ପ୍ରମୂଖ ଖବର
  • ମଙ୍ଗଳବାର ଏନଡିଏ ସଂସଦୀୟ ଦଳର ବୈଠକ, ସାଂସଦଙ୍କୁ ସମ୍ବୋଧନ କରିବେ ପିଏମ ମୋଦୀ
  • ||
  • ଓଭାଲରେ ଇଂଲଣ୍ଡର ଭାଙ୍ଗିଲା ଗର୍ବ; ପଞ୍ଚମ ଟେଷ୍ଟକୁ ୬ ରନରେ ଜିତିଲା ଭାରତ, ସିରିଜ୍ ବରାବର
  • ||
  • ଭଦ୍ରକ : ରେଲ୍‌ ୱେ ଟ୍ରାକ୍‌ରେ କଟି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା
  • ||
  • ସୁନ୍ଦରଗଡ଼ : ରେଞ୍ଜଡା-କରମପଦା ମଝିରେ IED ବିସ୍ଫୋରଣ, ରେଳ ଧାରଣା ଉଡାଇଦେଲେ ମାଓବାଦୀ
  • ||
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ, ୨ ଅଟକ

Published By : Harapriya Sethi | August 3, 2025 11:50 AM

ବାଲିଶଙ୍କରା, ୦୩/୦୮: ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଶନିବାର ଦିନ ନିଖୋଜ ହୋଇଥିବା ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି । ରବିବାର ସକାଳୁ ନିକଟସ୍ଥ ଜଙ୍ଗଲରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଘଟଣା ସହିତ ଜଡିତ ଅନୁମାନରେ ପୁଲିସ ୨ ଯୁବକଙ୍କୁ ଅଟକ କରି ପଚରାଉଚରା ଆରମ୍ଭ କରିଛି।

ନାବାଳିକାଙ୍କ ବାପାଙ୍କ କହିବାନୁସାରେ, ଝିଅ ନିଖୋଜ ହେବା ସମୟରେ ଜଣେ ଯୁବକ ନାବାଳିକାକୁ ବାଇକରେ ବସାଇ ଜଙ୍ଗଲ ଆଡ଼କୁ ନେଇଯାଉଥିବା ଦୃଶ୍ୟ କିଛି ଲୋକ ଦେଖି ତାଙ୍କ ବାପାକୁ ଜଣାଇଥିଲେ। କିନ୍ତୁ କିଛି ସମୟ ପରେ ଯୁବକ ଜଣକ ଏକା ଫେରିଥିଲେ ହେଁ ନାବାଳିକା ସମ୍ପର୍କରେ ପରିବାର ଲୋକଙ୍କୁ କୌଣସି ସୂଚନା ଦେଇନଥିଲେ। ଫଳରେ ନାବାଳିକାଙ୍କ ବାପା ମାଆ ଚିନ୍ତିତ ଅବସ୍ଥାରେ ରହି ଥିଲେ । ଆଜି ସକାଳେ ନାବାଳିକାଙ୍କ ଝୁଲିଥିବା ମୃତଦେହ ଜଙ୍ଗଲରୁ ମିଳିବା ପରେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.