୍ଥାନାସ୍ଥରିତ କରିଥିଲେ । ସେଠାରେ ଚିକିତ୍ସା ସମୟରେ ଛାତ୍ରୀଙ୍କର ମୃତ୍ୟୁ ଘଟିଥିଲା । ଖୋର୍ଦ୍ଧା ପୋଲିସ ପହଞ୍ଚି ଶବ ଜବତ କରିବା ସହିତ ଆସନ୍ତାକାଲି ଶବ ବ୍ୟବଛେଦ ହେବ ବୋଲି ପରିବାରଙ୍କ ଠାରୁ ସୂଚନା ମିଳିଛି । ଏହାକୁ ନେଇ ସୁନାଖଳା ଗ୍ରାମରେ ଶୋକାକୂଳ ପରିବେଷ ସୃଷ୍ଟି ହୋଇଛି ।

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.