ପ୍ରମୂଖ ଖବର
  • ଛତିଶଗଡ଼ରେ ଏନ୍‌କାଉଣ୍ଟରରେ ଟଳିଲେ ୨ ମାଓବାଦୀ, ଏବେ ବି ଜାରି ରହିଛି ସର୍ଚ୍ଚ ଅପରେସନ୍‌
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହି ବସ୍; ୪ ମୃତ, ୨୦ ଆହତ
  • ||
  • ମାଟ୍ରିକ ପରୀକ୍ଷାରେ ବିଭ୍ରାଟ.. ବିଜ୍ଞାନ B ଏବଂ C ସେଟ୍ ପ୍ରଶ୍ନପତ୍ରରେ ୪ ମାର୍କ କମ୍‌ ,ତ୍ରୁଟିକୁ ସ୍ବୀକାର କଲେ ବୋର୍ଡ
  • ||
  • ସହଦେବ ନାଏକ ହତ୍ୟା ଘଟଣା: ଆଉ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ଭୁବନେଶ୍ୱର : ସହଦେବ ନାଏକ ହତ୍ୟା ଘଟଣା: ଆଉ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ଯାଜପୁର : ଶିବ ମନ୍ଦିରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ପହିଲାରୁ ଗ୍ୟାସ ଉପଭୋକ୍ତାଙ୍କୁ ମହଙ୍ଗା ମାଡ, ବଢିଲା କମର୍ସିଆଲ୍ ଗ୍ୟାସ୍ ଦର
  • ||
  • ଚମୋଲି ଭୟଙ୍କର ହିମସ୍ଖଳନ ଘଟଣା: ବରଫ ତଳୁ ଆଉ ୧୪ ଶ୍ରମିକ ଉଦ୍ଧାର,ଏବେ ବି ୮ ଜଣଙ୍କୁ ରେସ୍କ୍ୟୁ ପାଇଁ ଚାଲିଛି ଉଦ୍ୟମ
  • ||
  • ଭୁବନେଶ୍ୱର : ନବ ଦାସ ହତ୍ୟା ମାମଲା: ମାର୍ଚ୍ଚ ପ୍ରଥମ ସପ୍ତାହରେ ହାଜର ହେବାକୁ ପୁଅ ଝିଅଙ୍କୁ କ୍ରାଇମବ୍ରାଞ୍ଚ ନୋଟିସ୍‌
  • ||
  • ନବ ଦାସ ହତ୍ୟା ମାମଲା: ମାର୍ଚ୍ଚ ପ୍ରଥମ ସପ୍ତାହରେ ହାଜର ହେବାକୁ କ୍ରାଇମବ୍ରାଞ୍ଚ ନୋଟିସ୍‌
  • ||
  • ଚାମ୍ପିଅନ୍ସ ଟ୍ରଫି ୨୦୨୫: ଆଜି ଦକ୍ଷିଣ ଆଫ୍ରିକା - ଇଂଲଣ୍ଡ ଟକ୍କର, ସମ୍ମାନ ବଞ୍ଚାଇବାକୁ ଲଢ଼ିବ ବଟଲର ବାହିନୀ
  • ||
  • ଆତ୍ମସମର୍ପଣ କଲେ ୭ ହାର୍ଡକୋର୍ ମାଓବାଦୀ, ମୁଣ୍ଡ ଉପରେ ଥିଲା ୩୨ ଲକ୍ଷ ଟଙ୍କାର ପୁରସ୍କାର
  • ||
  • ସୁମା ରିୟଲ ମିଡିଆର ‘ୱାଓ’-୨୦୨୫’, ସମ୍ମାନିତ ହେବେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଥିବା ମହିଳା
  • ||
  • ଶନିବାର ଉଦଳା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ପ୍ୟାକେଜ ଘୋଷଣା କରିବେ
  • ||
  • ଭୁବନେଶ୍ୱର : ଡିଭାଇଡର୍‌କୁ ପିଟି ଢାବାରେ ପଶିଗଲା ସ୍କୁଟି: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ତୀର୍ଥଯାତ୍ରୀ ବସ୍‌କୁ ପଛରୁ ପିଟିଲା କଣ୍ଟେନର୍‌, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ମାର୍ଚ୍ଚରୁ ମେ’ ଜଳାଇବ ତାତି, ଉତ୍ତର-ପଶ୍ଚିମ ଓଡ଼ିଶାରେ କଲବଲ କରିବ ଖରା
  • ||

ଚମୋଲି ଭୟଙ୍କର ହିମସ୍ଖଳନ ଘଟଣା: ବରଫ ତଳୁ ଆଉ ୧୪ ଶ୍ରମିକ ଉଦ୍ଧାର,ଏବେ ବି ୮ ଜଣଙ୍କୁ ରେସ୍କ୍ୟୁ ପାଇଁ ଚାଲିଛି ଉଦ୍ୟମ

Published By : Prameya | March 1, 2025 10:41 AM

ଡେରାଡୁନ୍‌,୦୧/୦୩: ଉତ୍ତରାଖଣ୍ଡର ଚମୋଲି ଭୟଙ୍କର ହିମସ୍ଖଳନ ଘଟଣା। ଆଜି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।  ବରଫ ତଳୁ ୧୪ ଜଣଙ୍କୁ ରେସ୍କ୍ୟୁ କରଛନ୍ତି ଉଦ୍ଧାରକାରୀ ଟିମ୍। ସେମାନଙ୍କ ମଧ୍ୟରୁ ଜଣେ ଶ୍ରମିକଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ମେଡିକାଲରେ ଭର୍ତ୍ତି କରାଯାଇଛି। ଏବେ ବି ୮ ଜଣ ଶ୍ରମିକଙ୍କୁ ଉଦ୍ଧାର ପାଇଁ ସେନା,  ଆଇଟିବିପି, ବିଆର୍‌ଓ, ଏନ୍‌ଡିଆର୍‌ଏଫ୍‌ ଓ  ଏସ୍‌ଡିଆର୍‌ଏଫ୍‌ର ଟିମ୍‌ ଲାଗିଛନ୍ତି । 




ସୂଚନା ମୁତାବିକ, ଚମୋଲି‌ରେ ଶୁକ୍ରବାର ସକାଳ ୭ଟା  ୧୫ରେ ଭୟଙ୍କର ହିମସ୍ଖଳନ ଘଟିଥିଲା ।  ଦୁର୍ଘଟଣା ବେଳେ ସମସ୍ତ ଶ୍ରମିକ ୮ଟି କଣ୍ଟେନର ଓ ଗୋଟିଏ ସେଡ୍‌ ତଳେ ଆଶ୍ରୟ  ନେଇଥିଲେ । ଏହି ସମୟରେ ବରଫ  ପାହାଡ଼ର ଏକ ବଡ଼ ଅଂଶ ଧସିଯାଇଥିଲା । ଏଥିରେ ବର୍ଡର ରୋଡ୍‌ ଅର୍ଗାନାଇଜେସନ (ବିଆର୍‌ଓ)ର ୫୫ ଶ୍ରମିକ ଫସିଯାଇଥିଲେ । ସେମାନଙ୍କ ମଧ୍ୟରୁ ୪୭ ଜଣଙ୍କୁ  ଉଦ୍ଧାର  କରାଯାଇଛି । ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଏଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।  ୩୨ଶହ ମିଟରରୁ  ଅଧିକ ଉଚ୍ଚରେ ୬ ଫୁଟ ଜମିଥିବା ବରଫ ମଧ୍ୟରୁ ବାକି  ୮ ଜଣଙ୍କୁ ଉଦ୍ଧାର ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ସେନା,  ଆଇଟିବିପି, ବିଆର୍‌ଓ, ଏନ୍‌ଡିଆର୍‌ଏଫ୍‌ ଓ  ଏସ୍‌ଡିଆର୍‌ଏଫ୍‌ର ଟିମ୍‌ ଲାଗିଛନ୍ତି।

ଏସ୍‌ଡିଆର୍‌ଏଫ୍‌ର ଆଇଜି ରିଧିମା  ଅଗ୍ରୱାଲ କହିଛନ୍ତି, ହିମସ୍ଖଳନ ଘଟଣା  ବଦ୍ରୀନାଥ ଧାମ ପାଖରେ ଘଟିଛି । ଏହାଯୋଗୁ  ଲାମବଗଡ଼ରେ ସଡ଼କ ଅବରୋଧ ହୋଇଛି ।  ସେନା ତାହାକୁ ଖୋଲିବା ପାଇଁ ଉଦ୍ୟମ  ଚଳାଇଛି । ଅନ୍ୟ ଏକ ଟିମ୍‌ ସହସ୍ରଧାରା  ହେଲିପ୍ୟାଡ୍‌ରେ ଆଲର୍ଟ ମୋଡ୍‌ରେ ରହିଛି । ଏସ୍‌ଡିଆର୍‌ଏଫ୍‌ର ଡ୍ରୋନ୍‌ ଟିମ୍‌ ବି ସତର୍କ  ରହିଛି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.