ପ୍ରମୂଖ ଖବର
  • ପୁରୀ : ଅର୍ବାନ ହାଟର ବିକାଶ ମେଳା ଚଳଚଞ୍ଚଳ, ମେଳାରେ ଲାଗିଛି ବିଭିନ୍ନ ବିଭାଗର ୭୦ ଟି ଷ୍ଟଲ
  • ||
  • ଲଗାଣ ବର୍ଷାରେ ବେହାଲ ଯାଜପୁର ସହର; ଅଫିସ ପରିସରରେ ଜମିରହିଚି ପାଣି, ଭାଙ୍ଗିଲା ଦୋକାନ
  • ||
  • ୨୨ରେ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାରିପଦାସ୍ଥ ଛଉ ପଡ଼ିଆରେ ଉଦ୍‌ଘାଟନ କରିବେ ବିକାଶ ମେଳ
  • ||
  • ଚଣ୍ଡିଖୋଲ : ଖୁଦୁରୁକୁଣୀ ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ, ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ
  • ||
  • ଆନନ୍ଦପୁର : ପାରିବାରିକ କଳହର କରୁଣ ପରିଣତି, ବିଷ ପିଇ ଜୀବନ ହାରିଲେ ଦମ୍ପତି
  • ||
  • ବୌଦ୍ଧରେ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ପ୍ରଥମ ରୋଗୀ ଚିହ୍ନଟ, ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ଯୁବକ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ, ଚାଏ ପେ ଚର୍ଚ୍ଚାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
  • ||
  • କୋରାପୁଟ : ଅଟୋରେ ଗଞ୍ଜେଇ ଚାଲାଣ ବେଳେ ଚଢାଉ; ୨୫ କିଲୋ ଗଞ୍ଜେଇ ଜବତ, ୨ ମହିଳା ଗିରଫ
  • ||
  • ସମ୍ବଲପୁର: ମେଜିକ୍ ନମ୍ବର ଛୁଇଁଲା ହୀରାକୁଦ ଜଳସ୍ତର, ସକାଳ ୯ଟା ସୁଦ୍ଧା ୬୩୦ ଫୁଟ୍ ଜଳସ୍ତର
  • ||
  • କଟକ : ରାତ୍ରିକାଳୀନ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ; ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ, ଡ୍ରାଇଭର ଗୁରୁତର
  • ||
  • ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଆଜି ରାଜଭବନ ଆଗରେ ଧାରଣା ଦେବେ ବିଜୁ ମହିଳା ଜନତ ଦଳ
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଖୋଜିବ ଏଏସ୍‌ଆଇ ଟିମ୍, ରାଡାର୍‌ ପେନିଟ୍ରେଟିଂ ସିଷ୍ଟମ୍‌ ସର୍ଭେ ହେବ
  • ||
  • ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ: ୨୩ରେ ଲଘୁଚାପ,୨୪ରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଚା’ପେ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

କେନ୍ଦୁଝର ସଦର, ୨୧/୯ : ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତିନି ଦିନିଆ କେନ୍ଦୁଝର ଗସ୍ତରେ ଆସି ଗତକାଲି ନିଜ ଜନ୍ମ ଭୂମୀ କେନ୍ଦୁଝରରେ ପହଞ୍ଚିଛନ୍ତି । ଆଜି ସକାଳୁ ପୂର୍ବ ପରି କେନ୍ଦୁଝର ଷ୍ଟାଡିୟମରେ ମର୍ଣ୍ଣିଂ ଓ୍ବାର୍କ କରି ସାରିବା ପରେ ନିଜ କାରକେଟ ସହ ସିଧା ପହଞ୍ଚିଥିଲେ ଟିକି ଚା ଷ୍ଟଲ ନିକଟରେ । ଟିକି ଚା ଖଟି ଓ ଗ୍ରୁପ କେନ୍ଦୁଝରର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିବା ପରେ ଚାପେ ଚର୍ଚ୍ଚାରେ କେନ୍ଦୁଝରରେ କିପରି ଆହୁରି ବିକାଶ ହୋଇପାରିବ, ମେଗାଷ୍ଟିଲ ପ୍ଲାଣ୍ଟ, ରେଳବାଇ, ପର୍ଯ୍ୟଟନ, ନରଣପୁର ଓ ଆସନପଟରେ ଯୁକ୍ତ ଦୁଇ ବିଦ୍ୟାଳୟ କାର୍ଯ୍ୟ କ୍ଷମ, ସହର ଉପକଣ୍ଠ ପଦ୍ମପୁର ଅଂଚଳରେ ଆଉ ଏକ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାପନ ବିଷୟରେ ଆଲୋଚନା ଆରମ୍ଭ ହୋଇଥିଲା। 

ଚା ପିଇବା ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ବର ସ୍ମୃତି ଚାରଣ କରିଥିଲେ। ଏହାପରେ  ଚା’ଦୋକାନୀ ଟିକି ଭାଇ, ଯୁବ ଓ ଶ୍ରମ ବିକାଶ ମଞ୍ଚର ସଭାପତି ରଞ୍ଜନ ବେହେରା, ଉପ ସଭାପତି ସୁରେଶ ଚନ୍ଦ୍ର ପଲେଇ, ରଞ୍ଜନ ମହାନ୍ତ, ଉପଦେଷ୍ଟା ନବୀନ ପଲେଇ, ସଭ୍ୟ ସୁରଥ ମହାନ୍ତ ଚା ଖଟିର ଅନ୍ୟ ସଦସ୍ୟ ପବିତ୍ର ଭାଇ, ସତ୍ୟନାରାୟଣ ସାହୁଙ୍କ ସହ ବ୍ୟକ୍ତିଗତ ଭାବ ବିନିମୟ ପରେ ପୁଣି କେନ୍ଦୁଝର ଗ୍ରସ୍ତ ସମୟରେ ଭେଟ ହେବ କହି ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସର୍କିଟ ହାଉସ ଅଭିମୁଖେ ଯାତ୍ରା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.