ପ୍ରମୂଖ ଖବର
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ରାଜଧାନୀରେ ପୋଲିସକୁ ଛୁରାମାଡ଼, କନେଷ୍ଟବଳ ଆହତ

ଭୁବନେଶ୍ୱର,୦୪/୧୦: ରାଜଧାନୀରେ ବଢୁଛି ଗୁଣ୍ଡାରାଜ୍‌ । ଗଣ୍ଡଗୋଳ ସମାଧନ କରିବାକୁ ଯାଇଥିବା ପୋଲିସକୁ ଛୁରାମାଡ଼ । ମଞ୍ଚେଶ୍ଵର ଥାନାର କନେଷ୍ଟବଳ ଗୋପୀ ସବର ଛୁରାମାଡ଼ରେ ଆହତ । ସ୍ଥାନୀୟ ମଞ୍ଚେଶ୍ଵର ଥାନା ଶ୍ରୀରାମ ନଗର ଅଞ୍ଚଳରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ଶ୍ରୀରାମ ନଗର ଅଞ୍ଚଳରେ ଗଣ୍ଡଗୋଳ ହେଉଥିବା ନେଇ ଖବର ପାଇଥିଲେ କନେଷ୍ଟବଳ ଗୋପୀ ସବର । ଖବର ପାଇ ଘଟଣା ସ୍ଥଳକୁ ଯାଇଥିଲେ । ସେଠାରେ ପହଞ୍ଚିବା ମାତ୍ରେ ପୋଲିସକୁ ଦେଖି ଏକ ଛୁରୀରେ ଆକ୍ରମଣ କରିଥିଲା ଦୁବୃର୍ତ୍ତ । ଫଳରେ କନେଷ୍ଟବଳ ଗୋପୀ ସବରଙ୍କ ସହ ସେଠାରେ ଉପସ୍ଥିତ ଥିବା କିଛି ଲୋକ ମଧ୍ୟ ଆହତ ହୋଇଛନ୍ତି । ଆକ୍ରମଣ କରିଥିବା ବ୍ୟକ୍ତିକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ମଞ୍ଚେଶ୍ଵର ଥାନା ପୋଲିସ । 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.