ପ୍ରମୂଖ ଖବର
  • କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ଆସିଲେନି ଦୀପାଳି, ତଦନ୍ତ ଅଧିକାରୀଙ୍କୁ ଜଣାଇଲେ ବ୍ୟକ୍ତିଗତ କାରଣ
  • ||
  • WPL 2025: ଆଜି ୟୁପି-ଗୁଜରାଟ ଜାଏଣ୍ଟ୍‌ସ ଲଢ଼େଇ, ବିଜୟ ଧାରାକୁ ଫେରିବାକୁ ସବୁ ଶକ୍ତି ଖଟାଇବେ ୱାରିଅର୍ସ
  • ||
  • ବୌଦ୍ଧ : ୩୫ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ସହ ନଗଦ ଟଙ୍କା ଜବତ, ମାଫିଆ ଫେରାର
  • ||
  • ପୁରୀ : ତାରିଣୀ ମନ୍ଦିରରୁ ଲୁଟ୍‌, କଟର୍‌ରେ ହୁଣ୍ଡି କାଟି ଦାନ ଟଙ୍କା ନେଇଗଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ, ପୂରଣ ହେବ ୧୦୮୩ ପଦବି
  • ||
  • ତିଗିରିଆରେ ବାରହା ଆକ୍ରମଣରେ ୨ ଆହତ, ହସ୍ପିଟାଲରେ ଭର୍ତ୍ତି
  • ||
  • ରାୟଗଡ଼ା : ୨୧ କେଜି ଗଞ୍ଜେଇ ଜବତ, ୨ ଚାଲାଣକାରୀ ଗିରଫ
  • ||
  • ପାରିବାରିକ କଳହର କରୁଣ ପରିଣତି: ସ୍ୱାମୀକୁ ମାରି ପୋତିଦେଲା ସ୍ତ୍ରୀ, ତିନି ଦିନ ପରେ ଆତ୍ମସମର୍ପଣ
  • ||
  • କାମାକ୍ଷାନଗର : ଦୁଇ ଦନ୍ତା ସଙ୍ଘର୍ଷରେ ଗୋଟିଏ ହାତୀର ମୃତ୍ୟୁ, ଚାଷ ଜମିରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜନତା ଦରବାରରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ, ପଞ୍ଜିକରଣ କରିଛନ୍ତି ୧ ହଜାର ଅଭିଯୋଗକାରୀ
  • ||
  • ଉମରକୋଟ : ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଏକ ମାସର ଶିଶୁକୁ ୪୦ରୁ ଉର୍ଦ୍ଧ୍ୱ ଚେଙ୍କ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚନ୍ଦ୍ରପୃଷ୍ଠରେ ‘ବ୍ଲୁ ଘୋଷ୍ଟ’ର ସଫଳ ଅବତରଣ, ମହାକାଶ ଗବେଷଣାରେ ଘରୋଇ କମ୍ପାନିର ବାଜିମାତ୍
  • ||
  • ନବ ଦାସ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ର ନୋଟିସ୍‌: ସୋମବାର ହାଜର ହେବେ ଦୀପାଳି ଓ ବିଶାଲ !
  • ||
  • ରାଜ୍ୟରେ ପାରଦ ଉପରମୁହାଁ: ୩୮ ଡିଗ୍ରୀ ଡେଇଁଲା ବୌଦ୍ଧ, ବଲାଙ୍ଗୀର,୧୦ ସହର ତାପମାତ୍ରା ୩୭ ଡିଗ୍ରୀ ପାର୍
  • ||

ଆଖି ଖୋଲି ଦେଖିଲି ମରି ପଡ଼ିଥିଲେ ସାଥିମାନେ ... , ହିମସ୍ଖଳନରେ ରକ୍ଷା ପାଇଥିବା ଶ୍ରମିକଙ୍କ ଲୋମଟାଙ୍କୁରା କଥା

Published By : Prameya | March 2, 2025 11:23 PM

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ଚମୋଲୀରେ ହୋଇ ଥିବା ହିମସ୍ଖଳନ ୮ ଶ୍ରମିକଙ୍କ ଜୀବନ ନେଇ ସାରିଛି। ମାଣା ଗାଁରେ ଶୁକ୍ରବାର ଆସିଥିବା ହିମସ୍ଖଳନରେ ୫୪ ଶ୍ରମିକ ଫସି ଯାଇଥିଲେ। ରେସ୍କ୍ୟୁ ଟିମ୍‌ ୪ ଜଣ ଶ୍ରମିକଙ୍କ ଶବକୁ ଉଦ୍ଧାର କରିଛନ୍ତି, ଯେବେକି ୫୦ଜଣଙ୍କୁ ହସ୍ପିଟାଲରେ ପହଞ୍ଚା ଯାଇଛି। ଏଥିରୁ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ହସ୍ପିଟାଲରେ ଭର୍ତ୍ତି ଶ୍ରମିକଙ୍କ କାହାଣୀ ଲୋମ ଟାଙ୍କୁରା ଭଳି।

ସୀମା ସଡ଼କ ସଙ୍ଗଠନ ( ବିଆରଓ)ର ଶ୍ରମିକ ଜଗବୀର ସିଂହ କହିଛନ୍ତି ଯେ, ଯେବେ ତାଙ୍କୁ ହୋସ ଆସିଲା ତ ଦେଖିଲେ ଯେ ତାଙ୍କର ଜଣେ ସାଥି ପାଖରେ ମରି ପଡ଼ି ଥିଲେ ଏବଂ ଚାରିକଡ଼େ ବରଫର ବିସ୍ତୀର୍ଣ୍ଣ ଚାଦର ଆଚ୍ଛାଦିତ ଥିବା ଦେଖାଯାଉ ଥିଲା। ଜଗବୀରଙ୍କ ମୁତାବିକ , ହିମସ୍ଖଳନ କାରଣରୁ ତାଙ୍କର ଏକ ଗୋଡ଼ ଭାଙ୍ଗି ଯାଇ ଥିଲା। ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗି ଥିଲା। 

ଜଗବୀରଙ୍କୁ କିଛି ଦୂରତାରେ ଥିବା ଏକ ହୋଟେଲ ନଜର ଆସିଲା ଏବଂ ସେ ଏଥିରେ ଆଶ୍ରୟ ନେଇ ପାଖାପାଖି ୨୫ ଘଣ୍ଟାର ଭୟାବହ ସମୟ ବିତେଇଲେ। ହୋଟେଲରେ ଜଗବୀର ଶୋଷ ମେଣ୍ଟାଇବାକୁ ବରଫ ଖାଇଲେ ଏବଂ ସେ ନିଜର ଏକ ଡର୍ଜନକୁ ମଧ୍ୟ ଅଧିକ ସାଥିଙ୍କ ସହ ଗୋଟିଏ ହିଁ କମ୍ୱଲରେ ହାଡ଼ ଥରାଇ ଦେବା ଭଳି ଥଣ୍ଡାକୁ ସହ୍ୟ କରି ଥିଲେ। 

ପଞ୍ଜାବର ଅମୃତସରରେ ରହୁଥିବା ଜଗବୀର କହିଛନ୍ତି କି , ଯେଉଁ ସମୟରେ ହିମସ୍ଖଳନ ହେଲା ଏବଂ ବରଫ ତାଙ୍କୁ ତାଙ୍କର ସାଥିଙ୍କ ସହ ଅନେକ ମିଟର ତଳକୁ ନେଇଗଲା , ଏହି ସମୟରେ ସେ ବିଆଇଓ ଶିବିରରେ ନିଜ କଣ୍ଟେନରରେ ଶୋଇ ଥିଲେ। 

ଜଗବୀର କହିଛନ୍ତି , ଆମେ ଯେଉଁ କଣ୍ଟେନରରେ ଥିଲୁ , ତାହା ତଳକୁ ଗଡ଼ିବାକୁ ଲାଗିଲା। ଯେପର୍ଯ୍ୟନ୍ତ ଆମେ ଏହା ଜାଣିବାକୁ ପାଇଲୁ କି କଣ ହୋଇଛି, ମୁଁ ଦେଖିଲି କି, ଆମର ଜଣେ ସାଥିଙ୍କର ମୃତ୍ୟୁ ହୋଇ ଯାଇଛି ଏବଂ ମୋର ଗୋଟେ ପାଦ ଭାଙ୍ଗି ଯାଇଛି। ମୋର ମୁଣ୍ଡରେ ମଧ୍ୟ ଆଘାତ ଲାଗି ଥିଲା। ସେଠାରେ ଚାରିଆଡ଼େ ବରଫ ଆଚ୍ଛାଦିତ ଥିଲା।

ରାତିରେ କଣ୍ଟେନରରେ ରହିବା ବେଳେ ବିଆରଓର ୫୪ ଶ୍ରମିକ ୨୮ ଫେବ୍ରୁଆରୀରେ ଉତ୍ତରାଖଣ୍ଡର ପାହାଡି ଚମୋଲୀ ଜିଲ୍ଲୀର ମାଣା ଗାଁରେ ହୋଇ ଥିବା ହିମସ୍ଖଳନରେ ଫସି ଯାଇ ଥିଲେ। ଏଥିରୁ ୫୦ଶ୍ରମିକଙ୍କୁ ସେନା ସମେତ ଅନେକ ଏଜେନ୍ସି ଦ୍ୱାରା ଉଦ୍ଧାର ଅଭିଯାନ ବେଳେ ସୁରକ୍ଷିତ ବାହାର କରାଗଲା। ୪ଜଣ ଶ୍ରମିକଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ବେଳେ ଆଉ ୪ଜଣଙ୍କର ମୃତଦେହ ବରଫରୁ ଉଦ୍ଧାର କରାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.