ପ୍ରମୂଖ ଖବର
  • ପୋପ୍ ଫ୍ରାନ୍‌ସିସଙ୍ ପରଲୋକ, ୮୮ ବର୍ଷ ବୟସ​‌ରେ କଲେ ଶେଷ ନିଶ୍ବାସ୍ତ ତ୍ୟାଗ
  • ||
  • ଜଘନ୍ୟ ହତ୍ୟାକାଣ୍ଡ ଢେଙ୍କାନାଳ : ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା କଲେ ଦୁର୍ବୃତ୍ତ
  • ||
  • BCCI ଜାରି କଲା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ; ଆୟରଙ୍କୁ ବଡ଼ ଉପହାର, ରୋ-କୋଙ୍କୁ A+ ଗ୍ରେଡ଼
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ପାପୁଲି କାଟିଦେଲେ ଦୁର୍ବୃତ୍ତ
  • ||
  • ପରିବାର ସହ ଭାରତରେ ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ, ପ୍ରଧାନମନ୍ତ୍ରୀଙ୍କୁ ସହ କରିବେ ଡିନର
  • ||
  • ପୁରୀ : ଛାତ୍ରଙ୍କ ଉପରେ ଚଢିଗଲା ଟ୍ରକ୍‌, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ୱର : ଟ୍ରେନ୍‌ ଆଗକୁ ଯାଇ କରିଥିଲେ ଆତ୍ମହତ୍ୟା, ଭଦ୍ରକରୁ କଟି ଆସି ଭୁବନେଶ୍ୱର ଷ୍ଟେସନରେ ପଡ଼ିଲା ମୁଣ୍ଡ
  • ||
  • IPL 2025: ଟାଇଟନ୍ସକୁ ଭେଟିବ ନାଇଟ୍‌ ରାଇଡର୍ସ, ଲଢ଼ିବେ ଗିଲ୍- ରାହାଣେ
  • ||
  • ଲୋକଙ୍କ ପାଖରେ ପହଞ୍ଚିବ ଲୋକଙ୍କ ସରକାର, ଆଜି ପଶ୍ଚିମ ଓଡ଼ିଶାବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ
  • ||
  • ପୁରୀ : ୭ ଦିନ ପରେ ମିଳିଲା ନିଖୋଜ ନାବାଳକର ମୃତଦେହ, ହତ୍ୟା ସନ୍ଦେହ
  • ||
  • ରାଜ୍ୟରେ କମିଲା କାଳବୈଶାଖୀ: ୨୫ ଯାଏ ତାତିରୁ ନିସ୍ତାର ନାହିଁ,୪୪ ଡିଗ୍ରୀ ଡେଇଁପାରେ ତାପମାତ୍ରା
  • ||

ଦାରିଙ୍ଗବାଡି ତହସିଲ ଅଫିସରେ ଦଲାଲ ସକ୍ରିୟ

Published By : Prameya | April 21, 2025 5:22 PM

ଦାରିଙ୍ଗବାଡି,୨୧/୪(ଆପ୍ର): ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟରେ ଦଲାଲ ସକ୍ରିୟ । ଯେ କୌଣସି କାର୍ଯ୍ୟ ପାଇଁ ଖୋଜା ପଡନ୍ତି ଦଲାଲ । ଦଲାଲ ମାଧ୍ୟମରେ ଫାଇଲ ନଗଲେ ହୁଏ ନାହିଁ କୌଣସି କାମ । ଏପରିକି ଛାତ୍ରଛାତ୍ରୀଙ୍କ ଜାତିଗତ ପ୍ରମାଣପତ୍ର, ବାସିନ୍ଦା ପ୍ରମାଣ ପତ୍ର ଓ ଆୟ ପ୍ରମାଣ ପତ୍ର ଅନୁମୋଦନ ନିମନ୍ତେ ମଧ୍ୟ ଦଲାଲର ଆବଶ୍ୟକତା ପଡେ । ବିନା ଦଲାଲରେ କୌଣସି କାମ କରନ୍ତି ନାହିଁ ତହସିଲ କାର୍ଯ୍ୟାଳୟ କର୍ମଚାରୀ । ଆଉ ଯେଉଁଠି ଦଲାଲର ସଂପୃକ୍ତି ନଥାଏ ସେଠୀ ପ୍ରମାଣ ପତ୍ର ଦେବାର ସମୟ ସୀମା ଶେଷ ହୋଇ ଯିବା ପରେ ବି ପ୍ରମାଣ ପତ୍ର ମିଳେ ନାହିଁ । ସମସ୍ତ କାଗଜ ପତ୍ର ଠିକ୍ ରହିଥିଲେ ସୁଧା ଭୁଲ ଦର୍ଶାଇ ଆବେଦନ ପତ୍ର କୁ ପ୍ରତ୍ୟାଖାନ କରାଯାଉଛି । ଆଉ ଯେଉଁଠି ଦଲାଲଙ୍କ ସମ୍ପୂର୍କ୍ତି ଥାଏ ସେଠୀ କାମ କମ ସମୟ ମଧ୍ୟରେ ହେଉଥିବା ଅଭିଯୋଗ ହେଉଛି।ଏଭଳି ଅଭିଯୋଗ ଆଣିଛନ୍ତି ସିମନବାଡ଼ି ଗ୍ରାମର ଅମରନାଥ ନାୟକ । 

ଅମରନାଥ ନାୟକ ନିଜ ଚାକିରି ନିମନ୍ତେ  ୪ ଥର ଜାତିଗତ ପ୍ରମାଣ ପତ୍ର ଆବେଦନ କରିଥିଲେ। ହେଲେ ବାରମ୍ବାର  ତାଙ୍କର ଆବେଦନ କୁ ପ୍ରତ୍ୟାଖାନ କରାଯାଇଛି । ସବୁ କାଗଜପତ୍ର ଠିକ୍ ଥାଇ ମଧ୍ୟ ତାଙ୍କୁ ହାଇରାଣ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ସେ ତହସିଲ ଓ ରାଜସ୍ବ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ଗଲେଣି ।  ହେଲେ ଆଜି ପର୍ଯ୍ୟନ୍ତ ପ୍ରମାଣ ପତ୍ର ଅନୁମୋଦନ ହୋଇ ପାରିଲା ନାହିଁ ।  ଖାଲି ଯେ ଅମରନାଥ ହଇରାଣ ହେଉଛନ୍ତି ତାହା ନୁହଁ ବରଂ ଏକାଧିକ ଆବେଦନକାରୀ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏନେଇ ତହସିଲଦାର ଶରତ ଶବରଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାକୁ ଏକାଧିକ ଥର ଚେଷ୍ଟା କରାଯାଇଥିଲେ ସୁଧା ସେ  ଫୋନ ନ ଉଠାଇ କାଟି ଦେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.