ପ୍ରମୂଖ ଖବର
  • ଚାମ୍ପିଅନ୍ସ ଟ୍ରଫିକୁ ଆତଙ୍କୀ ହମଲା ଡର; ବିଦେଶୀ ଖେଳାଳିଙ୍କୁ ଅପହରଣ ଯୋଜନା କରୁଛି ISKP
  • ||
  • ଏଯାଏଁ ସରିନି ରତ୍ନଭଣ୍ଡାର ମରାମତି କାମ, ମାର୍ଚ୍ଚ ସୁଦ୍ଧା ସରିବନି ଗଣତି ମଣତି
  • ||
  • ରାଜଧାନୀକୁ ଜଗିବ ଏଆଇ କ୍ୟାମେରା, ପ୍ରବେଶ ଏବଂ ପ୍ରସ୍ଥାନ ପଥରେ ଲାଗିବ କ୍ୟାମେରା
  • ||
  • କଟକ : ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ, କପି କଲାବେଳେ ଧରାପଡ଼ିଲେ ୮ ପରୀକ୍ଷାର୍ଥୀ
  • ||
  • ବଲାଙ୍ଗୀର : ବରଯାତ୍ରୀରେ ମର୍ଡର ପ୍ଲାନ୍‌: ମଉକା ଦେଖି କରିଥାନ୍ତେ ହତ୍ୟା, ଯୋଜନା ଭଣ୍ଡୁର କରିଦେଲା ପୋଲିସ
  • ||
  • କେନ୍ଦ୍ରାପଡ଼ା : ସ୍କୁଟିକୁ ପଛପଟୁ ପିଟିଲା ହାଇୱା, ମହିଳା ମୃତ
  • ||
  • ମାଓ ଯୋଜନା ପଣ୍ଡ, ଯବାନଙ୍କୁ ଟାର୍ଗେଟ୍ କରି ଖଞ୍ଜା ହୋଇଥିବା ବୋତଲ ବୋମା ଠାବ
  • ||
  • ନୀଳଗିରି : ଯୁବକଙ୍କୁ ଶୁଣ୍ଢରେ କଚାଡ଼ି ଦେଲା ଦନ୍ତା, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ତୃତୀୟ ଥର ପାଇଁ ମା’ ହେଲା ବାଘୁଣୀ ଅଙ୍କିତା, ଗୋଟିଏ ଶାବକକୁ ଦେଲା ଜନ୍ମ
  • ||
  • ରାୟଗଡ଼ା : ନାଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଆଜି ଚାଷୀଙ୍କ ଖାତାକୁ ଯିବ ପିଏମ୍ କିଷାନ ଟଙ୍କା, ବିହାରରୁ ୧୯ ତମ କିସ୍ତି ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ପ୍ରଭୁ ଶ୍ରୀଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ, ସକାଳ ୧୧ରୁ ୧୨ଟା ମଧ୍ୟରେ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ
  • ||
  • କେନ୍ଦ୍ରାପଡ଼ା : ଜମିବାଡ଼ି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୭ ଗୁରୁତର
  • ||
  • ରାଜ୍ୟରେ ଟ୍ରଫ୍‌ଲାଇନ ପ୍ରଭାବ: ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା, ୩ ଜିଲ୍ଲାରେ ଘଡ଼ଘଡ଼ି ସହ ପବନ ନେଇ ୟେଲୋ ୱାର୍ଣ୍ଣିଂ
  • ||

କଣ୍ଡୋମ ବ୍ୟବହାର ପ୍ରତି ବିମୁଖ ଓଡ଼ିଶାବାସୀ, ୬ବର୍ଷରେ ୮ ପ୍ରତିଶତ କମିଛି ବ୍ୟବହାରକାରୀଙ୍କ ସଂଖ୍ୟା

Published By : Prameya | February 24, 2025 10:03 AM

ଭୁବନେଶ୍ଵର, ୨୪/୦୨ : ଗର୍ଭନିରୋଧ ହେଉ କି ଭୟାବହ ଏଡ୍‌ସ୍ କିମ୍ଵା ଯୌନରୋଗ ସଂକ୍ରମଣ... ଏସବୁ ରୋକିବାକୁ ଏକମାତ୍ର ସାହାରା କଣ୍ଡୋମ। ହେଲେ ଏବେ କଣ୍ଡୋମ ପ୍ରତି କମୁଛି ଆଗ୍ରହ। ଦିନକୁ ଦିନ କଣ୍ଡୋମ ବ୍ୟବହାର ପ୍ରତି ବିମୁଖ ହେଉଛନ୍ତି ଓଡ଼ିଶାବାସୀ। ବଦଳୁଛି ଲୋକଙ୍କ ଅଭ୍ୟାସ। ଜନ୍ମ ନିୟନ୍ତ୍ରଣ ରୋକିବା ପାଇଁ ଆପଣେଇଲେଣି ବିକଳ୍ପ ପନ୍ଥା। ହେଲେ ସବୁଠୁ ସୁରକ୍ଷିତ କଣ୍ଡୋମ ବ୍ୟବହାରରେ ରାଜ୍ୟ ପୁରା ତଳମୁହାଁ। ଗତ ୬ବର୍ଷ ଭିତରେ ୮ ପ୍ରତିଶତ କମିଛି କଣ୍ଡୋମ ବ୍ୟବହାରକାରୀଙ୍କ ସଂଖ୍ୟା। 

ଚଳିତ ଅର୍ଥନୈତିକ ରିପୋର୍ଟ କହୁଛି, ୨୦୧୮-୧୯ ମସିହାରେ ୨୪.୪ ପ୍ରତିଶତ ଲୋକେ କରୁଥିଲେ କଣ୍ଡୋମ ବ୍ୟବହାର। ହେଲେ ୨୦୨୩-୨୦୨୪ ମସିହାରେ ଏହି ସଂଖ୍ୟା ଖସି ୧୬.୧ ପ୍ରତିଶତରେ ପହଞ୍ଚିଛି। କେବଳ ସେତିକି ନୁହେଁ, ପରିବାର ନିୟନ୍ତ୍ରଣ ପାଇଁ ଆହୁରି କେତେ ଉପାୟ ଅଛି। ହେଲେ ସେଥିମଧ୍ୟରୁ ଗର୍ଭନିରୋଧକ ଉପକରଣ(ଆଇୟିସିଡି), ଗର୍ଭନିରୋଧକ ବଟିକା(ଓସିପି) ବ୍ୟବହାର, ମହିଳା ଓ ପୁରୁଷ ବନ୍ଧ୍ୟାକରଣ ମଧ୍ୟ କମିଚାଲିଛି। ଯାହାକୁ ନେଇ ଚିନ୍ତା ପ୍ରକଟ କରଛି ସ୍ୱାସ୍ଥ୍ୟ ବିଭାଗ। କଣ୍ଡୋମ ବ୍ୟବହାରକୁ କେମିତି ବୃଦ୍ଧି କରାଯିବ ସେଥିପାଇଁ ଲାଗିପଡ଼ିଲାଣି ସ୍ୱାସ୍ଥ୍ୟ ବିଭାଗ।

ସହରାଞ୍ଚଳରେ ଥିବା ଫାଷ୍ଟ ରେଫରାଲ ୟୁନିଟ୍‌, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ପୁରୁଷ ଶୌଚାଳୟ ଭିତରେ ରଖାଯାଉଛି କଣ୍ଡୋମ ବକ୍ସ। ସେଠାରୁ ବିନା ସଙ୍କୋଚରେ ପୁରୁଷମାନେ ଆଣିପାରିବେ କଣ୍ଡୋମ। ହେଲେ ବିଡ଼ମ୍ବନା ଏ ବିଷୟରେ ଆଜି ପର୍ଯ୍ୟନ୍ତ ବହୁ ଲୋକ ଅଜଣା। ଏପରିକି ସେଠାରେ କଣ୍ଡୋମ ବକ୍ସ ମଧ୍ୟ ରହୁନି। ଖାଲି ସେତିକି ନୁହେଁ ନବବିବାହିତ ଦମ୍ପତିଙ୍କୁ ପରିବାର ନିୟନ୍ତ୍ରଣ ଯୋଜନା ବିଷୟରେ ସଚେତନ କରିବାକୁ ୨୦୨୨ରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ‘ନୟି ପହଲ’ ଯୋଜନା। ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ମଧ୍ୟ ଥିଲା ଏହି ଯୋଜନା। ଆଶା କର୍ମୀମାନେ ନବବିବାହିତ ଦମ୍ପତିଙ୍କ ଘରକୁ ଯାଇ ଏକ ୱେଡିଂ କିଟ୍ ଦେବାର ପ୍ରାବଧାନ ହୋଇଥିଲା। ହେଲେ ପରବର୍ତ୍ତୀ ସମୟରେ ଯୋଜନାଟି ଫେଲ୍ ମାରିଲା। 

ତଥ୍ୟ କହୁଛି, ରାଜ୍ୟରେ କଣ୍ଡୋମ ବ୍ୟବହାର ହାର ୨୦୧୯-୨୦ରେ ୨୧.୮ ପ୍ରତିଶତ, ୨୦-୨୧ରେ ୨୦.୬ ପ୍ରତିଶତ, ୨୧-୨୨ ଓ ୨୨-୨୩ରେ ୧୭.୫ ପ୍ରତିଶତ ଥିଲା । ସେହିପରି ଆଇୟୁସିଡି ହାର ୨୦୧୮ରେ ୩୧.୮ ପ୍ରତିଶତ ଥିବାବେଳେ ୨୦୨୩-୨୪ରେ ଏହା ୧୭.୯ ପ୍ରତିଶତକୁ ଖସିଆସିଛି । ଓସିପି ହାର ୨୦୧୮-୧୯ରେ ୨୬.୭ ପ୍ରତିଶତ ଥିବା ବେଳେ ୨୦୨୩-୨୪ରେ ୧୬.୬ ପ୍ରତିଶତ ରହିଛି । ମହିଳା ବନ୍ଧ୍ୟାକରଣ ୨୦୧୮-୧୯ରେ ୧୫.୬ ପ୍ରତିଶତ ଓ ୨୦୨୩-୨୪ରେ ୮.୬ ପ୍ରତିଶତ ରହିଛି । ଏଥିସହ ପୁରୁଷ ବନ୍ଧ୍ୟାକରଣ ହାର ୨୦୧୮- ୧୯ରେ ୦.୩ ପ୍ରତିଶତ ଥିବା ବେଳେ ୨୦୨୩- ୨୪ରେ ୦.୨ ପ୍ରତିଶତ ରହିଛି । ତେଣୁ ଏଦିଗରେ ବ୍ୟାପକ ସଚେତନତା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।


ଏହି ଖବରଟିକୁ ପଢନ୍ତୁ-ତୃତୀୟ ଥର ପାଇଁ ମା’ ହେଲା ବାଘୁଣୀ ଅଙ୍କିତା, ଗୋଟିଏ ଶାବକକୁ ଦେଲା ଜନ୍ମ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.