ପ୍ରମୂଖ ଖବର
  • କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ଆସିଲେନି ଦୀପାଳି, ତଦନ୍ତ ଅଧିକାରୀଙ୍କୁ ଜଣାଇଲେ ବ୍ୟକ୍ତିଗତ କାରଣ
  • ||
  • WPL 2025: ଆଜି ୟୁପି-ଗୁଜରାଟ ଜାଏଣ୍ଟ୍‌ସ ଲଢ଼େଇ, ବିଜୟ ଧାରାକୁ ଫେରିବାକୁ ସବୁ ଶକ୍ତି ଖଟାଇବେ ୱାରିଅର୍ସ
  • ||
  • ବୌଦ୍ଧ : ୩୫ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ସହ ନଗଦ ଟଙ୍କା ଜବତ, ମାଫିଆ ଫେରାର
  • ||
  • ପୁରୀ : ତାରିଣୀ ମନ୍ଦିରରୁ ଲୁଟ୍‌, କଟର୍‌ରେ ହୁଣ୍ଡି କାଟି ଦାନ ଟଙ୍କା ନେଇଗଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ, ପୂରଣ ହେବ ୧୦୮୩ ପଦବି
  • ||
  • ତିଗିରିଆରେ ବାରହା ଆକ୍ରମଣରେ ୨ ଆହତ, ହସ୍ପିଟାଲରେ ଭର୍ତ୍ତି
  • ||
  • ରାୟଗଡ଼ା : ୨୧ କେଜି ଗଞ୍ଜେଇ ଜବତ, ୨ ଚାଲାଣକାରୀ ଗିରଫ
  • ||
  • ପାରିବାରିକ କଳହର କରୁଣ ପରିଣତି: ସ୍ୱାମୀକୁ ମାରି ପୋତିଦେଲା ସ୍ତ୍ରୀ, ତିନି ଦିନ ପରେ ଆତ୍ମସମର୍ପଣ
  • ||
  • କାମାକ୍ଷାନଗର : ଦୁଇ ଦନ୍ତା ସଙ୍ଘର୍ଷରେ ଗୋଟିଏ ହାତୀର ମୃତ୍ୟୁ, ଚାଷ ଜମିରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜନତା ଦରବାରରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ, ପଞ୍ଜିକରଣ କରିଛନ୍ତି ୧ ହଜାର ଅଭିଯୋଗକାରୀ
  • ||
  • ଉମରକୋଟ : ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଏକ ମାସର ଶିଶୁକୁ ୪୦ରୁ ଉର୍ଦ୍ଧ୍ୱ ଚେଙ୍କ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚନ୍ଦ୍ରପୃଷ୍ଠରେ ‘ବ୍ଲୁ ଘୋଷ୍ଟ’ର ସଫଳ ଅବତରଣ, ମହାକାଶ ଗବେଷଣାରେ ଘରୋଇ କମ୍ପାନିର ବାଜିମାତ୍
  • ||
  • ନବ ଦାସ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ର ନୋଟିସ୍‌: ସୋମବାର ହାଜର ହେବେ ଦୀପାଳି ଓ ବିଶାଲ !
  • ||
  • ରାଜ୍ୟରେ ପାରଦ ଉପରମୁହାଁ: ୩୮ ଡିଗ୍ରୀ ଡେଇଁଲା ବୌଦ୍ଧ, ବଲାଙ୍ଗୀର,୧୦ ସହର ତାପମାତ୍ରା ୩୭ ଡିଗ୍ରୀ ପାର୍
  • ||

ମାତ୍ର ୫ ଟଙ୍କାରେ କୃଷକଙ୍କୁ ମିଳିବ ବିଜୁଳି କନେକ୍ସନ, ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

Published By : Prameya | March 2, 2025 8:04 PM

ଭୋପାଳ,୨।୩: ମଧ୍ୟପ୍ରଦେଶର ଚାଷୀଙ୍କ ପାଇଁ ରାଜ୍ୟ ସରକାର  ବଡ଼ ଘୋଷଣା । ରାଜ୍ୟର ଚାଷୀଙ୍କୁ ମାତ୍ର ୫ ଟଙ୍କାରେ ବିଦ୍ୟୁତ ସଂଯୋଗ ଦିଆଯିବ। ରବିବାର (୨ ମାର୍ଚ୍ଚ)ରେ ଏହି ଘୋଷଣା କରି ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି ଯେ ରାଜ୍ୟର ଚାଷୀମାନଙ୍କୁ ୫ ଟଙ୍କାରେ ସ୍ଥାୟୀ ବିଦ୍ୟୁତ ସଂଯୋଗ ଦିଆଯିବ। ଏହା ସହିତ,   ଚାଷୀମାନଙ୍କ କ୍ଷେତକୁ ଜଳସେଚନ କରିବା ପାଇଁ ପାଣିର ଉତ୍ତମ ବ୍ୟବସ୍ଥା କରାଯିବ।

ଭୋପାଳରେ ଚାଷୀମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି, ମଧ୍ୟପ୍ରଦେଶ କେନ୍ଦ୍ରୀୟ ବିଦ୍ୟୁତ ବଣ୍ଟନ କମ୍ପାନୀ ଖୁବ୍ ଶୀଘ୍ର ଏହି ଯୋଜନା ଆରମ୍ଭ କରିବ। “ଯେଉଁ ଚାଷୀମାନଙ୍କର ସ୍ଥାୟୀ ବିଦ୍ୟୁତ ସଂଯୋଗ ନାହିଁ, ସେମାନଙ୍କୁ ୫ ଟଙ୍କାରେ ଏହି ସୁବିଧା ଦିଆଯିବ। ଆମେ କୃଷକମାନଙ୍କ ଜୀବନକୁ ଉନ୍ନତ କରିବାକୁ ଚାହୁଁଛୁ।”

ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି, ସରକାର ଜଳସେଚନ ପାଇଁ ସୋଲାର ପମ୍ପ ମାଧ୍ୟମରେ ଚାଷୀମାନଙ୍କୁ ବିଦ୍ୟୁତ୍ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତ କରିବାକୁ ଚାହୁଁଛନ୍ତି।  “ଆସନ୍ତା ତିନି ବର୍ଷ ମଧ୍ୟରେ ଚାଷୀମାନଙ୍କ ପାଇଁ ୩୦ ଲକ୍ଷ ସୌର ଜଳସେଚନ ପମ୍ପ ଉପଲବ୍ଧ କରାଯିବ। ସରକାର ଚାଷୀଙ୍କଠାରୁ ସୌରଶକ୍ତି କିଣିବେ। ଏହା ସହିତ, ସେ ଦାବି କରିଛନ୍ତି, କଂଗ୍ରେସ କ୍ଷମତାରେ ଥିବା ସମୟରେ ଗାଁରେ ଉପଯୁକ୍ତ ଭିତ୍ତିଭୂମି, ବିଦ୍ୟୁତ୍ ଏବଂ ରାସ୍ତା ନଥିଲା, କିନ୍ତୁ ବିଜେପି ଶାସନରେ ପରିସ୍ଥିତିରେ ଉନ୍ନତି ଆସିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.