ପ୍ରମୂଖ ଖବର
  • ମୟୂରଭଞ୍ଜ : କପ୍ତିପଦା ବଜାରରୁ ଯୁବତୀ ଅପହରଣ ଘଟଣା; ଅପରାଧୀଙ୍କ ଟେର୍ ପାଉନି ପୁଲିସ
  • ||
  • କେନ୍ଦୁଝର : ବଜ୍ରପାତରେ ଜଣେ ମୃତ, ୨ ସାଙ୍ଗ ଗୁରୁତର
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ
  • ||
  • ବଲାଙ୍ଗୀର : କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
  • ||
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

ଭାରତ ସମର୍ଥନରେ ବାହାରିଲା ଚୀନ୍‌, ଟ୍ରମ୍ପଙ୍କ ଟାରିଫକୁ ନେଇ ଆମେରିକା ଉପରେ ବର୍ଷିଲା

Published By : Tapas Panda | August 7, 2025 8:21 PM

Image Courtesy: hindustantimes

ନୂଆଦିଲ୍ଲୀ: ଭାରତ ଉପରେ ଆମେରିକା ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇବାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଭାରତୀୟ ଉତ୍ପାଦ ଉପରେ ମୋଟ ୫୦ ପ୍ରତିଶତ ଶୁଳ୍କ ଲଗାଇଛି ଆମେରିକା । ଏହା ସହ ବିଶ୍ବର ଅନ୍ୟ କେତେକ ଦେଶ ଉପରେ ଆମେରିକା ଅତିରିକ୍ତ ଶୁଳ୍କ ଲଗାଇବ ବୋଲି ଚେତାବନୀ ଦେଇଛି । ଏହା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନମାନୀକୁ ନେଇ ସମଗ୍ର ବିଶ୍ବରେ ଅସନ୍ତୋଷ ପ୍ରକାଶ ପାଇଛି । ଭାରତ ଉପରେ ଅତ୍ୟଧିକ ଟାରିଫ ଲଗାଇବା ନେଇ ଆମେରିକାର ନିଷ୍ପତ୍ତିକୁ ରୁଷ ବିରୋଧ କରିଥିଲା । ଆଉ ଏବେ ଚୀନ୍‌ ମଧ୍ୟ ଭାରତ ସମର୍ଥନରେ ବାହାରିଛି ।  

ଚୀନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗୁଓ ଜିଆକୁନ ଆମେରିକାର ଏହି ପଦକ୍ଷେପକୁ ବାଣିଜ୍ୟ ନିୟମର ଅପବ୍ୟବହାର ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ଆମେ (ଚୀନ) ସର୍ବଦା ଶୁଳ୍କର ଅପବ୍ୟବହାରକୁ ବିରୋଧ କରିଆସିଛୁ ଏବଂ ଏ ବିଷୟରେ ଆମର ମତ ସ୍ପଷ୍ଟ ଓ ସ୍ଥାୟୀ । ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ମୋଟ ୫୦% ଶୁଳ୍କ ଘୋଷଣା କରିବା ସମୟରେ କହିଥିଲେ ଯେ, ଭାରତ ରୁଷରୁ ତେଲ କିଣିବା କ୍ଷେତ୍ରରେ ଚୀନର ବହୁତ ନିକଟତର। ଏପରି ପରିସ୍ଥିତିରେ, ଏହାର ମୁକାବିଲା କରିବା ପାଇଁ ଆମେରିକା ଦ୍ୱିତୀୟ ପ୍ରତିବନ୍ଧକ ଲଗାଇବ । 

ପିଟିଆଇ ଅନୁଯାୟୀ, ଯେତେବେଳେ ଟ୍ରମ୍ପଙ୍କୁ ସାମ୍ବାଦିକ ସମ୍ମିଳନୀରେ ପଚରାଯାଇଥିଲା ଯେ ଯଦି ରୁଷ-ୟୁକ୍ରେନ ସହିତ ଚୁକ୍ତି ହୁଏ ତେବେ ସେ ଭାରତ ଉପରୁ ଶୁଳ୍କ ହଟାଇ ପାରିବେ କି ? ଏହାର ଉତ୍ତରରେ ଟ୍ରମ୍ପ କହିଥିଲେ ଯେ, ବର୍ତ୍ତମାନ ପାଇଁ ଭାରତ ୫୦% ଶୁଳ୍କ ଦେବ । ପରବର୍ତ୍ତୀ ସମୟରେ କ’ଣ ହେବ ତାହା ଦେଖାଯିବ । ଚୀନ୍ ଏବଂ ତୁର୍କୀ ମଧ୍ୟ ରୁଷରୁ ତେଲ କିଣୁଛନ୍ତି, ତେବେ କେବଳ ଭାରତ ଉପରେ ଏତେ ବଡ଼ କାର୍ଯ୍ୟାନୁଷ୍ଠାନ କାହିଁକି ? ଏହାର ଜବାବରେ ଟ୍ରମ୍ପ କହିଥିଲେ, ଭାରତ ଉପରେ ଶୁଳ୍କ ଲାଗୁ ହେବାର ମାତ୍ର ୮ ଘଣ୍ଟା ହୋଇଛି, ଭବିଷ୍ୟତରେ ଆପଣ ବହୁତ କିଛି ଦେଖିବେ । 

ଭାରତ ଆମେରିକାର ଏହି ପଦକ୍ଷେପକୁ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ 'ଅନୁପଯୁକ୍ତ' ବୋଲି କହିଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ (MEA) ଏକ ବିବୃତ୍ତି ଜାରି କରି କହିଛି ଯେ, ଭାରତ ଏହାର ୧୪୦ କୋଟି ଜନସଂଖ୍ୟାର ଶକ୍ତି ଆବଶ୍ୟକତାକୁ ଧ୍ୟାନରେ ରଖି ତେଲ କିଣେ । ଭାରତ ନିଜର ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ପ୍ରତ୍ୟେକ ଆବଶ୍ୟକୀୟ ପଦକ୍ଷେପ ନେବ ।

ସୂଚନାଯୋଗ୍ୟ, ପ୍ରଥମେ ଆମେରିକା ଦ୍ୱାରା ଭାରତ ଉପରେ ଲାଗୁ କରାଯାଇଥିବା ୨୫% ଶୁଳ୍କ ଅଗଷ୍ଟ ୭ରୁ ଲାଗୁ ହୋଇଛି ।  ଅତିରିକ୍ତ ୨୫% ଶୁଳ୍କ ୨୧ ଦିନ ପରେ ଅର୍ଥାତ୍ ଅଗଷ୍ଟ ୨୭ରୁ ଲାଗୁ ହେବ । ରୁଷରୁ ତୈଳ ଆମଦାନୀ କରଥିବାରୁ ଭାରତ ଉପରେ ୫୦% ଶୁଳ୍କ ଲାଗୁ କରିଛି ଆମେରିକା । ସେପଟେ ଚୀନ୍‌ ଉପରେ ୩୦% ଏବଂ ତୁର୍କୀ ଉପରେ କେବଳ ୧୫ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.