ପ୍ରମୂଖ ଖବର
  • କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ଆସିଲେନି ଦୀପାଳି, ତଦନ୍ତ ଅଧିକାରୀଙ୍କୁ ଜଣାଇଲେ ବ୍ୟକ୍ତିଗତ କାରଣ
  • ||
  • WPL 2025: ଆଜି ୟୁପି-ଗୁଜରାଟ ଜାଏଣ୍ଟ୍‌ସ ଲଢ଼େଇ, ବିଜୟ ଧାରାକୁ ଫେରିବାକୁ ସବୁ ଶକ୍ତି ଖଟାଇବେ ୱାରିଅର୍ସ
  • ||
  • ବୌଦ୍ଧ : ୩୫ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ସହ ନଗଦ ଟଙ୍କା ଜବତ, ମାଫିଆ ଫେରାର
  • ||
  • ପୁରୀ : ତାରିଣୀ ମନ୍ଦିରରୁ ଲୁଟ୍‌, କଟର୍‌ରେ ହୁଣ୍ଡି କାଟି ଦାନ ଟଙ୍କା ନେଇଗଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ, ପୂରଣ ହେବ ୧୦୮୩ ପଦବି
  • ||
  • ତିଗିରିଆରେ ବାରହା ଆକ୍ରମଣରେ ୨ ଆହତ, ହସ୍ପିଟାଲରେ ଭର୍ତ୍ତି
  • ||
  • ରାୟଗଡ଼ା : ୨୧ କେଜି ଗଞ୍ଜେଇ ଜବତ, ୨ ଚାଲାଣକାରୀ ଗିରଫ
  • ||
  • ପାରିବାରିକ କଳହର କରୁଣ ପରିଣତି: ସ୍ୱାମୀକୁ ମାରି ପୋତିଦେଲା ସ୍ତ୍ରୀ, ତିନି ଦିନ ପରେ ଆତ୍ମସମର୍ପଣ
  • ||
  • କାମାକ୍ଷାନଗର : ଦୁଇ ଦନ୍ତା ସଙ୍ଘର୍ଷରେ ଗୋଟିଏ ହାତୀର ମୃତ୍ୟୁ, ଚାଷ ଜମିରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜନତା ଦରବାରରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ, ପଞ୍ଜିକରଣ କରିଛନ୍ତି ୧ ହଜାର ଅଭିଯୋଗକାରୀ
  • ||
  • ଉମରକୋଟ : ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଏକ ମାସର ଶିଶୁକୁ ୪୦ରୁ ଉର୍ଦ୍ଧ୍ୱ ଚେଙ୍କ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚନ୍ଦ୍ରପୃଷ୍ଠରେ ‘ବ୍ଲୁ ଘୋଷ୍ଟ’ର ସଫଳ ଅବତରଣ, ମହାକାଶ ଗବେଷଣାରେ ଘରୋଇ କମ୍ପାନିର ବାଜିମାତ୍
  • ||
  • ନବ ଦାସ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ର ନୋଟିସ୍‌: ସୋମବାର ହାଜର ହେବେ ଦୀପାଳି ଓ ବିଶାଲ !
  • ||
  • ରାଜ୍ୟରେ ପାରଦ ଉପରମୁହାଁ: ୩୮ ଡିଗ୍ରୀ ଡେଇଁଲା ବୌଦ୍ଧ, ବଲାଙ୍ଗୀର,୧୦ ସହର ତାପମାତ୍ରା ୩୭ ଡିଗ୍ରୀ ପାର୍
  • ||

ପୂର୍ବତନ ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍‌ଙ୍କ ବଢିଲା ଅଡୁଆ, କୋର୍ଟ ଦେଲେ ଏଫ୍ଆଇଆର ନିର୍ଦେଶ

Published By : Prameya | March 2, 2025 7:44 PM

ମୁମ୍ବାଇ,୨।୩: ମୁମ୍ବାଇର ସ୍ୱତନ୍ତ୍ର ଦୁର୍ନୀତି ନିବାରଣ ଅଦାଲତ ଶନିବାର ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି)ର ପୂର୍ବତନ ଅଧ୍ୟକ୍ଷା ମାଧବୀ ପୁରୀ ବୁଚ ଏବଂ ସେବି ଏବଂ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ)ର ଶୀର୍ଷ ଅଧିକାରୀଙ୍କ ବିରୁଦ୍ଧରେ ଏଫଆଇଆର ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସ୍ୱତନ୍ତ୍ର ବିଚାରପତି ଏସ୍.ଇ. ବାଙ୍ଗର ଏହି ନିର୍ଦ୍ଦେଶ ଥାନେ ସାମ୍ବାଦିକ ସପନ ଶ୍ରୀବାସ୍ତବଙ୍କ ଦ୍ୱାରା ଦାୟର ଆବେଦନ ଉପରେ ଦେଇଛନ୍ତି। ଆବେଦନକାରୀ ଅଭିଯୋଗ କରିଛନ୍ତି ଯେ ଏକ କମ୍ପାନୀର ତାଲିକାଭୁକ୍ତକରଣ ସମୟରେ ଏକ ବଡ଼ ଆର୍ଥିକ ଦୁର୍ନୀତି ହୋଇଥିଲା, ଯେଉଁଥିରେ ସେବି ଅଧିକାରୀଙ୍କ ଭୂମିକା ମଧ୍ୟ ସନ୍ଦେହଜନକ। ଅଭିଯୋଗକାରୀଙ୍କ ଅଭିଯୋଗ ଯେ ସେବି ଅଧିକାରୀମାନେ ସେମାନଙ୍କର ଆଇନଗତ ଦାୟିତ୍ୱ ନିର୍ବାହ କରିନାହାଁନ୍ତି,ବଜାର ହେରଫେରକୁ ଅନୁମତି ଦେଇଛନ୍ତି ଏବଂ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିନଥିବା ଏକ କମ୍ପାନୀର ତାଲିକାଭୁକ୍ତକରଣକୁ ଅନୁମୋଦନ କରିଛନ୍ତି। 

ଅଭିଯୋଗ କରାଯାଇଛି ଯେ ସେବିର ଅଧିକାରୀମାନେ ନିୟାମକ ମାନଦଣ୍ଡ ପୂରଣ କରୁନଥିବା ଏକ କମ୍ପାନୀର ତାଲିକାଭୁକ୍ତ କରିବାକୁ ଅନୁମତି ଦେଇଥିଲେ, ଯାହା ଫଳରେ ବଜାରରେ ହେରଫେର ଏବଂ ନିବେଶକମାନଙ୍କୁ କ୍ଷତି ସହିବାକୁ ପଡିଲା। ଏହା ସେବି ଏବଂ କର୍ପୋରେଟ୍ ସଂସ୍ଥାଗୁଡ଼ିକ ମଧ୍ୟରେ ପ୍ଲାନିଂ ଥିଲା। ଇନସାଇଡର ଟ୍ରେଡିଂ ଓ ଲିଷ୍ଟିଂ ପରେ ସାର୍ବଜନୀକ ଧନ ହେରଫେରର ମଧ୍ୟ ଅଭିଯୋଗ ରହିଛି। ଅଭିଯୋଗରେ ପକ୍ଷଭୁକ୍ତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ପୂର୍ବତନ SEBI ଅଧ୍ୟକ୍ଷା ମାଧବୀ ପୁରୀ ବୁଚ, ପୂର୍ଣ୍ଣକାଳୀନ ସଦସ୍ୟ ଅଶ୍ୱନୀ ଭାଟିଆ, ଆନନ୍ଦ ନାରାୟଣ ଜି ଏବଂ କମଲେଶ ଚନ୍ଦ୍ର ବର୍ଷ୍ନେୟ, BSE ଅଧ୍ୟକ୍ଷ ପ୍ରମୋଦ ଅଗ୍ରୱାଲ ଏବଂ ସିଇଓ ସୁନ୍ଦରରମଣ ରାମମୂର୍ତ୍ତି ଅନ୍ତର୍ଭୁକ୍ତ। ତଥାପି, ଶୁଣାଣି ସମୟରେ ସେମାନଙ୍କ ମଧ୍ୟରୁ କେହି କୋର୍ଟରେ ହାଜର ହୋଇ ନଥିଲେ।

ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ ପ୍ରଭାକର ତରଙ୍ଗେ ଏବଂ ରାଜଲକ୍ଷ୍ମୀ ଭଣ୍ଡାରୀ କୋର୍ଟରେ ସେମାନଙ୍କ ପକ୍ଷ ଉପସ୍ଥାପନ କରିଥିଲେ। ଜଷ୍ଟିସ୍ ବାଙ୍ଗର ଅଭିଯୋଗ ଏବଂ ଏହା ସହିତ ସଂଲଗ୍ନ କାଗଜପତ୍ର ସମୀକ୍ଷା କରିବା ପରେ,  ଅପରାଧର ପ୍ରାଥମିକ ପ୍ରମାଣ ପାଇଲେ ଏବଂ ଭାରତୀୟ ଦଣ୍ଡ ସଂହିତା, ଦୁର୍ନୀତି ନିବାରଣ ଆଇନ ଏବଂ ସେବି ଆଇନର ପ୍ରାସଙ୍ଗିକ ଧାରା ଅନୁଯାୟୀ ଏକ ଏଫଆଇଆର ପଞ୍ଜିକରଣ କରିବାକୁ ମୁମ୍ବାଇ ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି)କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି, ଅଭିଯୋଗଗୁଡ଼ିକର  ନିରପେକ୍ଷ ଏବଂ ସ୍ୱାଧୀନ ତଦନ୍ତ ଆବଶ୍ୟକ। ଆଇନ ପ୍ରବର୍ତ୍ତନ ସଂସ୍ଥା ଏବଂ ସେବିର ନିଷ୍କ୍ରିୟତା ଯୋଗୁଁ ନ୍ୟାୟିକ ହସ୍ତକ୍ଷେପ ଜରୁରୀ ହୋଇପଡ଼ିଛି। ACBକୁ 30 ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ପଡିବ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.