ପ୍ରମୂଖ ଖବର
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଖୁଆଡ଼ ସାମ୍ନାକୁ ଆସିଲେ ଦୁଇ କଲିକତି ଜିରାଫ, ଖୁବଶୀଘ୍ର ‘ଖୁସି' ପାଖକୁ ଛଡ଼ାଯିବେ ସାଥୀ

ବାରଙ୍ଗ,୦୪/୧୦: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୧୦୦ ନମ୍ବର  ଖୁଆଡ଼ରେ ପର୍ଯ୍ୟଟକ ଗୁରୁବାର ୩ଟି ଜିରାଫ ଦେଖିଛନ୍ତି । ଗତ  ଅଗଷ୍ଟ ମାସରେ ଅଦଳ ବଦଳ ପ୍ରକ୍ରିୟାରେ ଆଲିପୁର ଚିଡ଼ିଆଖାନାରୁ  ୨ଟି ଛୁଆ ଜିରାଫ ଅଣାଯାଇଥିଲା । ଦୁଇଜଣଙ୍କୁ ୧୦୦ ନମ୍ବର ଖୁଆଡ଼  ପଛ କଡ଼ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ଏହି ଖୁଆଡ଼ ସମ୍ମୁଖରେ  ପୂର୍ବରୁ ଜିରାଫ ‘ଖୁସି' ରହୁଥିଲା । ଏବେ ନୂଆ ଆସିଥିବା ଦୁଇ  ଜିରାଫଙ୍କୁ ଖୁସି ସହ ମିଶାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।  ପର୍ଯ୍ୟଟକ ପୂର୍ବରୁ ଗୋଟିଏ ଜିରାଫ "ଖୁସି'କୁ ଦେଖୁଥିଲେ ।  ଆଜିଠୁ ଆଉ ଦୁଇ ଛୋଟ ଜିରାଫ ଦେଖି ଖୁସି ପ୍ରକଟ କରିଛନ୍ତି ।

ସୂଚନାଯୋଗ୍ୟ, ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଗଲା  ସେପ୍ଟେମ୍ବର ୨ ତାରିଖରେ ଅଦଳ ବଦଳ ପ୍ରକ୍ରିୟାରେ କୋଲକାତାର  ଆଲିପୁର ଚିଡ଼ିଆଖାନାରୁ ଦୁଇଟି (୧ ବର୍ଷ ୫ ମାସର ଅଣ୍ଡିରା ଓ ୧୧  ମାସର ମାଈ) ଜିରାଫ ଅଣାଯାଇଥିଲା । ଆସିବା ପରେ ସେମାନଙ୍କୁ  ଜିରାଫ ଖୁଆଡ଼ ପଛ ପାଶ୍ୱର୍ରେ କ୍ୱାରେଣ୍ଟାଇନରେ ରଖାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.