ପ୍ରମୂଖ ଖବର
  • ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲା, ମେ ୨୮ରେ ରାୟ ଶୁଣାଇବେ ADJ କୋର୍ଟ
  • ||
  • ପଞ୍ଜାବରେ ମଦ ଟ୍ରାଜେଡ଼ି; ୫ ବର୍ଷରେ ଗଲାଣି ୧୭୬ ଜୀବନ
  • ||
  • ବିଏସ୍‌ଏଫ ଯବାନକୁ ଛାଡ଼ିଲା ପାକିସ୍ତାନ, ୨୦ ଦିନ ପରେ ପାକ୍ ଜେଲରୁ ମୁକ୍ତ ହେଲେ ପୂର୍ଣ୍ଣମ କୁମାର
  • ||
  • ନାଳ ଉପରୁ ଜବରଦଖଲ ଉଚ୍ଛେଦ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସାଲୁଜା ମୁହାଁମୁହିଁ
  • ||
  • ‘ଅପରେସନ ସିନ୍ଦୂର’ ପରେ ଆଜି ବସିବ CCSର ପ୍ରଥମ ବୈଠକ, ପାକିସ୍ତାନକୁ ନେଇ ନିଆଯାଇପାରେ ବଡ଼ ନିଷ୍ପତ୍ତି...
  • ||
  • ବୁଧବାର ବସିବ ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଗଞ୍ଜାମ : ଡାଲା ଅଟୋ ଓଲଟି ଦୁଇ ମୃତ, ୧୪ ଆହତ
  • ||
  • ଅନୁଗୁଳ : ବିଲକୁ ଯାଇଥିବା ବେଳେ ପଡ଼ିଲା ଚଡ଼କ, ବଜ୍ରାଘାତରେ ବାପ-ପୁଅ ମୃତ
  • ||
  • ଆନନ୍ଦପୁର : ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ରଥଖଳା ହାଲ୍‌ଚାଲ୍‌...ଆଜି ପ୍ରସ୍ତୁତ ହେବ ୩ ନାହାକା ଚକ, ଭଉଁରି ଯାତ୍ରାରେ ଡ଼େରା ହେବ ଚକ ଅଖ
  • ||
  • ଦିନରେ ତାତି, ସନ୍ଧ୍ୟାରେ କାଳବୈଶାଖୀ: ଆସନ୍ତା ୩ ଦିନରେ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ୧୮ ଜିଲ୍ଲାରେ ଘଡ଼ଘଡି ସହ ବର୍ଷିବ
  • ||

ଅଡୁଆରେ ସମ୍ବଲପୁରର ନିର୍ମାଣ ବିଭାଗ, ଠିକାଦାରଙ୍କ ବାକି ଟଙ୍କା ନ ମିଳିବାରୁ କାର୍ଯ୍ୟାଳୟ ଆଟାଚ୍

Published By : Harapriya Sethi | May 14, 2025 11:17 AM

ସମ୍ବଲପୁର,୧୪/୦୫: ଅଡୁଆରେ ପଡିଛି ସମ୍ବଲପୁର ଆଉ ଏକ ନିର୍ମାଣ ବିଭାଗ । ଏନ୍ଏଚ ଡିଭିଜନ କାର୍ଯ୍ୟାଳୟ ପରେ ଏବେ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ସମ୍ପତ୍ତି ଆଟାଚ୍ ହୋଇଛି । ଠିକା କାମ କରିଥିବା ଟଙ୍କା ନ ମିଳିବାରୁ ସମ୍ବଲପୁର ଉତ୍ତରାଞ୍ଚଳ ପୂର୍ତ୍ତ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଆସବାବପତ୍ର ଆଟାଚ୍ କରାଯାଇଛି । ଠିକାଦାରଙ୍କ ୮୯ ଲକ୍ଷ ଟଙ୍କା ବକେୟା ଥିଲା। ତେଣୁ ସେ ସିଭିଲ ଜଜ୍‌ଙ୍କ କୋର୍ଟରେ ଆବେଦନ କରିଥିଲେ। ଏହି ମାମଲାର ବିଚାର କରି କୋର୍ଟଙ୍କ ନିର୍ଦ୍ଦେଶରେ ନିର୍ମାଣ ବିଭାଗ ସମ୍ପତ୍ତି ଜବତ ହୋଇଛି। ସିନିୟର ସିଭିଲ ଜଜ୍‌ଙ୍କ ନିର୍ଦ୍ଦେଶ ପରେ କୋର୍ଟ କର୍ମଚାରୀଙ୍କ ଉପସ୍ଥିତିରେ ସବୁ ଆସବାପତ୍ର ଆଟାଚ୍ କରିଛନ୍ତି । ଅଫିସ କମ୍ପ୍ୟୁଟର, ଚେୟାର, ଟେବୁଲ, କୁଲର ଏବଂ ଏସି ଆଟାଚ୍ କରାଯାଇଛି। 

ଆଇନଜୀବୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ କହିବାନୁଯାୟୀ, ଠିକାଦାର ୨୦୧୨ ମସିହାରେ ଏକ ପଲିଟେକନିକ୍ କଲେଜର ମହିଳା ହଷ୍ଟେଲ ଓ ପ୍ରାଶାସନିକ ଭବନ ତିଆରି କରିଥିଲେ। ଏହି ବାବଦକୁ କିଛି ପ୍ରାପ୍ୟ ଦିଆଯାଇଥିଲା। ବାକି ବକେୟା ରଖିଥିଲେ। ଶେଷରେ ଠିକାଦାର କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ଆଟାଚମେଣ୍ଟ ପ୍ରକ୍ରିୟା ହୋଇଛି । କିନ୍ତୁ କିଛି ପୁରୁଣା ଜିନିଷ ଗୁଡିକ ଆଟାଚ କରାଯାଉଛି । ଖବର ପାଇ କାର୍ଯ୍ୟାଳୟ କର୍ମଚାରୀମାନେ ଗତକାଲି ସମସ୍ତ ଦାମୀ ଜିନିଷ ଖୋଲି ନେଇଯାଇଛନ୍ତି । ଏ ସବୁ ଜିନିଷ ବିକିଲେ ପ୍ରାପ୍ୟ ଟଙ୍କାର ୧୦ ପ୍ରତିଶତ ବି ଭରଣା ହୋଇପାରିବ ନାହିଁ। ତେଣୁ ପୁର୍ନବାର ଆମେ କୋର୍ଟଙ୍କ ଦ୍ୱାରସ୍ଥ ହେବୁ ବୋଲି ଚିତ୍ତରଞ୍ଜନ ପାଣିଗ୍ରାହୀ କହିଛନ୍ତି।

ପୂର୍ବରୁ ମଧ୍ୟ ସମ୍ବଲପୁରର ଅନ୍ୟ ୨ ନିର୍ମାଣ ବିଭାଗର ସମ୍ପତ୍ତି ଆଟାଚ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଗତ କିଛି ଦିନ ପୂର୍ବରୁ ଏନ୍ଏଚ ଡିଭିଜନ କାର୍ଯ୍ୟାଳୟର ସମସ୍ତ ସମ୍ପତ୍ତି ଆଟାଚ କରାଯାଇଥିଲା । ପରେ ହୀରାକୁଦ ବନ୍ଧ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ପତ୍ତି ଆଟାଚ୍ କରିବାକୁ ନିର୍ଦ୍ଦେଶ ଥିଲା। ହେଲେ କୌଣସି କାରଣରୁ ହୋଇପାରି ନଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.