ପ୍ରମୂଖ ଖବର
  • ଲାଣ୍ଡିଗୁଡା ନିକଟରେ ମାଲ୍ ବୋଝେଇ ଟ୍ରକ- କାର୍ ମୁହାଁମୁହିଁ ଧକ୍କା: କାର ଚାଳକ ମୃତ, ୨ ଗୁରୁତର
  • ||
  • ଶେଷ ଲିଗ୍ ମ୍ୟାଚ୍‌ରେ ଟସ୍ ଜିତି ନ୍ୟୁଜିଲାଣ୍ଡର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଭାରତ
  • ||
  • ସୁନ୍ଦରଗଡ଼ରେ ଲଜ୍ଜା: ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ, ୨ ଅଟକ
  • ||
  • ମାର୍ଚ୍ଚ ଶେଷ ଯାଏଁ ସୁଭଦ୍ରା ଆବେଦନ, ରାକ୍ଷୀ ପୂର୍ଣ୍ଣିମାରେ ପାଇବେ ତ୍ରିପଲ୍‌ କିସ୍ତି
  • ||
  • ଯାଜପୁର : ଦୋକାନରୁ ଘରକୁ ଫେରିବାବେଳେ ଲୁଟ୍‌, ବନ୍ଧୁକ ଦେଖାଇ ସୁନା ଭର୍ତ୍ତି ବ୍ୟାଗ୍‌ ନେଇଗଲେ ଦୁର୍ବୃତ୍ତ
  • ||
  • ଆଠଗଡ଼ : କୂଅ ଭିତରୁ ହାତୀର ଗଳିତ ମୃତଦେହ ଉଦ୍ଧାର, ବନ ବିଭାଗର ତଦନ୍ତ ଆରମ୍ଭ
  • ||
  • ବାଲେଶ୍ୱର : ବେଆଇନ ବାଲି ଚାଲାଣ ବେଳେ ଚଢାଉ, ୨୨ ଟ୍ରକ୍‌ ଜବତ
  • ||
  • ମୁସଲ୍‌ମାନ୍‌ ଧର୍ମାବଲମ୍ବୀଙ୍କ ପବିତ୍ର ରମ୍‌ଜାନ୍‌ ମାସ ଆରମ୍ଭ, ପ୍ରଥମ ରୋଜା ରଖିଲେ ଶ୍ରଦ୍ଧାଳୁ
  • ||
  • କଟକ : ଛାତ୍ର ବିଜେଡିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ, ୨ ଆହତ
  • ||
  • କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଆଞ୍ଚଳିକ କୃଷି ଯନ୍ତ୍ରପାତି କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • କାମାକ୍ଷାନଗର : ଶୌଚପାଇଁ ଯିବାବେଳେ ଆକ୍ରମଣ କଲା ଦନ୍ତା, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ହେଲାନି ହାଣ୍ଡିଭଙ୍ଗା ଯାତ୍ରା, ପ୍ରଶାସନିକ ସ୍ଥାଣୁତାରୁ ୧୧ ବର୍ଷ ହେଲା ୩ ପରମ୍ପରା ବନ୍ଦ
  • ||
  • ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ତାତି, ଟିଟିଲାଗଡ଼ ପାଲଟିଲା ତତଲାଗଡ଼, ସର୍ବାଧିକ ୩୮ ଡିଗ୍ରୀ ଛୁଇଁଲା ପାରଦ
  • ||

କରୋନା ଟୀକାକରଣ ପାଇଁ କେନ୍ଦ୍ରରୁ ମିଳିଥିବା ଟଙ୍କାକୁ ମଧ୍ୟ ଅଟକାଇଥିଲେ କେଜ୍ରିଓ୍ବାଲ ସରକାର:ସିଏଜି

Published By : Prameya | March 1, 2025 4:27 PM

ନୂଆଦିଲ୍ଲୀ,୧।୩:  ଦିଲ୍ଲୀ ସରକାରରେ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ଅନିୟମିତତାର ଅଭିଯୋଗ। ଏନେଇ ନିୟନ୍ତ୍ରଣ ଏବଂ ମହାଲେଖା ପରୀକ୍ଷକ (ସିଏଜି)ର ରିପୋର୍ଟରୁ ଜଣାପଡିଛି। ପୂର୍ବତନ ଆମ୍ ଆଦମୀ ପାର୍ଟି ସରକାରଙ୍କ ବେଳେ ଦିଲ୍ଲୀ ହସ୍ପିଟାଲରେ କର୍ମଚାରୀଙ୍କ ଅଭାବ ସହ ଅପରେସନ୍‌ ଥିଏଟର ବନ୍ଦ ହେବା ଏବଂ ଔଷଧର ଅଭାବ ନେଇ ଖୁଲାସା କରାଯାଇଛି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ପକ୍ଷରୁ ଶୁକ୍ରବାର ବିଧାନସଭାରେ ରଖାଯାଇଥିବା ରିପୋର୍ଟରେ କରୋନା କାଳରେ ଖରାପ ବ୍ୟବସ୍ଥା ନେଇ ଆଲୋଚନା କରାଯାଇଥିଲା। 

ସିଏଜି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, କରୋନା ମହାମାରୀ ବେଳେ ଦିଲ୍ଲୀବାସୀଙ୍କୁ ଟିକାକରଣ ପାଇଁ ଯେଉଁ ଟଙ୍କା କେନ୍ଦ୍ର ସରକାର ଜାରି କରିଥିଲେ ତାକୁ ମଧ୍ୟ ସରକାର ବହୁ ସମୟ ପର୍ଯ୍ୟନ୍ତ ଅଟକାଇ ରଖିଥିଲେ। କେନ୍ଦ୍ରରୁ ଯେଉଁ ଟଙ୍କା ଜାନୁଆରୀ ଓ ମାର୍ଚ୍ଚ ୨୦୨୧ ରେ ମିଳିଥିଲା ତାକୁ ଅପ୍ରେଲ ଏବଂ ମଇରେ ଆଗକୁ ବଢାଯାଇଥିଲା। ସିଏଜି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଟୀକାକରଣ ପାଇଁ ମିଳିଥିବା ପୁରା ଟଙ୍କା ଖର୍ଚ୍ଚ ମଧ୍ୟ ହୋଇନି।

ସିଏଜି ରିପୋର୍ଟର ପେଜ୍ ନମ୍ବର ୧୨୫ ରେ କରୋନା ଟୀକାକରଣ ପାଇଁ ଟଙ୍କା ଜାରି କରିବାରେ ବିଳମ୍ବ ହୋଇଥିବା କଥା କୁହାଯାଇଛି। ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କୋଭିଡ୍-୧୯ ଟୀକାକରଣ ପାଇଁ ଦିଲ୍ଲୀ ସରକାରଙ୍କୁ ସହାୟତା ଅନୁଦାନ ଆବଣ୍ଟିତ କରିଥିଲା, ଯାହାକୁ ଦିଲ୍ଲୀ ଷ୍ଟେଟ୍‌ ହେଲଥ୍ ସୋସାଇଟି(ଡିଏସ୍‌ଏଚ୍‌ଏସ୍‌)କୁ ବଢାଇବାର ଥିଲା।’   ଡିଏସଏଚ୍‌ଏସ୍‌ ଆୟ-ବ୍ୟୟ ଖାତା(୨୦୨୦-୨୧) ଓ ଅନ୍ୟ ସମ୍ପର୍କିତ ଆବଣ୍ଟନ ନିର୍ଦେଶରୁ ଜଣାପଡିଛି ଯେ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦୁଇଟି କିସ୍ତିରେ ୯.୬୦ କୋଟି ଟଙ୍କାର ସହାୟତା ରୂପରେ ଆବଣ୍ଟିତ କରିଥିଲେ। ଜାନୁଆରୀ ୨୦୨୧ ରେ ୩.୪୬ କୋଟି ଓ ମାର୍ଚ୍ଚ ୨୦୨୧ରେ ୬.୧୪ କୋଟି କରାଯାଇଥିଲା, କିନ୍ତୁ ଏହି ଟଙ୍କା ଦିଲ୍ଲୀ ସରକାର ଡିଏସ୍ଏଚଏସ୍‌କୁ ଅପ୍ରେଲ ଓ ମଇ ୨୦୨୧ରେ ଦେଇଥିଲେ। 

ଡିଏସ୍‌ଏଚଏସ୍ ଏହି ଫଣ୍ଡ ଇଣ୍ଟିଗ୍ରେଟେଡ୍‌ ଡିଷ୍ଟ୍ରିକ୍ ହେଲଥ୍ ସୋସାଇଟିଜ୍‌କୁ ପଠାଇଛି। ଉପଯୋଗିତା ସାର୍ଟିଫିକେଟ୍‌ ଅନୁସାରେ, ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ୯.୬୦ କୋଟି ଟଙ୍କାରୁ ୭.୯୩ କୋଟି ଟଙ୍କାର ଖର୍ଚ୍ଚ ହୋଇଯାଇଥିଲା। ଉଲ୍ଲେଖନୀୟ ଯେ, କରୋନା ମହାମାରୀ ପରେ ଦିଲ୍ଲୀରେ ଘାତକ ପ୍ରଭାବ ପଡିଥିଲା। ଏହି କାରଣରୁ ହଜାର ହଜାର ଲୋକଙ୍କ ଜୀବନ ଯାଇଥିଲା। ସାରା ଦେଶରେ ଟିକାକରଣ ପରେ ସଂକ୍ରମକ ମହାମାରୀ ଉପରେ କାବୁ ପାଇବା ସମ୍ଭବ ହୋଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.