ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

ବ୍ୟସ୍ତବହୁଳ ପୂର୍ତ୍ତ ରାସ୍ତାର ଭାଙ୍ଗିଲା ପୋଲ, ଯାତାୟତ ବାଧାପ୍ରାପ୍ତ

Published By : prameya | May 16, 2025 1:07 PM

ବଡ଼ମାଳ ,୧୬/୦୫: ବ୍ୟସ୍ତବହୁଳ ପୂର୍ତ୍ତ ରାସ୍ତାର ଭାଙ୍ଗିଲା ପୋଲ। ରେଢ଼ାଖୋଲ ବ୍ଲକ ମୋଚିବାହାଲ-ସୋନପୁର ସୀମା ଭାୟା ବଡ଼ମାଳ ପୂର୍ତ୍ତ ରାସ୍ତାର ବଡ଼ମାଳ ନିୟନ୍ତ୍ରିତ ବଜାର କମିଟି ନିକଟ ଚେମିଠି ନାଳର ପୋଲଟିର ଗୋଟିଏ ପାର୍ଶ୍ୱ ଭୁଷୁଡ଼ି ପଡିଛି। ଉକ୍ତ ପୂର୍ତ୍ତ ରାସ୍ତା ସମ୍ବଲପୁରରୁ ସୋନପୁରକୁ ଯୋଡ଼ୁ ଥିବାବେଳେ ପ୍ରତ୍ୟହ ଶହ ଶହ ସଂଖ୍ୟାରେ ଗାଡି ମଟର ଯିବା ଆସିବା କରେ। ହେଲେ ପୋଲ ଭୁଶୁଡ଼ିବା ଯୋଗୁଁ  ଯାତାୟତ ବାଧାପ୍ରାପ୍ତ ହୋଇଛି। 

ଉକ୍ତ ପୋଲଟି ପୂର୍ତ୍ତ ବିଭାଗ ତରଫରୁ ଆଜକୁ ଦେଢ଼ବର୍ଷ ହେବ ଟେଣ୍ଡର ସରିଥିବା ବେଳେ କାର୍ଯ୍ୟ ଆରମ୍ଭ ହେଉନାହିଁ। ଗତ ବର୍ଷାରେ କିଛିକାଂଶ ଭୁଶୁଡି ପଡିଥିଲା। ଟେଣ୍ଡର ପ୍ରକ୍ରିୟା ସରିଥିବା ବେଳେ କାର୍ଯ୍ୟ ଆରମ୍ଭ ହେଇପାରୁନାହିଁ। ଆସ୍ତେ ଆସ୍ତେ ପୋଲଟି ଭୁଶୁଡିବାକୁ ପଡ଼ିଲାଣି। ଆଜି ଭାରିଯାନ ଯାତାୟାତ ଫଳରେ ଗୋଟିଏ ପାର୍ଶ୍ୱ ଭାଙ୍ଗି ଯାଇଥିବା ବେଳେ ପୋଲଟି ବିପଦ ସଙ୍କୁଳ ଅବସ୍ଥାରେ ଝୁଲି ରହିଛି। ଉକ୍ତ ରାସ୍ତାରେ ପ୍ରତିଦିନ ଆମ୍ବୁଲାନ୍ସ, ସ୍କୁଲ ଭ୍ୟାନ ଓ ଯାତ୍ରୀବାହି ବସ ଯିବା ଆସିବା କରୁଥିବା ବେଳେ କେତେବେଳେ ଯେ ଧନଜୀବନ ନଷ୍ଟ ହେବ କହି ହେଉନାହିଁ। ଏହା ଏକ ବ୍ୟସ୍ତ ବହୁଳ ରାସ୍ତା ହୋଇଥିବାରୁ ବର୍ତ୍ତମାନ ଉକ୍ତରାସ୍ତା ଟିରେ ଯାନବାହାନ ଚଳାଚଳ ବନ୍ଦ ରହିବ। ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ପୋଲ ନିର୍ମାଣ ହେଇପାରୁନଥିବା ଜଣା ଯାଇଛି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ  ସତ୍ୟଜିତ ସାମଲଙ୍କୁ ପଚାରିବାରୁ ଆସନ୍ତାକାଲି ସୁଦ୍ଧା ଲୋକଙ୍କ ଯିବା ଆସିବା ବ୍ୟବସ୍ଥା କରାଯିବା ସହ ବର୍ଷା ପରେ ପରେ କାମ ଆରମ୍ଭ କରାଯିବ ବୋଲି ପ୍ରକାଶ କରିଛନ୍ତି।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.