କୋଲକାତା,୧।୩: ପଶ୍ଚିମବଙ୍ଗ କଲେଜ ଆଣ୍ଡ ୟୁନିଭର୍ସିଟି ପ୍ରଫେସର ଆସୋସିଏସନ୍ (WBCUPA) ବୈଠକ ବେଳେ ଯାଦବପୁର ୟୁନିଭର୍ସିଟିରେ ଉତ୍ତେଜନା। ବାମପନ୍ଥୀ ଛାତ୍ର ସଂଗଠନର ଛାତ୍ରସଂଘ ନିର୍ବାଚନର ଦାବୀକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି। ଶିକ୍ଷାମନ୍ତ୍ରର ବ୍ରତ୍ୟ ବସୁ ପହଁଞ୍ଚିବା ପୂର୍ବରୁ ହିଁ ପ୍ରଦର୍ଶନ ଆରମ୍ଭ ହୋଇଯାଇଥିଲା। ପ୍ରଦର୍ଶନ ବେଳେ ଛାତ୍ରମାନେ ଶିକ୍ଷାମନ୍ତ୍ରୀଙ୍କୁ ଘେରାଉ କରିବା ସହ ଜୋରଦାର ନାରାବାଜି କରିଥିଲେ।
ଆସୋସିଏସନ୍ର ଅଧିକାରୀ ହସ୍ତକ୍ଷେପ କରିବାର ଚେଷ୍ଟା କରିଥିଲେ ଓ ପ୍ରଦର୍ଶନକାରୀ ଛାତ୍ରଙ୍କୁ ଚାଲିଯିବାକୁ କହିଥିଲେ, କିନ୍ତୁ ସ୍ଥିତି ଏଭଳି ହୋଇଥିଲା ଯେ, ଛାତ୍ର ଓ ଅଧିକାରୀଙ୍କ ମଧ୍ୟରେ ହାତହାତି ହୋଇଥିଲେ। ଗତିରୋଧ ଜାରି ରହିଥିଲା ଓ ଛାତ୍ରମାନେ ଶିକ୍ଷାମନ୍ତ୍ରୀ ବ୍ରତ୍ସ୍ୟ ବସୁଙ୍କ କାର୍କୁ ରୋକି ଦେଇଥିଲେ। ଏହାପରେ ସେ ମନ୍ତ୍ରୀଙ୍କ ଗାଡ଼ିର ଟାୟାରରୁ ପବନ ବାହାର କରିଦେଇଥିଲେ। ପ୍ରଦର୍ଶନକାରୀମାନେ ତାଙ୍କ ଗାଡିରେ ଭଙ୍ଗାରୁଜା କରିଥିଲେ। ବନେଟ୍ ଓ ଝରକାକୁ ଭାଙ୍ଗି ଦେଇଥିଲେ। ଏପରିକି କାର୍ ଉପରେ ଯୋତା ରଖିଦେଇଥିଲେ। ମନ୍ତ୍ରୀଙ୍କ ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ବନ୍ଦୀ କରି ରଖିଦେଇଥିଲେ। ଏହାପରେ ଛାତ୍ରଙ୍କ ମଧ୍ୟରେ ହାତାହାତି ଆରମ୍ଭ ହୋଇଥିଲା, ଯାହାର ପରିଣାମ ସ୍ବରୂପ ଜଣେ ଛାତ୍ର ଗୁରୁତର ହୋଇଛନ୍ତି।
ଉଲ୍ଲେଖନୀୟ ଯେ, ଯାଦବପୁର ୟୁନିଭର୍ସିଟି ବହୁବାର ଚର୍ଚ୍ଚାରେ ରହିଛି। କେବେ ହଷ୍ଟେଲ କ୍ୟାମ୍ପସର ବାଲକୋନୀରୁ ଛାତ୍ର ଖସି ପଡି ମୃତ୍ୟୁ ଘଟିବା ତ ଆଉ କେବେ ରାଗିଙ୍ଗ ଅଭିଯୋଗ। ଛାତ୍ର ସଂଗଠନ ୟୁନିଭର୍ସିଟି କ୍ୟାମ୍ପସ୍ ଭିତରେ ସିସିଟିଭି ଲଗାଇବାର ବିରୋଧ କରିସାରିଛନ୍ତି। ଏହାପରେ ଯାଦବପୁର ୟୁନିଭର୍ସିଟିର ଏସ୍ଏଫ୍ଆଇ ୟୁନିଟ୍ ଏକ ନୋଟିସ୍ ଜାରି କରିଥିଲା ଓ କହିଥିଲା ଅଭିଯୁକ୍ତ ୨୮ ଜାନୁଆରୀ ୨୦୨୫ରୁ ଏସ୍ଏଫ୍ଆଇ ୟୁନିଟର ଅଂଶ ନଥିଲା।