କେ.ପରମାଣପୁର,୧୫/୦୫(ଆ.ପ୍ର)- କୋଲାଵିରା ବ୍ଲକ ପରମାଣପୁର ପଞ୍ଚାୟତ ଅଞ୍ଚଳରେ ଗୁରୁବାର ଅପରାହ୍ନରେ କାଳବୈଶାଖି ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛିl ଏହି ସମୟରେ ବହୁ ଜୋରରେ ପବନ ବହିବାରୁ ଅନେକ ଗଛ ଡାଳ ଭାଙ୍ଗି ଯାଇଛି l
ଏହି ଝଡ ବର୍ଷା ଯୋଗୁଁ ଦପକା ଗ୍ରାମର ମନବୋଧ ପଧାନଙ୍କ ଘରର ସମସ୍ତ ଆଜବେଷ୍ଟସ ଉଡିଯାଇଥିବା ନେଇ ଖବର ରହିଛି l ଏହିପରି ଶିବ ପଧାନଙ୍କ ଘର ବାଡ଼ିରେ ଥିବା ଏକ ବଡ ଆମ୍ବ ଗଛ ଭାଙ୍ଗିଯାଇ ଘର ଉପରେ ପଡ଼ି ବ୍ୟପକ କ୍ଷୟକ୍ଷତି ହୋଇଛି l ଏହାସହ ଏହି ଗ୍ରାମର ପଧାନପଡ଼ା ରେ ଥିବା ୧୧ କେଭି ଲାଇନ୍ ବିଦ୍ୟୁତ୍ ଖୁମ୍ବ ଭାଙ୍ଗିଯାଇଥିବା ସୂଚନା ମିଳିଛି l ଫଳରେ ଦପକା ଗ୍ରାମରେ ଗୁରୁବାର ଅପରାହ୍ନରେ ବିଦ୍ୟୁତ୍ ସରବରାହରେ ବିଭ୍ରାଟ ଦେଖାଦେଇଛି l