ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

୩୨୩ ଜଣ ଚୀନ୍ ନାଗରିକଙ୍କୁ ମୃତ୍ୟୁଦଣ୍ଡ ଦେବେ ଜିନପିଙ୍ଗ୍ ସରକାର, ତାଇଓ୍ବାନକୁ ସ୍ବାଧୀନ କରିବାକୁ ସହଯୋଗ କରୁଥିବା ଅଭିଯୋଗ…

Published By : Prameya | March 27, 2025 5:04 PM

ନୂଆଦିଲ୍ଲୀ: ଚୀନ୍ ବୁଧବାର ଏକ ଇ-ମେଲ୍ ଆଇଡି ଜାରି କରିଛି।ଏଥିରେ କିଛି ଚୀନ୍ ନାଗରିକଙ୍କ ନାମ ରହିଛି। ଅଭିଯୋଗ ହୋଇଛି ଯେ,ଏହି ଲୋକମାନେ ତାଇଓ୍ବାନକୁ ସ୍ବାଧୀନ ଭାବରେ ଦେଖିବାକୁ ସମର୍ଥନ ଜଣାଇଛନ୍ତି । କେବଳ ଏତିକି ନୁହେଁ ସ୍ୱାଧୀନ ଦେଖିବାକୁ ଚାହୁଁଥିବା ଲୋକଙ୍କ ବିଷୟରେ ସୂଚନା ଦେବାକୁ ମଧ୍ୟ କୁହାଯାଇଛି, ଯେଉଁମାନେ କି ଚୀନ୍ ବିରୋଧରେ କାମ କରୁଛନ୍ତି। CGTN ଅନୁଯାୟୀ, ଏପର୍ଯ୍ୟନ୍ତ ସେହି ମେଲ୍ ଆଇଡିରେ ୩୨୩ ଜଣଙ୍କ ନାମ ଆସିଛି। ଚୀନରେ ଦେଶଦ୍ରୋହର ଦଣ୍ଡ ହେଉଛି ମୃତ୍ୟୁ। ଏବେ ଏହି ଲୋକଙ୍କ ବିରୁଦ୍ଧରେ ତଦନ୍ତ କରାଯିବ। ଯଦି କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇପାରେ।

ଷ୍ଟେଟ୍ କାଉନସିଲ୍ ତାଇୱାନ ବ୍ୟାପାର କାର୍ଯ୍ୟାଳୟର ମୁଖପାତ୍ର ଚେନ୍ ବିନ୍ହୁଆ କହିଛନ୍ତି ଯେ, ରିପୋର୍ଟ କରାଯାଇଥିବା ଲୋକଙ୍କ ମଧ୍ୟରେ କିଛି ତାଇୱାନ ରାଜନୈତିକ ବ୍ୟକ୍ତି, ସଂଗଠନ ପ୍ରାୟୋଜକ ଏବଂ "ତାଇୱାନ ସ୍ୱାଧୀନତା" ପାଇଁ ସମର୍ଥନ କରୁଥିବା ଇଣ୍ଟରନେଟ୍ ପ୍ରଭାବଶାଳୀ ବ୍ୟକ୍ତି ସାମିଲ ଅଛନ୍ତି। 

ଚେନ୍ କହିଛନ୍ତି ଯେ ସମ୍ପୃକ୍ତ ଚୀନ୍ କର୍ତ୍ତୃପକ୍ଷ ତଥ୍ୟ ଏବଂ ଆଇନଗତ ମାନଦଣ୍ଡ ଉପରେ ଆଧାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଏବଂ "ତାଇୱାନ ସ୍ୱାଧୀନତା" କାର୍ଯ୍ୟକଳାପର ଅପରାଧୀ ଏବଂ ସହଯୋଗୀ ମାନଙ୍କୁ ଦାୟୀ କରିବେ। ତଦନ୍ତ ପରେ, ଯଦି ୩୨୩ ଜଣଙ୍କ ବିରୁଦ୍ଧରେ ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇପାରିବ।

ସୂଚନାଥାଉକି,ଚୀନ୍ ଏବଂ ତାଇୱାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଚୀନ୍ ତାଇୱାନକୁ ନିଜର ଅଂଶ ବୋଲି କହୁଛି, ଯେତେବେଳେ ତାଇୱାନ ନିଜକୁ ଏକ ପୃଥକ ଦେଶ ବୋଲି କହୁଛି । ତାଇୱାନ ଚୀନ୍ ଠାରୁ ସ୍ୱାଧୀନତା ପାଇଁ ନିରନ୍ତର ସଂଘର୍ଷ କରୁଛି। ବିଶ୍ୱର ଅଧିକାଂଶ ଦେଶ ତାଇୱାନକୁ ଚୀନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ବିବେଚନା କରନ୍ତି। ସାମ୍ପ୍ରତିକ ସମୟରେ, ଚୀନ୍ ସହିତ ପ୍ରବଳ ଉତ୍ତେଜନା ଯୋଗୁଁ, ଆମେରିକା ତାଇୱାନ ସରକାରଙ୍କୁ ବହୁତ ସାହାଯ୍ୟ କରିଛି, ଯାହାକୁ ଚୀନ୍ ବିରୋଧ କରିଆସୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.