ନୂଆଦିଲ୍ଲୀ: ଶୁକ୍ରବାର ଉତ୍ତରାଖଣ୍ଡର ବଦ୍ରିନାଥରେ ହୋଇଥିବା ହିମସ୍ଖଳନକୁ ନେଇ ଆସିଲା ଦୁଃଖଦ ଖବର। ଚାମୋଲିର ମାନା ଗାଁରେ ରାସ୍ତା ନିର୍ମାଣ ସମୟରେ ହୋଇଥିବା ହିମସ୍ଖଳନରେ ନିଖୋଜ ଥିବା ଶେଷ ଶ୍ରମିକଙ୍କୁ ଆଜି ସେନା ପକ୍ଷରୁ ମୃତାବସ୍ଥାରେ ଉଦ୍ଧାର କରାଯାଇଛି। ଏନେଇ ସେନା ପକ୍ଷରୁ ରବିବାର ଆଧିକାରିକ ସ୍ତରରେ ଘୋଷଣା କରାଯାଇଛି।
ଏହି ଦୁର୍ଘଟଣାରେ ଫସିରହିଥିବା ମୋଟ ୫୪ ଜଣ ଶ୍ରମିକମାନଙ୍କ ମଧ୍ୟରୁ ୪୬ ଜଣଙ୍କୁ ଜୀବିତ ଅବସ୍ଥାରେ ସେନା ଉଦ୍ଧାର କରିସାରିଛି। ତେବେ ଏହି ଦୁର୍ଘଟଣାରେ ମୋଟ୍ ୮ ଜଣ ଶ୍ରମିକ ମୃତ୍ୟୁ ହୋଇସାରିଛି। ତେବେ ଆହତ ଶ୍ରମିକମାନଙ୍କୁ ଜରୁରୀକାଳିନ ପରିସ୍ଥିତିରେ ଜୋଶିମଠକୁ ସ୍ଥାନାନ୍ତରିତ କରିବାପାଇଁ ସେନା ନିଜର ଛଅଟି ହେଲିକପ୍ଟର ମୃତୟନ କରିଛି।
ଶୁକ୍ରବାର ହୋଇଥିବା ଉଦ୍ଧାର କାର୍ଯ୍ୟରେ ମୋଟ୍ ୩୩ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ରାତି ହୋଇଯିବା ସହ ପ୍ରବଳ ତୁଷାରପାତ ହେବା କାରଣରୁ ଉଦ୍ଧାର କାର୍ଯ୍ୟକୁ ଅଧାରୁ ବନ୍ଦ କରିବାକୁ ପଡିଥିଲା। ସର୍ଚ୍ଚ ଅପରେସନର ଦ୍ୱିତୀୟ ଦିନରେ ସେନା ମୋଟ ୧୭ ଜଣଙ୍କୁ ଉଦ୍ଧାର କରିଥିଲା। ତେବେ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଥିଲା। ତେଣୁ ସେମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ଏକ ସିଭିଲ ହେଲିକପ୍ଟର ଯୋଗେ ଜୋଶିମଠକୁ ସ୍ଥାନାନ୍ତରିତ କରାଯାଇଥିଲା।
ରବିବାର ଶେଷ ପର୍ଯ୍ୟାୟ ସର୍ଚ୍ଚ ଅପରେସନରେ ବାକି ଥିବା ଜଣେ ଶ୍ରମିକଙ୍କୁ ମୃତ ଅବସ୍ଥାରେ ସେନା ଉଦ୍ଧାର କରିଛି। ଶନିବାର ସୁଦ୍ଧା ମୋଟ ୫୦ ଜଣ ଶ୍ରମିକଙ୍କୁ ସୁରକ୍ଷିତ ବାହାରକୁ ଅଣାଯାଇ ଥିଲା , ଯେଉଁଥିରେ ୪ ଜଣଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଆଜି ଅନ୍ୟ ତିନି ଜଣ ଲୋକଙ୍କ ଶହ ଉଦ୍ଧାର ହେବା ପରେ ମୃତକଙ୍କ ସଂଖ୍ୟା ମୋଟ ୭ ହୋଇ ଯାଇଛି , ଅନ୍ୟ ଜଣେ ଶ୍ରମିକଙ୍କ ତଲାସ ଜାରି ରହିଥିଲା। ତେବେ ଆଜି ଶେଷ ଶ୍ରମିକଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯିବା ସହ ମୃତକଙ୍କ ସଂଖ୍ୟା ୮ କୁ ବୃଦ୍ଦି ପାଇଛି।
ଆଜି ଶେଷ ଶ୍ରମିକଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯିବା ସହ ସେନା ନିଜ ସର୍ଚ୍ଚ ଅପରେସନ ଶେଷ କରିଛି।