ଆଠମଲ୍ଲିକ,୨୨।୫ : ଅପରେସନ୍ 'ସିନ୍ଦୂର' ର ସଫଳତା ଓ ଭାରତର ବୀର ଯବାନଙ୍କ ଅସୀମ ସାହସ , ବୀରତ୍ୱ ଓ ପରାକ୍ରମକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଗୁରୁବାର ଆଠମଲ୍ଲିକରେ ବିଜେପି ପକ୍ଷରୁ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଶୋଭାଯାତ୍ରା ବସ୍ ଷ୍ଟାଣ୍ଡ ଠାରୁ ବାହାରି ସହର ପରିକ୍ରମା କରି ପୁନର୍ବାର ବସ୍ ଷ୍ଟାଣ୍ଡରେ ପହଞ୍ଚିଥିଲା।ଉକ୍ତ ପରାକ୍ରମ ଶୋଭାଯାତ୍ରାରେ ଅବସରପ୍ରାପ୍ତ ସୈନିକ ମାନଙ୍କ ପଞ୍ଚଧାର ଭେଟେରାନ୍ ଆସୋସିଏସନ୍ ମଧ୍ୟ ସାମିଲ ହୋଇଥିଲା।
ଶୋଭାଯାତ୍ରାରେ ବିଜେପି ଜିଲ୍ଲା ସଭାପତି ଯଯାତି କେଶରୀ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ସଞ୍ଜୀବ କୁମାର ସାହୁ, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ସାଏ,ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜିଲ୍ଲା ପ୍ରତିନିଧି ସୁଦିପ ଗଡ଼ନାୟକ , ଏନ୍ଏସି ପ୍ରତିନିଧି ସନ୍ତୋଷ କୁମାର ହୋତା, ବ୍ଲକ ପ୍ରତିନିଧି ପ୍ରକାଶ ଚନ୍ଦ୍ର ସାହୁ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭବାନୀ ପ୍ରସାଦ ଜ୍ୟୋତିଷ ରାଏ, ଜିଲ୍ଲା ଉପ ସଭାପତି ଅର୍ଜୁନ କୁମାର୍ ସାହୁ, ପରେଶ୍ ଚନ୍ଦ୍ର ଦେଓଙ୍କ ସମେତ ବହୁ ବିଜେପି କର୍ମୀ, ପୂର୍ବତନ ଅବସରପ୍ରାପ୍ତ ସୈନିକ, ଜନସାଧାରଣ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।