ଭୁବନେଶ୍ଵର, ୨୪/୦୨ : ମାଓ ଯୋଜନା ପଣ୍ଡ। ଯବାନଙ୍କୁ ଟାର୍ଗେଟ୍ କରି ଖଞ୍ଜା ହୋଇଥିବା ବୋତଲ ବୋମା ଉଦ୍ଧାର। ଛତିଶଗଡ଼ ବିଜାପୁର ଜିଲ୍ଲାରୁ ବୋତାଲ ବୋମା ଠାବ ହୋଇଛି। ଯବାନମାନେ ଏକ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନାନୁଯାୟୀ, ଗାଙ୍ଗାଲୁର ଥାନା ଅନ୍ତର୍ଗତ ପିଡିଆ ସିଆରପିଏଫ କ୍ୟାମ୍ପର କୋବ୍ରା ବାଟାଲିଆନର ଯବାନମାନେ କେରିପୁ ଅଞ୍ଚଳକୁ ସର୍ଚ୍ଚ ଅପରେସନ କରିବା ଲାଗି ଯାଇଥିଲେ। ଯବାନଙ୍କୁ ଟାର୍ଗେଟ୍ କରି ମାଓବାଦୀମାନେ ଏକ ବୋତଲ ବୋମା ଖଞ୍ଜିଥିଲେ। ଜଙ୍ଗଲ ରାସ୍ତାରେ ଯାଉଥିବା ସୁରକ୍ଷାକର୍ମୀ ଏହି ବୋମା ଠାବ କରିବା ପରେ ତାକୁ ନିଷ୍କ୍ରିୟ କରିଛନ୍ତି। ଯବାନମାନେ ଏକ ବଡ଼ ଧରଣର ଅଘଟଣରୁ ବର୍ତ୍ତି ଯାଇଛନ୍ତି।
ଏହି ଖବରଟିକୁ ପଢନ୍ତୁ- ଭାଙ୍ଗୁଛି ଲାଲ୍ ଗଡ଼, ଆତ୍ମସମର୍ପଣ କଲେ ୯ ମାଓବାଦୀ