ପ୍ରମୂଖ ଖବର
  • ନବୀନ ନିବାସରେ ରାଜ୍ୟପାଳ, ବିରୋଧୀ ଦଳ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ
  • ||
  • କେନ୍ଦୁଝର :ବିଦ୍ୟୁତ୍ ଜନିତ ଅଘଟଣ; ଝିଆରୀ ବଞ୍ଚିଗଲା, ବଞ୍ଚାଇବାକୁ ଯାଇ ବଡ଼ବାପା ଚାଲିଗଲେ
  • ||
  • ସୁନ୍ଦରଗଡ଼ : ଗଛରେ ପିଟିହୋଇ ଓଲଟିଲା ପିକଅପ୍ ଗାଡ଼ି; ଜଣେ ମୃତ, ୩୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଭୁବନେଶ୍ଵର ; ଭିଜିଲାନ୍ସ ଜାଲରେ ପୁଲିସ ବାବୁ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ ବିଜେପୁର ଥାନା ଏସଆଇ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଓଲଟିଲା କ୍ଷୀର ବୋଝେଇ ଟ୍ୟାଙ୍କର, ଲକ୍ଷାଧିକ ଟଙ୍କର କ୍ଷୀର ନଷ୍ଟ
  • ||
  • ଭଦ୍ରକ : ଧାମନଗରରେ ବନ୍ୟା, ୪ ପଞ୍ଚାୟତରେ ୨୫ ସ୍କୁଲ ଓ ଦୁଇ ପଞ୍ଚାୟତର ଅଙ୍ଗନବାଡ଼ି ୨ ଦିନ ଛୁଟି
  • ||
  • ଯାଜପୁର : କାଣୀ ନଦୀରେ ୩୦ ଫୁଟର ଘାଇ, ଏକାଧିକ ପଞ୍ଚାୟତରେ ପଶିଲା ପାଣି
  • ||
  • ସଡ଼କ ଦୁର୍ଘଟଣା; ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ୍, ୮ ମୃତ, ୪୦ ଆହତ
  • ||
  • ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ପରଲୋକ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ବିଜେପି ସଭାପତିଙ୍କ ଶୋକ
  • ||
  • ଆସୁଛି ଆଉ ଏକ ଲଘୁଚାପ;୨୯ ଯାଏ ପ୍ରବଳ ବର୍ଷା ଆଶଙ୍କା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ଭାରସାମ୍ୟ ହରାଇ ଖାଲ ଭିତରକୁ ପଶିଲା ଯାତ୍ରୀବାହୀ ବସ୍‌, ଚାଳକଙ୍କ ସମେତ ଜଣେ ଯାତ୍ରୀ ଆହତ

Published By : Harapriya Sethi | August 21, 2025 10:50 AM

ବଣାଇ,୨୧/୦୮: ଲହୁଣିପଡ଼ାରୁ ବଣାଇ ଦେଇ ଭୁବନେଶ୍ଵର ଯାଉଥିବା ଘରୋଇ ଯାତ୍ରୀବାହୀ ବସ୍ ପ୍ରଧାନ କୋଚ ଦୁର୍ଘଟଣାଗ୍ରସ୍ତ । ବଣାଇ ଥାନା ଅନ୍ତର୍ଗତ ବାଲିଘାଟ ଛକରେ ଭାରସାମ୍ୟ ହରାଇ ଖାଲ ଭିତରକୁ ପଶିଗଲା ବସ୍‌ । ଦୁର୍ଘଟଣାରେ ଚାଳକଙ୍କ ସମେତ ଅନ୍ୟ ଜଣେ  ଯାତ୍ରୀ ଆହତ ହୋଇଛନ୍ତି ।

ସୂଚନା ମୁତାବକ, ଗୁରୁବାର ସକାଳୁ ଏକ ବସ୍‌ ଲହୁଣିପଡ଼ାରୁ ବଣାଇ ଅଭିମୁଖେ ବାହାରିଥିଲା । ବସ୍‌ଟି ଲହୁଣିପଡ଼ା ଠାରୁ ବଣାଇ ଦେଇ ଭୁବନେଶ୍ୱର ଯାଇଥାନ୍ତା । ହେଲେ ବାଲିଘାଟ ଛକରେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ବାଇକ୍‌କୁ ବଞ୍ଚାଇବାକୁ ଯାଇ ଖାଲ ଭିତରକୁ ପଶି ଯାଇଥିଲା। ଏହି ଦୁର୍ଘଟଣାରେ ଚାଳକର ଗୋଡ଼ରେ ଆଘାତ ଲାଗିବା ସହ ଜଣେ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ଉଭୟଙ୍କୁ ଉଦ୍ଧାର କରି ପୁଲିସ ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.