ପ୍ରମୂଖ ଖବର
  • ଲାଣ୍ଡିଗୁଡା ନିକଟରେ ମାଲ୍ ବୋଝେଇ ଟ୍ରକ- କାର୍ ମୁହାଁମୁହିଁ ଧକ୍କା: କାର ଚାଳକ ମୃତ, ୨ ଗୁରୁତର
  • ||
  • ଶେଷ ଲିଗ୍ ମ୍ୟାଚ୍‌ରେ ଟସ୍ ଜିତି ନ୍ୟୁଜିଲାଣ୍ଡର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଭାରତ
  • ||
  • ସୁନ୍ଦରଗଡ଼ରେ ଲଜ୍ଜା: ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ, ୨ ଅଟକ
  • ||
  • ମାର୍ଚ୍ଚ ଶେଷ ଯାଏଁ ସୁଭଦ୍ରା ଆବେଦନ, ରାକ୍ଷୀ ପୂର୍ଣ୍ଣିମାରେ ପାଇବେ ତ୍ରିପଲ୍‌ କିସ୍ତି
  • ||
  • ଯାଜପୁର : ଦୋକାନରୁ ଘରକୁ ଫେରିବାବେଳେ ଲୁଟ୍‌, ବନ୍ଧୁକ ଦେଖାଇ ସୁନା ଭର୍ତ୍ତି ବ୍ୟାଗ୍‌ ନେଇଗଲେ ଦୁର୍ବୃତ୍ତ
  • ||
  • ଆଠଗଡ଼ : କୂଅ ଭିତରୁ ହାତୀର ଗଳିତ ମୃତଦେହ ଉଦ୍ଧାର, ବନ ବିଭାଗର ତଦନ୍ତ ଆରମ୍ଭ
  • ||
  • ବାଲେଶ୍ୱର : ବେଆଇନ ବାଲି ଚାଲାଣ ବେଳେ ଚଢାଉ, ୨୨ ଟ୍ରକ୍‌ ଜବତ
  • ||
  • ମୁସଲ୍‌ମାନ୍‌ ଧର୍ମାବଲମ୍ବୀଙ୍କ ପବିତ୍ର ରମ୍‌ଜାନ୍‌ ମାସ ଆରମ୍ଭ, ପ୍ରଥମ ରୋଜା ରଖିଲେ ଶ୍ରଦ୍ଧାଳୁ
  • ||
  • କଟକ : ଛାତ୍ର ବିଜେଡିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ, ୨ ଆହତ
  • ||
  • କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଆଞ୍ଚଳିକ କୃଷି ଯନ୍ତ୍ରପାତି କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • କାମାକ୍ଷାନଗର : ଶୌଚପାଇଁ ଯିବାବେଳେ ଆକ୍ରମଣ କଲା ଦନ୍ତା, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ହେଲାନି ହାଣ୍ଡିଭଙ୍ଗା ଯାତ୍ରା, ପ୍ରଶାସନିକ ସ୍ଥାଣୁତାରୁ ୧୧ ବର୍ଷ ହେଲା ୩ ପରମ୍ପରା ବନ୍ଦ
  • ||
  • ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ତାତି, ଟିଟିଲାଗଡ଼ ପାଲଟିଲା ତତଲାଗଡ଼, ସର୍ବାଧିକ ୩୮ ଡିଗ୍ରୀ ଛୁଇଁଲା ପାରଦ
  • ||

Manipur: ମଣିପୁରକୁ ନେଇ ଅମିତ ଶାହ ଦେଲେ ବଡ ବୟାନ; ମର୍ଚ୍ଚ ୮ ସୁଦ୍ଧା ହଟିବ କଟକଣା

Published By : Bijay Swain | March 1, 2025 5:02 PM

Image courtesy: indiatoday

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଶନିବାର ଏକ ଉଚ୍ଚସ୍ତରୀୟ ବୈଠକର ଆୟୋଜନ କରିଥିଲେ। ଅମିତ ସାହ ଏହି ବୈଠକରେ ମଣିପୁରର ବର୍ତ୍ତମାନ ଆଇନକାନୁନ ପରିସ୍ଥିତି ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିବା ପରେ ଆସନ୍ତା ମାର୍ଚ୍ଚ ୮ ତାରିଖ ସୁଦ୍ଧା ସମଗ୍ର ମଣିପୁରରେ ବିନା କଟକଣାରେ ଲୋକମାନଙ୍କ ଚଳପ୍ରଚଳ ପାଇଁ ଅନୁମତି ପ୍ରଦାନ କରିବାକୁ ଆଦେଶ ପ୍ରଦାନ କରିଛନ୍ତି। ଏହା ସହ ଯଦି କେହି ମଣିପୁରର ଶାନ୍ତିରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି ତେବେ ତାଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ସେ ଆଦେଶ ଦେଇଛନ୍ତି। 

ଏହି ବୈଠକରେ ଯୋଗ ଦେଇ ଅମିତ ଶାହ କହିଛନ୍ତି ଯେ “ଆସନ୍ତା ମାର୍ଚ୍ଚ ୮ ତାରିଖରୁ ମଣିପୁରରେ ସମସ୍ତ ଲୋକମାନଙ୍କୁ ବିନା କଟକଣାରେ ଚଳପ୍ରଚଳ କରିବାକୁ ନିଶ୍ଚିନ୍ତ କରିବାକୁ ପଡିବ। ଏହାସହ ଯଦି କେହି ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରନ୍ତି ତେବେ, ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି।” ସେ ଆହୁରି ମଧ୍ୟ କହିଛନ୍ତି ଯେ “କେନ୍ଦ୍ର ସରକାର ମଣିପୁରକୁ ଶାନ୍ତି ଫେରାଇ ଆଣିବାକୁ ପ୍ରତିଶ୍ରୁତିବଦ୍ଧ ରହିଛନ୍ତି। ଶାନ୍ତି ପ୍ରତିଷ୍ଠା ପାଇଁ ଯାହାବି ସହୟତା ଦରକାର କେନ୍ଦ୍ର ସରକାର ସମସ୍ତ ସହାୟତା ଯୋଗାଇ ଦେବେ।”

ସୀମା ସୁରକ୍ଷାକୁ ନେଇ ଅମିତ ଶାହ ଚିନ୍ତାବ୍ୟକ୍ତ କରିଛନ୍ତି। ସୀମାର ଉଭୟପଟେ ତୁରନ୍ତ ଫେନସିଂ କାମ ସାରି ମଣିପୁର ଆନ୍ତର୍ଜାତିୟ ପ୍ରବେଶ ପଥ ପାଇଁ ଜାଗା ନିର୍ଧାରଣ କରିବାକୁ ସେ ଅଧିକାରୀମାନଙ୍କୁ ଆଦେଶ ଦେଇଛନ୍ତି। ଏହାସହ ମଣିପୁର ଦେଇ ହେଉଥିବା ଅବୈଧ ଡ୍ରଗ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରି ମଣିପୁରକୁ ଏକ ଡ୍ରଗମୁକ୍ତ ରାଜ୍ୟ ଭାବେ ଗଢିତୋଳିବା ପାଇଁ ସେ ଅଧିକାରୀମାନଙ୍କ ସହ କଥା ହୋଇଛନ୍ତି। 

ନୂଆଦିଲ୍ଲୀରେ ଥିବା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଫିସରେ ଏହି ବୈଠକର ଆୟୋଜନ କରାଯାଇଥିଲା। ଏହି ବୈଠକରେ ଅନେକ ବରିଷ୍ଠ ଅଧିକାରୀଙ୍କ ସହ ମଣିପୁର ରାଜ୍ୟପାଳ ଅଜୟ କୁମାର ଭଲ୍ଲା, ମଣିପୁର ସରକାରଙ୍କ ଉଚ୍ଚସ୍ତରୀୟ ଅଧିକାରୀ, ଉଚ୍ଚସ୍ତରୀୟ ସେନା ଅଧିକାରୀ, ବରିଷ୍ଠ ପାରାମିଲିଟାରି ଅଧିକାରୀମାନେ ଏହି ବୈଠକରେ ଯୋଗଦାନ କରିଥିଲେ। ମଣିପୁରରେ ରାଷ୍ଟ୍ରପତି ଶାସନ ଜାରି ହବା ପରେ ମଣିପୁରର ସୁରକ୍ଷାକୁ ନେଇ ଏହା ଅମିତ ଶାହଙ୍କ ପ୍ରଥମ ମିଳିତ ବୈଠକ। 

ତେବେ ମୁଖ୍ୟମନ୍ତ୍ରୀ ପଦରୁ ଏନ ବିରେନ୍ ସିଂ ଇସ୍ତଫା ଦେବା ପରେ ଗତ ଫେବୃୟାରି ୧୩ ତାରିଖରେ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା। ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ୨୦୨୭ ପର୍ଯ୍ୟନ୍ତ ରହିଥିବାବେଳେ, ବର୍ତ୍ତମାନ ତାହକୁ ରଦ୍ଧ କରିଦିଆଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.