ପ୍ରମୂଖ ଖବର
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ

ଭୁବନେଶ୍ୱର,୦୫/୧୦: ନିଶାସକ୍ତ ଅବସ୍ଥାରେ ରିଭର୍ସ ରାଇଡିଂ କରିବା ହେଲା କାଳ । ମାଟି ବୋଝେଇ ହାଇୱା ସହ କାର୍ ମୁହାମୁହିଁ ଧକ୍କା । ଦୁର୍ଘଟଣାରେ ଡିଭାଇଡର ଭାଙ୍ଗି ହାଇୱା ଓଲଟି ଥିବା ବେଳେ କାର୍‌ଟି ସମ୍ପୂର୍ଣ ଭାଙ୍ଗି ଯାଇଛି । ଘଟଣାରେ କାର୍ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ହାଇୱା ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି । ସ୍ଥାନୀୟ ଡମଣା ଛକରୁ ପଟିଆ ଯିବା ରାସ୍ତାରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ଏକ ମାଟି ବୋଝେଇ ହାଇୱା ଡମଣା ଛକରୁ ପଟିଆ ଯାଉଥିବା ବେଳେ ସେହି ରାସ୍ତାରେ ନିଶାସକ୍ତ ଅବସ୍ଥାରେ ଜଣେ କାର୍ ଡ୍ରାଇଭର ଦ୍ରୁତ ଗତିରେ ରିଭର୍ସ ରାଇଡ୍ କରୁଥିଲେ । ଫଳରେ ଉଭୟ ଭାରସାମ୍ୟ ହରାଇ ଉଭୟ ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲେ । ଏହି ଦୁର୍ଘଟଣାରେ ମାଟି ବୋଝେଇ ହାଇୱାଟି ଡିଭାଇଡର ଭାଙ୍ଗି ରାସ୍ତା ମଝିରେ ଓଲଟି ପଡ଼ିଥିଲା ଏବଂ କାର୍‌ଟି ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ଉଦ୍ଧାର କରି ମେଡ଼ିକାଲରେ ପହଞ୍ଚାଇବା ସହ ଗାଡ଼ିକୁ ଜବତ୍ କରିଥିଲା । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.