ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଜେଲେନସ୍କି ଓ ଜେଡି ଭେନ୍ସଙ୍କ ଆସିବା ପୂର୍ବରୁ ମ୍ୟୁନିଖରେ ବଡ଼ ଦୁର୍ଘଟଣା , ଭିଡ଼ ଭିତରେ କାର ପଶି ଯିବାରୁ ଅନେକ ଆହତ

Published By : Prameya | February 13, 2025 7:24 PM

ମ୍ୟୁନିଖ୍‌ ( ଜର୍ମାନୀ) : ଜର୍ମାନୀର ମ୍ୟୁନିଖ୍‌ରେ ଏକ ଦୁର୍ଘଟଣା ଘଟିଛି। ଜଣେ ବ୍ୟକ୍ତି ନିଜର କାରକୁ ଭିଡ଼୍‌ ଭିତରେ ପୂରାଇ ଦେଇଛନ୍ତି , ଯେଉଁଥିରେ ପାଖାପାଖି ୨୮ ଜଣ ଲୋକ ଆହତ ହୋଇଛନ୍ତି। ଏହି ଘଟଣାଟି ସହରର କେନ୍ଦ୍ରୀୟ ରେଲୱେ ଷ୍ଟେସନ ନିକଟରେ ଘଟିଥିବା ଖବର ସାମନାକୁ ଆସିଛି। ଘଟଣା ପରେ ଅଞ୍ଚଳରେ ହାଇ ଆଲର୍ଟ ରହିଛି। ପୁଲିସ ଓ ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଅଭିଯୁକ୍ତଙ୍କୁ ହେପାଜତକୁ ନିଆ ଯାଇଛି। ଉକ୍ତ ଘଟଣାଟି ଏମିତି ସମୟରେ ହୋଇଛି , ଯେତେବେଳେ କି ଆସନ୍ତା ଶୁକ୍ରବାରରୁ ମ୍ୟୁନିଖ୍‌ ସୁରକ୍ଷା ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ଏହି ସମ୍ମିଳନୀରେ ଆମେରକୀୟ ଉପରାଷ୍ଟ୍ରପତି ଡେଜି ଭେନ୍ସ ଓ ୟୁକ୍ରେନୀ ପ୍ରେସିଡେଣ୍ଟ ଭଲୋଡୋମିର ଡେଲେନସ୍କି ଉପସ୍ଥିତ ରହିବେ।

ପୁଲିସର ପ୍ରବକ୍ତାଙ୍କ କହିବାନୁସାରେ , ଅଧିକାରୀ ଏହା ଜାଣିବାରେ ଲାଗି ପଡ଼ିଛନ୍ତି କି, ଏହି ଘଟଣା କେମିତି ହୋଇଛି। ହେଲେ , ସେ ଅଧିକ ସୂଚନା ଦେବାରେ ମନା କରି ଦେଇଛନ୍ତି। ମ୍ୟୁନିଖ୍‌ ସୁରକ୍ଷା ସମ୍ମିଳନୀ ପାଇଁ ଜେଲେନସ୍କି ଓ ଜେଡି ଭେନ୍ସ ଆଜି ୧୩ ଫେବ୍ରୁଆରୀରେ ମ୍ୟୁନିଖ୍‌ରେ ପହଞ୍ଚିବେ। ପୁଲିସ୍‌ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛି କି, ସଦିଗ୍ଧଙ୍କୁ ହେପାଜତକୁ ନିଆଯାଇଛି ଏବଂ ଏବେ ସେଠାରେ କୌଣସି ପ୍ରକାରର ବିପଦ ନାହିଁ। 

ମିଡ଼ିଆ ରିପୋର୍ଟସ ମୁତାବିକ , ଏହି ଘଟଣା Verdi ୟନିୟନ ଦ୍ୱାରା ଆୟୋଜିତ ଏକ ବିକ୍ଷୋଭ ପ୍ରଦର୍ଶନ ସହ ଜଡ଼ିତ ରାଲିରେ ସାମିଲ ଲୋକଙ୍କୁ ପ୍ରଭାବିତ କରିବା ପାଇଁ ହୋଇପାରେ। ହେଲେ ପୁଲିସ ଅନେକ ଦିଗରୁ ଉକ୍ତ ମାମଲାର ଯାଞ୍ଚ ଚଳାଇଛି। ମ୍ୟୁନିଖ୍‌ର ଘଟଣା ପରେ ପୁଲିସ ଓ ସୁରକ୍ଷା ଏଜେନ୍ସି ମାନେ  ହାଇ ଆଲର୍ଟରେ ରହିଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ଏହାକୁ ଆତଙ୍କବାଦୀ ହମଲା କହିବାକୁ କୌଣସି ସଙ୍କେତ ମିଳି ନାହିଁ। ପୁଲିସ୍‌ର ଯାଞ୍ଚ ପୂରା ହେବା ପରେ ହିଁ ଏହି ଘଟଣା ପଛର ପ୍ରକୃତ ଉଦ୍ଦେଶ୍ୟ କଣ ଅଛି ଜଣାପଡ଼ିବ । 

କହି ରଖୁଛୁ କି , ଗତ ବର୍ଷ ଜର୍ମାନୀର ମ୍ୟାଗଡେବର୍ଗ ସହରରେ ମଧ୍ୟ ଏହିପରି ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା। ଜଣେ ପ୍ରବାସୀ ଭିଡ଼ ଭିତରେ କାର୍‌ ଚଢାଇ ଦେଇଥିଲେ। ଏଥିରେ ୬ଜଣ ଲୋକଙ୍କର ମୃତ୍ୟୁ ହୋଇ ଥିଲା ଏବଂ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଘଟଣାର ଅଭିଯୁକ୍ତ ଜଣେ ସାଉଦୀ ଡାକ୍ତର ଥିବା ଜଣାପଡ଼ିଥିଲା।ସେ ୨୦୦୬ମସିହାରେ ଜର୍ମାନୀ ଆସିଥିଲେ ଏବଂ ସେଠାରେ ଦୀର୍ଘ ଦିନ ଧରି ରହୁଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.