ପ୍ରମୂଖ ଖବର
  • ବଢିଲା ବିଜୟ ମାଲ୍ୟାଙ୍କ ଅଡୁଆ, ଏନ୍‌ବିଡବ୍ଲୁ ଜାରି କଲେ ସିବିଆଇ କୋର୍ଟ
  • ||
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

ସାମନା-ସାମନି ବସାଇ ସିବିଆଇ ପଚାରିଲା ପ୍ରଶ୍ନ , ଜେରାରେ ବୟାନ ବଦଳାଇବାକୁ ଲାଗିଲା ନିଟ୍‌ ପେପର ଲିକ୍‌ର ଅଭିଯୁକ୍ତ

ନୂଆଦିଲ୍ଲୀ – ନିଟ୍‌ ପେପର ଲିକ୍‌ ମାମଲାରେ ସିବିଆଇ ଯାଞ୍ଚ ଜାରି ରହିଛି। ରବିବାର ମଧ୍ୟ ସିବିଆଇ ପାଟନାର ବେଉର ଜେଲ୍‌ରେ ପହଞ୍ଚି ଅଭିଯୁକ୍ତଙ୍କୁ ଜେରା କରିଛନ୍ତି। ଏହା ବ୍ୟତୀତ ସିବିଆଇ ରିମାଣ୍ଡରେ ନିଆଯାଇ ଥିବା ଅଭିଯୁକ୍ତ ଠାରୁ ପଚରାପଚରି ଜାରି ରହିଛି। ସିବିଆଇ ଆସୋସିଏସନ ସ୍କୁଲ୍‌ର ପ୍ରିନ୍ସିପାଲ ଏହସାନୁଲ ହକ୍‌ ଓ ଭାଇସ ପ୍ରେସିଡେଣ୍ଟ ଇମତିୟାଜ ଆଲମଙ୍କ ସହ ଦୈନିକ ଖବରକାଗଜ ସାମ୍ୱାଦିକଙ୍କୁ ବସାଇ ପଚରାପଚରି କରିଛି। ସେପଟେ , ସିବିଆଇ ଅଫିସରମାନେ ଚିଣ୍ଟୁ, ମୁକେଶ , ମନିଷ ଓ ମୁକେଶଙ୍କ ଅଲଗା ଅଲଗା ବୟାନ ପରେ ରବିବାର ସାମନା-ସାମନି ବସାଇ କ୍ରସ୍‌ କ୍ୱେଶ୍ଚିନିଂ କରାଯାଇଛି। ସାମନାକୁ ଆସିଛି କି ଏହିପରି ଅନେକ ବୟାନରେ ଅନେକ ପ୍ରକାରର ବିରୋଧାଭାସ ମଧ୍ୟ ଦେଖିବାକୁ ମିଳିଛି। 

ସିବିଆଇ ଏହସାନୁଲ ହକ୍‌ଙ୍କ ବ୍ୟାଙ୍କ୍‌ ଡିଟେଲ୍ସ ମଧ୍ୟ ଯାଞ୍ଚ କରିଛି, ହଜାରିବାଗରୁ ଅଣାଯାଇ ଥିବା ୩ଜଣ ଅପରାଧିଙ୍କ କଲ୍‌ ଡିଟେଲ୍ସ ମଧ୍ୟ ବାହାର କରାଯାଇଛି। ବାସ୍ତବରେ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ୪ ଜୁଲାଇରେ ସରୁଛି। ପ୍ରାରମ୍ଭିକ ପଚରାପଚରି ପରେ ଅଭିଯୁକ୍ତଙ୍କୁ ସିବିଆଇ ଦିଲ୍ଲୀ ବି ନେଇପାରେ। ପେପର ଲିକ୍‌ ମାଷ୍ଟରମାଇଣ୍ଡ ସଞ୍ଜୀବ ମୁଖିଆଙ୍କ ଗିରଫ ପାଇଁ ସିବିଆଇର ଆହୁରି ଅନେକ ଟିମ୍‌ କାମ କରୁଛି।

କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ପୂର୍ବରୁ ସଞ୍ଜୀବ ମୁଖିଆଙ୍କ ଦୁଇ ପ୍ରମୁଖ ସଦସ୍ୟ ଚିଣ୍ଟୁ ଓ ମୁକେଶଙ୍କୁ ରିମାଣ୍ଡରେ ନେଇ ଜେରା କରୁଛି। ସିବିଆଇକୁ ଆଶଙ୍କା କି , ହଜାରିବାଗର ଓଏସିସ୍‌ ସ୍କୁଲରୁ ହିଁ ନିଟ୍‌ର ପେପର ଲିକ୍‌ ହୋଇଛି ଏବଂ ଏଥିରେ ଏହସାନ-ଉଲ-ହକ୍‌ ଓ ଇମିତୟାଜ ଆଲମଙ୍କର ଭୂମିକା ଥିଲା। ଲିକ୍‌ ହେବା ପରେ ନିଟ୍‌ ପରୀକ୍ଷାର ପେପର ମାଫିଆ ସଞ୍ଜୀବ ମୁଖିଆ ଯାଏ ପହଞ୍ଚି ଥିଲା। ସଞ୍ଜୀବ ମୁଖିଆ ନିଜର ସାଥି ଚିଣ୍ଟୁକୁ ଲିକ୍‌ ହୋଇଥିବା ନିଟ୍‌ ପ୍ରଶ୍ନ ପତ୍ର ପେପର ପ୍ରିଣ୍ଟ ଆଉଟ୍‌ କରାଇବାକୁ ପଠାଇ ଥିଲା। 

ଚିଣ୍ଟୁ ପେପର ସଲ୍‌ଭ କରାଇବା ପାଇଁ ରକି ମାଧ୍ୟରେ ସାଲ୍ୱରଙ୍କ ଯାଏ ପହଞ୍ଚି ଥିଲା। ରକି ପାଟନା ଓ ରାଞ୍ଚିର ଏମବିବିଏସ ଛାତ୍ରଙ୍କ ମାଧ୍ୟମରେ ପ୍ରଶ୍ନପ୍ରତ୍ର ସଲ୍‌ଭ କରାଯାଇ ଥିଲା। ଏହାପରେ ଚିଣ୍ଟୁ ନିଟ୍‌ର ପେପର ଓ ଏହାର ଉତ୍ତର ପ୍ରିଣ୍ଟ ଆଉଟ୍‌ କରାଇ ସେଫ୍‌ ହାଉସ୍‌ରେ ପହଞ୍ଚି ଥିଲା। ଯେଉଁଛି ପ୍ରାର୍ଥୀ ମାନଙ୍କୁ ରଖାଗଲା।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.