ନୂଆଦିଲ୍ଲୀ: ପତ୍ନୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଆଗ୍ରାର ଡିଫେନ୍ସ କଲୋନିରେ ରହୁଥିବା ମାନବ ଶର୍ମା ଆତ୍ମହତ୍ୟା କରିବା ପରେ ତାଙ୍କ ମୃତ୍ୟୁକୁ ନେଇ ଏବେ ସମଗ୍ର ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ଏହି ପରିସ୍ଥିତିରେ ମାନବଙ୍କ ଭଉଣୀ ଆକାଙ୍ଖ୍ୟା ନିଜ ଭାଇଙ୍କ ଆତ୍ମହତ୍ୟା ପଛରେ ତାଙ୍କ ଭାଉଜଙ୍କ ହାତ ଥିବା ନେଇ ଅଭିଯୋଗ ଆଣିଛନ୍ତି। ଏହା ସହ ମାନବ ନିଜ ଛାଡପତ୍ର ସହ ସ୍ତ୍ରୀ’ଙ୍କ ମିଛ କେସରେ ନିଜ ମାନସିକ ଭାରସ୍ୟମ ହରାଇ ଏହିପରି ନିଷ୍ପତ୍ତି ନେଇଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି।
ମାନବଙ୍କ ଭଉଣୀ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ “ନିକିତାଙ୍କର ଅନ୍ୟ ଜଣଙ୍କ ସହ ସମ୍ୱଦ୍ଧ ଥିବା ନେଇ ଚଳିତବର୍ଷ ଜାନୁଆରି ମାସରେ ଜମାପଡିବା ପରେ ଉଭୟେ ମ୍ୟୁଚୁଆଲି ଛାଡପତ୍ର ନେବାକୁ ଆବେଦନ କରିଥିଲେ। ତେବେ ଛାଡପତ୍ର ଏତେ ସହଜ ନୁହେଁ ବୋଲି ମୋ ଭାଇ ଜାଣିନଥିଲା। ସେ ନିକିତାଙ୍କ ଅନ୍ୟ କାହା ସହ ସମ୍ୱନ୍ଧ ପାଇଁ ମୋ ଭାଇ ଜୀବନ ଦେଇ ନାହିଁ। ଆମ ଦେଶରେ ହିଁ ସବୁ ନିୟମ କାନୁନ ମହିଳାଙ୍କୁ ସୁହାଇଲା ଭଳି ରଖାଯାଇଛି। ଆଉ ଖାସ ସେଇଥି ପାଇଁ ମୋ ଭାଇ ତା ଜୀବନ ନେଲା।”
ଜାନୁଆରୀ ମାସରେ ପ୍ରିୟା ନାମକ ଜଣେ ମହିଳା ମାନବଙ୍କୁ ଦେଖାକରି ନିକିତାଙ୍କ ବିଷୟରେ ସମସ୍ତ କଥା କହିଥିଲେ। ନିକିତା ଓ ତାଙ୍କ ଦୁଇ ଭଉଣୀ ପ୍ରଥମେ ଯୁବକମାନଙ୍କୁ ଫଶେଇ ବିବାହ କରିଥାନ୍ତି। ଓ ପରେ ସେମାନଙ୍କ ଜୀବନକୁ ଦୁର୍ବିସହ କରିଦେଇଥାନ୍ତି ବୋଲି ସେ ମାନବଙ୍କୁ କହିଥିଲେ। ଏ ଖବର ଶୁଣି ମାନବ ନିଜ ମାନସିକ ଭାରସ୍ୟାମ ହରାଇ ବସି ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କ ପାଖରେ ସେତେବେଳେ ତାଙ୍କ ବାପାମା ରହୁଥିବାରୁ ସେମାନେ ତାଙ୍କୁ ବଞ୍ଚାଇବା ସହିତ ଉଭୟ ସ୍ୱାମୀସ୍ତ୍ରୀଙ୍କୁ ଏ ମାମଲାରେ ଆଲୋଚନା କରିବାକୁ ଅନୁରୋଧ କରିଥିଲେ।
ତେବେ ଉଭୟ ଆଲୋଚନା କରି ପରସ୍ପରକୁ ଛାଡପତ୍ର ଦେବେ ବୋଲି ନିଷ୍ପତ୍ତି ଗ୍ରହଣ କରିଥିଲେ। ହେଲେ ମାନବ, ନିକିତାଙ୍କ ଠୁ ଅଲଗା ହେବାକୁ ଚେଷ୍ଟା କରିବା ପରେ ନିକିତା ତାଙ୍କୁ ଧମକଚମକ ଦେବା ଆରମ୍ଭ କରିଥିଲେ। ଯଦି ମାନବ ଛାଡପତ୍ରପାଇଁ ଆବେଦନ କରନ୍ତି ତେବେ ସେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ। ଯେଉଁଥିରେ ତାଙ୍କ ବାପା’ମା ବି ଫଶିବେ ବୋଲି ସେ ମାନବଙ୍କୁ ଧମକ ଦେଇଥିଲେ। ଆଉ ଏସବୁ କଥା ମୋ ଭାଇ ଆଦୈ ସହିପାରିଲା ନାହିଁ। ବାଧ୍ୟରେ ସେ ଆତ୍ମହତ୍ୟା କରିଛି ବୋଲି ତାଙ୍କ ଭଉଣୀ ଆକାଙ୍ଖ୍ୟା କହିଛନ୍ତି।
ସୂଚନା ମୁତାବକ, ଗତ ଶୁକ୍ରବାର ନିଜ ପତ୍ନୀଙ୍କ ନିର୍ଯାତନାରେ ଅତିଷ୍ଟ ହୋଇ ମାନବ ଶର୍ମା ଆତ୍ମହତ୍ୟା କରିଥିଲେ। ଜୀବନ ହାରିବାକୁ ଚରମ ନିଷ୍ପତ୍ତି ନେବା ପରେ ଭିଡିଓରେ କାନ୍ଦୁଥିବା ଦେଖିବାକୁ ମିଳିଥିଲା । ପରିବାର ସହ ବାପା ମାଆଙ୍କୁ କ୍ଷମା ମାଗି କହିଛନ୍ତି ଯେ, ''ମୁଁ ଯିବା ପରେ ସବୁ ଠିକ୍ ହୋଇଯିବ। ପୂର୍ବରୁ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲି। ଏବେ ପତ୍ନୀଙ୍କ ନିର୍ଯାତନା ଅତିଷ୍ଠ ହେଲାଣି। ଆଉ ସହି ପାରୁନାହିଁ'' ବୋଲି କହିବା ସହ ଶେଷରେ ରଶି ଲଗାଇ ଝୁଲି ପଡିଥିଲେ ମାନବ।
ମାନବଙ୍କ ବାପା ଏନେଇ ଥାନାରେ ଏକ ମାମଲା ରୁଜୁ କରିଥିଲେ ମଧ୍ୟ ଏଯାଏ କୌଣସି ଗିରଫଦାରି ହୋଇନଥିବା ଜଣାପଡିଛି। ତେବେ ମାନବଙ୍କ ଏହି ମୃତ୍ୟୁ ନିକଟରେ ବେଙ୍ଗାଲୁରୁରେ ହୋଇଥିବା ଅତୁଲ ସୁଭାଷ କତାକୁ ମନେ ପକରାଇ ଦେଇଛି। ଗତବର୍ଷ ଶେଷାର୍ଦ୍ଧରେ ଠିକ ଏମିତି ନିଜ ପତ୍ନୀଙ୍କ ଅତ୍ୟାଚାରରେ ଅତିଷ୍ଟ ହୋଇ ଏକ ଭିଡିଓ ସେୟାର କରି ଅତୁଲ ଆତ୍ମହତ୍ୟା କରିଥିଲେ। ଯାହାକୁ ନେଇ ସାରା ଦେଶରେ ବିବାଦ ଆରମ୍ଭ ହୋଇଯାଇଥିଲା।