ପ୍ରମୂଖ ଖବର
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ରୋଚକ ହେବ ଝାଡ଼ଖଣ୍ଡ ନିର୍ବାଚନ, ଜେଏମ୍‌ଏମ୍‌ର ଖେଳ ବିଗାଡ଼ିପାରନ୍ତି ଚମ୍ପାଇ

ନୂଆଦିଲ୍ଲୀ, ୧୬/୧୦ : ଝାଡଖଣ୍ଡର ୮୧ ବିଧାନସଭା ଆସନ ପାଇଁ ନଭେମ୍ବର ୧୩ ଓ ୨୦ରେ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ନଭେମ୍ବର ୨୩ରେ ଫଳାଫଳ ଆସିବ । ନିର୍ବାଚନର କିଛିଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ତଥା ଜେଏମ୍‌ଏମ୍‌ ନେତା ହେମନ୍ତ ସୋରେନଙ୍କ ଘନିଷ୍ଠ ସହଯୋଗୀ ଭାବେ ପରିଚିତ ଚମ୍ପାଇ ସୋରେନ ଦଳ ଛାଡି ବିଜେପିରେ ସାମିଲ ହେବା ପରେ ଲଢ଼େଇ ଏଥର ରୋଚକ ହୋଇଯାଇଛି । ୨୦୧୯ରେ ଅର୍ଥାତ ଗତ ନିର୍ବାଚନରେ ଜେଏମ୍‌ଏମ୍‌, କଂଗ୍ରେସ ଓ ଆରଜେଡି ମିଳିତ ଭାବେ ନିର୍ବାଚନ ଲଢ଼ିଥିଲେ । ୩୦ ଆସନ ସହ ଜେଏମ୍‌ଏମ୍‌ ସବୁଠାରୁ ବଡ ଦଳ ହୋଇ ମେଣ୍ଟ ସହଯୋଗରେ ସରକାର ଗଠନ କରିଥିଲା । ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ହେଲେ । କଂଗ୍ରେସ ୧୬ ଓ ଆରଜେଡି ଗୋଟିଏ ଆସନ ପାଇଥିଲା । ଗତ ୪ ବର୍ଷ ସବୁକିଛି ଠିକ୍‌ଠାକ୍‌ ଥିଲା । କିନ୍ତୁ ଶେଷ ବର୍ଷରେ ରାଜ୍ୟ ରାଜନୀତିରେ ବେଶ୍‌ ଉତ୍ଥାନପତନ ହୋଇଥିଲା । ଗତ ଜାନୁଆରୀ ୩୧ ତାରିଖରେ ତଥାକଥିତ ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେମନ୍ତଙ୍କୁ ଦୀର୍ଘ ୭ ଘଣ୍ଟା ଧରି ପଚରାଉଚୁରା କରିଥିଲା । ପରେ ତାଙ୍କୁ ରାଜଭବନକୁ ନିଆଯାଇଥିଲା । ସେଠାରେ ସେ ରାଜ୍ୟପାଳ ସି.ପି. ରାଧାକୃଷ୍ଣନଙ୍କୁ ନିଜର ଇସ୍ତଫାପତ୍ର ପ୍ରଦାନ କରିଥିଲେ । ପରେ ଇଡି ତାଙ୍କୁ ଗିରଫ କରିଥିଲା । ହେମନ୍ତ ଜେଲ୍‌ଯିବା ପରେ ଦଳର ବରିଷ୍ଠ ନେତା ଚମ୍ପାଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ଫେବ୍ରୁଆରୀ ୨ରେ ଚମ୍ପାଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । 

ତେବେ ଜମି ଦୁର୍ନୀତି ମାମଲାରେ ହେମନ୍ତଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିବା ପରେ ସେ ଜୁନ ୨୮ରେ ରାଞ୍ଚି ବିର୍ସାମୁଣ୍ଡା ଜେଲ୍‌ରୁ ମୁକୁଳିଥିଲେ । ଜେଲ୍‌ରୁ ବାହାରିବାର ୧୪୫ ଘଣ୍ଟା ପରେ ଚମ୍ପାଇ ଇସ୍ତଫା ଦେଇଥିଲେ ଏବଂ ହେମନ୍ତ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ । ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୪ ମାସ ବାକି ଥିଲା ବେଳେ ଚମ୍ପାଇ ଇସ୍ତଫା ଦେବାକୁ ଚାହୁଁ ନଥିଲେ । କିନ୍ତୁ ଚାପରେ ପଡି ଇସ୍ତଫା ଦେଇଥିଲେ । ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବା ପରେ ଚମ୍ପାଇ ବିଜେପିରେ ସାମିଲ ହେଲେ । ଚମ୍ପାଇ ସାନ୍ତାଳ ଜନଜାତି ସମୁଦାୟରୁ ଆସିଛନ୍ତି । ଏହି ଜନଜାତି ସମୁଦାୟ ସହ ଅନ୍ୟ ଜନଜାତି ଉପରେ ତାଙ୍କର ପ୍ରଭାବ ମଧ୍ୟ ରହିଛି । ସେ ଆଦିବାସୀ ବହୁଳ କୋହ୍ଲାନ ଅଞ୍ଚଳର ଜଣେ ବଡ ନେତା ଭାବେ ପରିଚିତ । ତାଙ୍କୁ କୋହ୍ଲାନ ଟାଇଗର କୁହାଯାଏ । ଏହି ଅଞ୍ଚଳରେ ୧୪ ବିଧାନସଭା ଆସନ ରହିଛି । ୨୦୧୯ରେ ଜେଏମ୍‌ଏମ ଏଠାରୁ ୧୧ଟି ଆସନ ହାତେଇଥିଲା । ୨ଟି ଆସନ କଂଗ୍ରେସକୁ ଏବଂ ଅନ୍ୟ ଆସନଟି ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କ ହାତକୁ ଯାଇଥିଲା । ଚମ୍ପାଇ ଏବେ ବିଜେପିରେ ଥିବାରୁ ମୁକାବିଲା ରୋଚକ ହେବ ବୋଲି କୁହାଯାଉଛି । 

ରାଜନୈତିକ ବିଶ୍ଳେଷକ ରଶିଦ କିଦୱାଇଙ୍କ କହିବାନୁଯାୟୀ ଚମ୍ପାଇ କୋହ୍ଲାନରେ ଜେଏମ୍‌ଏମ୍‌ରୁ ତାଙ୍କର ରାଜନୀତି ଆରମ୍ଭ କରିଥିଲେ । ଏବେ ସେ ବିଜେପିର ମାନସିକତାକୁ ଗ୍ରହଣ କରିଥିଲେ ମଧ୍ୟ ଭୋଟରମାନେ ତାକୁ ମାନିପାରିବେ ନାହିଁ । ଭୋଟରମାନେ ଅଚାନକ ନିଜ ନିଷ୍ପତ୍ତି ବଦଳାଇପାରିବେ ନାହିଁ । ଏଥିପାଇଁ ସମୟ ଦରକାର । ଜେଏମ୍‌ଏମ୍‌ ସୁପ୍ରିମୋ ଶିବୁ ସୋରେନ ହେଉଛନ୍ତି ଆଦିବାସୀଙ୍କ ବଡ ନେତା । ସେ ଥରେ ମଇଦାନକୁ ଓହ୍ଲାଇ ଭୋଟରଙ୍କୁ ଅପିଲ କରିଦେଲେ ବିଜେପିର ସବୁ ଆଶା ଉଭେଇ ଯିବାର ସମ୍ଭାବନା ରହିଛି । ଲୋକସଭା ନିର୍ବାଚନରେ ବିଜେପିକୁ ଆଦିବାସୀ ଭୋଟ ମିଳିନାହିଁ । ତେଣୁ ବିଧାନସଭା ନିର୍ବାଚନରେ ସେମାନେ ବିଜେପି ଆଡକୁ ଢ଼ଳିବେ କି ନାହିଁ ତାହା ସମୟ କହିବ । ଗତଥର ଭଳି ଚଳିତଥର ଜେଏମ୍‌ଏମ, କଂଗ୍ରେସ ଓ ଆରଜେଡି ଏକାଠି ନିର୍ବାଚନ ଲଢ଼ୁଛନ୍ତି । ବିଜେପି ମଧ୍ୟ ଏଜେଏସ୍‌ୟୁ ସହ ମେଣ୍ଟ କରିଛି । ତେବେ ହରିଆଣା ନିର୍ବାଚନ ହାରିବା ପରେ କଂଗ୍ରେସ ଉପରେ ତାର ପ୍ରଭାବ ପଡିଛି । 

ହେମନ୍ତ ସ୍ପଷ୍ଟ କରିଦେଇଛନ୍ତି କି ଜେଏମ୍‌ଏମ୍‌ ୪୯ ଆସନରେ ଲଢ଼ିବ । ବାକି ୩୨ ଆସନରେ କଂଗ୍ରେସ, ଆରଜେଡି ଓ ଅନ୍ୟ ଦଳମାନେ ଲଢ଼ିପାରିବେ । ଗତ ନିର୍ବାଚନରେ କଂଗ୍ରେସ ୩୧ ଆସନରେ ଲଢ଼ି ୧୬ଟିରେ ବିଜୟୀ ହୋଇଥିଲା । ଆରଜେଡି ୭ ଆସନରେ ଲଢ଼ି ଗୋଟିଏ ପାଇଥିଲା । ଯଦି ଆସନ ବୁଝାମଣା ନ ହୁଏ ତେବେ ଜେଏମ୍‌ଏମ୍‌ ସମସ୍ତ ୮୧ ଆସନରେ ଲଢ଼ିବାକୁ ପ୍ରସ୍ତୁତ ଥିବା ସଙ୍କେତ ଦେଇସାରିଛି । ଇଣ୍ଡିଆ ମେଣ୍ଟରେ ଜେଏମ୍‌ଏମ୍‌କୁ ରଖିବାକୁ ହେଲେ କଂଗ୍ରେସକୁ ହେମନ୍ତଙ୍କ ଦାବି ମାନିବାକୁ ପଡିବ । ନଚେତ ହରିଆଣା ଭଳି ଝାଡଖଣ୍ଡରେ କଂଗ୍ରେସ କ୍ଷତିଗ୍ରସ୍ତ ହେବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.