ପ୍ରମୂଖ ଖବର
  • ଲାଣ୍ଡିଗୁଡା ନିକଟରେ ମାଲ୍ ବୋଝେଇ ଟ୍ରକ- କାର୍ ମୁହାଁମୁହିଁ ଧକ୍କା: କାର ଚାଳକ ମୃତ, ୨ ଗୁରୁତର
  • ||
  • ଶେଷ ଲିଗ୍ ମ୍ୟାଚ୍‌ରେ ଟସ୍ ଜିତି ନ୍ୟୁଜିଲାଣ୍ଡର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଭାରତ
  • ||
  • ସୁନ୍ଦରଗଡ଼ରେ ଲଜ୍ଜା: ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ, ୨ ଅଟକ
  • ||
  • ମାର୍ଚ୍ଚ ଶେଷ ଯାଏଁ ସୁଭଦ୍ରା ଆବେଦନ, ରାକ୍ଷୀ ପୂର୍ଣ୍ଣିମାରେ ପାଇବେ ତ୍ରିପଲ୍‌ କିସ୍ତି
  • ||
  • ଯାଜପୁର : ଦୋକାନରୁ ଘରକୁ ଫେରିବାବେଳେ ଲୁଟ୍‌, ବନ୍ଧୁକ ଦେଖାଇ ସୁନା ଭର୍ତ୍ତି ବ୍ୟାଗ୍‌ ନେଇଗଲେ ଦୁର୍ବୃତ୍ତ
  • ||
  • ଆଠଗଡ଼ : କୂଅ ଭିତରୁ ହାତୀର ଗଳିତ ମୃତଦେହ ଉଦ୍ଧାର, ବନ ବିଭାଗର ତଦନ୍ତ ଆରମ୍ଭ
  • ||
  • ବାଲେଶ୍ୱର : ବେଆଇନ ବାଲି ଚାଲାଣ ବେଳେ ଚଢାଉ, ୨୨ ଟ୍ରକ୍‌ ଜବତ
  • ||
  • ମୁସଲ୍‌ମାନ୍‌ ଧର୍ମାବଲମ୍ବୀଙ୍କ ପବିତ୍ର ରମ୍‌ଜାନ୍‌ ମାସ ଆରମ୍ଭ, ପ୍ରଥମ ରୋଜା ରଖିଲେ ଶ୍ରଦ୍ଧାଳୁ
  • ||
  • କଟକ : ଛାତ୍ର ବିଜେଡିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ, ୨ ଆହତ
  • ||
  • କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଆଞ୍ଚଳିକ କୃଷି ଯନ୍ତ୍ରପାତି କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • କାମାକ୍ଷାନଗର : ଶୌଚପାଇଁ ଯିବାବେଳେ ଆକ୍ରମଣ କଲା ଦନ୍ତା, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ହେଲାନି ହାଣ୍ଡିଭଙ୍ଗା ଯାତ୍ରା, ପ୍ରଶାସନିକ ସ୍ଥାଣୁତାରୁ ୧୧ ବର୍ଷ ହେଲା ୩ ପରମ୍ପରା ବନ୍ଦ
  • ||
  • ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ତାତି, ଟିଟିଲାଗଡ଼ ପାଲଟିଲା ତତଲାଗଡ଼, ସର୍ବାଧିକ ୩୮ ଡିଗ୍ରୀ ଛୁଇଁଲା ପାରଦ
  • ||

ଦମ୍‌ଦାର ଆରମ୍ଭ, ଡାଉନଲୋଡ୍‌ରେ ରେକର୍ଡ କଲା ସଦଗୁରୁଙ୍କ ‘Miracle of Mind’ ଆପ୍

Published By : Tapas Panda | March 1, 2025 7:18 PM

Image Courtesy: tv9hindi

ନୂଆଦିଲ୍ଲୀ: ସଦଗୁରୁ ଜଗି ବାସୁଦେବଙ୍କ ‘ମିରାକଲ୍ ଅଫ୍ ମାଇଣ୍ଡ’ ଆପ୍ ଚହଳ ସୃଷ୍ଟି କରିଛି ।  ଇତିହାସ ସୃଷ୍ଟି କରିଛି । ୧୫ ଘଣ୍ଟା ମଧ୍ୟରେ ଏହି ଆପ୍‌କୁ ୧୦ ଲକ୍ଷରୁ ଅଧିକ ୟୁଜର୍ସ ଡାଉନଲୋଡ୍ କରିଛନ୍ତି । ସଦଗୁରୁଙ୍କ ମାଗଣା ମେଡିଟେସନ୍‌ (ଧ୍ୟାନ) ଆପ୍ ChatGPTକୁ ପଛରେ ପକାଇ ଦେଇଛି ।  ଫେବ୍ରୁଆରୀ ୨୬ରେ ମହାଶିବରାତ୍ରି ଅବସରରେ କୋଏମ୍ୱାଟୁରରେ ସଦଗୁରୁଙ୍କ ଇଶା ଯୋଗ ସେଣ୍ଟରରେ ୧୨ ଘଣ୍ଟାର ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରରେ ସଦଗୁରୁ ଏହି ଆପକୁ ଲଞ୍ଚ୍ କରିଥିଲେ । 

ସଦଗୁରୁଙ୍କ ମାଗଣା ଧ୍ୟାନ ଅପ୍ ମିରାକଲ୍ ଅଫ୍ ମାଇଣ୍ଡ ଲଞ୍ଚ ହେବାର କେବଳ ୧୫ ଘଣ୍ଟା ଭିତରେ ହିଁ ୧ ମିଲିୟନ ଡଲାନଲୋଡ୍ ହୋଇଥିଲା । ଏହି ବ୍ଲକ୍‌ବଷ୍ଟର ଆପ୍‌ ପୂରା ସୋସିଆଲ୍ ମିଡିଆରେ ଚହଳ ସୃଷ୍ଟି କରିଛି । ଚାଟ୍‌ଜିପିଟି ଲଞ୍ଚ୍ ପରେ ପ୍ରଥମ ୧୫ ଘଣ୍ଟାରେ ଆପକୁ ଏତେ ଅଧିକ ଡାଉନ୍‌ଲୋଡ୍ କରାଯାଇନଥିଲା ।

୨୪ ଘଣ୍ଟାରେ ‘ମିରାକଲ୍ ଅଫ୍ ମାଇଣ୍ଡ’ ଭାରତ, ଆମେରିକା, କାନାଡା, ବ୍ରିଟେନ, ଅଷ୍ଟ୍ରେଲିଆ, ସିଙ୍ଗାପୁରୁ, ମାଲେସିଆ, ହଂକଂ, ଜର୍ମାନୀ, କେନିଆ ଓ ୟୁଏଇ ସମେତ ୨୦ ଦେଶରେ ଟ୍ରେଣ୍ଡ କରୁଛି । ଏହା ଦର୍ଶାଉଛି ଯେ, ଧ୍ୟାନ ମାନସିକ ଶାନ୍ତି ପାଇଁ ଏକ ପ୍ରମୁଖ ସମାଧାନ । ଇଂରାଜୀ, ହିନ୍ଦୀ, ତାମିଲ, ରୁଷ ଓ ସ୍ପାନିଶ୍‌ ଭାଷାରେ ଏହି ଆପ୍ ଉପଲବ୍ଧ । ଆପ୍‌ର ୭ ମିନିଟ୍‌ର ମେଡିଟେସନ୍ ବେଶ ଭାଇରାଲ୍ ହେବାରେ ଲାଗିଛି । ମିରାକଲ୍ ଅଫ୍ ମାଇଣ୍ଡ ଆପ୍‌କୁ ଏପରି ଏକ ସମୟରେ ଲଞ୍ଚ୍ କରାଯାଇଛି, ଯେତେବେଳେ ମାନସିକ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢିଛି । ଭାରତରେ ପ୍ରାୟ ୬୦ରୁ ୭୦ ମିଲିୟନ୍ ଲୋକ ସାମାନ୍ୟରୁ ଗୁରୁତର ମାନସିକ ରୋଗରେ ପୀଡ଼ିତ ଅଛନ୍ତି । ଏଭଳି ସମୟରେ ସଦଗୁରୁଙ୍କ ଏହି ଆପ୍‌ ସମାଜରେ ବିପ୍ଳବ ଆଣିବ ବୋଲି ଚର୍ଚ୍ଚା ହେଉଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.