ସବଡେଗା,୧୩/୦୮: ସୁନ୍ଦରଗଡ଼ ଟାଉନଥାନା ମିଶନ ରୋଡ୍ ସ୍ଥିତ ହରିଓମ କଲୋନିରେ ଅଘଟଣ । ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ । ସ୍ୱାମୀର ତଣ୍ଟି ଚିପି ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ସବଡେଗା ବ୍ଳକର ପୁର୍ବତନ ବଡ଼ ବାବୁ ଧୁର୍ବ କେରକେଟା ବୋଲି ଜଣାପଡ଼ିଛି । ହତ୍ୟାକାରୀ ପତ୍ନୀ ଉର୍ମିଳା କେରକେଟାକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି ।
ସୂଚନା ମୁତାବକ, ସବଡେଗା ବ୍ଳକର ପୂର୍ବତନ ବଡ଼ ବାବୁ ଧୁର୍ବ କେରକେଟଙ୍କୁ ତାଙ୍କ ପତ୍ନୀ ପାରିବାରିକ କଳହରୁ ତଣ୍ଟି ଚିପି ହତ୍ୟା କରିଥିବା ଟାଉନଥାନାରେ ଅଭିଯୋଗ ହୋଇଛି। ଟାଉନଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛନ୍ତି । ପତ୍ନୀ ଉର୍ମିଳା କେରକେଟାଙ୍କୁ ଟାଉନ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଘଟଣାସ୍ଥଳକୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଯାଞ୍ଚ କରିବା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଟାଉନ ଥାନା ଅଧିକାରୀ ଜଣାଇଛନ୍ତି।