ପାତ୍ରପୁର, ୨୬ା୩ (ଆପ୍ର): ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୮୯ ବର୍ଷ ପୂରିବ।।କୁ ଯାଉଛି । ତଥାପି ଓଡ଼ିଶା ସୀମାବର୍ତ୍ତୀ ସ୍ଥିତି ଅପରିବତ୍ତିର୍ତ । ଓଡ଼ିଶା ପ୍ରଦେଶ ଗଠନର ସ୍ମୃତିରେ ଉତ୍କଳ ଦିବସ ପାଳନ କରାଯାଉଛି । ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବା ପୂର୍ବରୁ ଆନ୍ଧ୍ର ପ୍ରଦେଶ ସୀମାବର୍ତ୍ତୀ ଓଡ଼ିଶା ପ୍ରଦେଶ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପାତ୍ରପୁର ବ୍ଲକ ମାଡ୍ରାସ ପ୍ରେସିଡେନ୍ସୀ ଅଧୀନରେ ରହିଥିଲା । ଏଠାର ଲୋକମାନେ ବିଭିନ୍ନ କାର୍ଯ୍ୟ ପାଇଁ ଆନ୍ଧ୍ର ପ୍ରଦେଶର ଇଚ୍ଛାପୁର ସହର ଉପରେ ନିର୍ଭର କରୁଥିଲେ । ସ୍ୱତନ୍ତ୍ର ପ୍ରଦେଶ ଗଠନ ପରେ ଜମିଜମା ସର୍ଭେ ବନ୍ଦୋବସ୍ତ ମାଡ୍ରାସ ପ୍ରେସିଡେନ୍ସୀ ତରଫରୁ ୧୯୫୧ରେ ହୋଇଥିଲା । ଏହାର ପଚାଶ ବର୍ଷ ପରେ ପୁଣି ଓଡିଶା ସରକାର ୨୦୦୦ ମସିହାରେ ପୁଣି ସର୍ଭେ କରାଯାଇ ଜମିଜମା ରେକର୍ଡ ନିର୍ଦ୍ଧାରିତ ହୋଇ ଥିଲା । ତେବେ ଏବେ ମଧ୍ୟ ପାତ୍ରପୁର ବ୍ଲକର କେତେକ ସୀମାବର୍ତ୍ତୀ ଗ୍ରାମରେ ଆନ୍ଧ୍ର ସରକାର ବିଭିନ୍ନ ସୁବିଧା ଯୋଗାଇବା ସହ ନିଜ ଅକ୍ତିଆରକୁ ନେବା ଉଦ୍ୟମ ବନ୍ଦ ହୋଇନାହିଁ । କୁଲାଡି, ସାତପୁରୀ, ଗୁଡିଖଳା ଗ୍ରାମର ଲୋକମାନେ ଭୋଟଦାନ ଠାରୁ ଆରମ୍ଭ କରି ରାସନ, ବିଜୁଳି, ଜମିପଟ୍ଟା ଓ ଅଙ୍ଗନବାଡି କାର୍ଯ୍ୟକ୍ରମ ସହିତ ପ୍ରାଥମିକ ଶିକ୍ଷା ପାଇଁ ଉଭୟ ରାଜ୍ୟ ଉପରେ ନିର୍ଭର କରୁଛନ୍ତି । ଏହି ଗ୍ରାମ ସହିତ ବ୍ରାହ୍ମଣ ନୂଆଗାଁ ଗୁଡ଼ିପଦର ପଞ୍ଚାୟତର ୪ଟି ଗ୍ରାମର ଲୋକମାନେ ଦୁଇ ରାଜ୍ୟର ପଡ଼ି କାର୍ଡ ଓ ଆଧାର ଭୋଟ ପରିଚୟପତ୍ର ଥିବା ବେଳେ ଉଭୟ ରାଜ୍ୟରୁ ସୁବିଧା ପାଉଛନ୍ତି । ଓଡ଼ିଶାର ମନ୍ତ୍ରୀ, ନିର୍ବାଚିତ ପ୍ରତିନିଧି ଅଧିକାରୀ ବିଭିନ୍ନ ସମୟରେ ସୀମାବର୍ତ୍ତୀରେ ଥିବା ଏହି ଅଞ୍ଚଳ ଗସ୍ତ କରିବା ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରୁଛନ୍ତି ।
ପାତ୍ରପୁର ବ୍ଲକ ନିକଟ ଆନ୍ଧ୍ର ବିଦ୍ୟାଳୟରେ ତେଲୁଗୁ ବହି ଓ ଶିକ୍ଷକ ମିଳୁଥିବା ଦ୍ୱାହି ଦେଇ ପିଲାମାନେ ଆନ୍ଧ୍ର ସରକାର ପରିଚାଳିତ ସ୍କୁଲରେ ନାମ ଲେଖାଇବା ଯୋଗୁଁ ଓଡ଼ିଶାର ବହୁ ବିଦ୍ୟାଳୟ ଏବେ ତାଲା ଝୁଲୁଛି । ରାତି ପାହିଲେ ବ୍ଲକର କେନ୍ଦ୍ର ସ୍ଥଳ ପାତ୍ରପୁର ଠାରୁ ଆରମ୍ଭ କରି ବିଭିନ୍ନ ଗ୍ରାମର ପିଲା ଆନ୍ଧ୍ରକୁ ପାଠ ପଢିବାକୁ ଯାଉଛନ୍ତି । ଗୁଡ଼ିପଦର ପଞ୍ଚାୟତରେ ସ୍ୱାଧୀନତା ପୂର୍ବରୁ ପ୍ରତିଷ୍ଠା ହୋଇଥିବା ଉଚ୍ଚ ବିଦ୍ୟାଳୟ ନୂତନ କୋଠା ସହ ପଚାଶ ଲକ୍ଷ ଟଙ୍କା ବ୍ୟୟରେ ଆନୁଷଙ୍ଗିକ ସୁବିଧା କରାଯାଇଥିଲା । ତେବେ ଏହି ଗ୍ରାମ ପାଶ୍ୱର୍ ଖଜୁରିଆ ଠାରେ ଆନ୍ଧ୍ର ଏକ ବିଦ୍ୟାଳୟ ପ୍ରତିଷ୍ଠା କରିବା ପରେ ସମସ୍ତ ପିଲା ସେହି ବିଦ୍ୟାଳୟକୁ ଚାଲିଯିବା ଯୋଗୁଁ ପଞ୍ଚାୟତ କେନ୍ଦ୍ର ସ୍ଥଳ ବିଦ୍ୟାଳୟରେ ୫ ବର୍ଷ ହେଲା ତାଲା ଝୁଲୁଛି । ୭ଟି ପଞ୍ଚାୟତରେ ୧୫ରୁ ଊଦ୍ଧ୍ୱର୍ ଗ୍ରାମର ପିଲାମାନେ ଆନ୍ଧ୍ରକୁ ପାଠପଢିବା ପାଇଁ ଚାଲିଯିବ ଯୋଗୁଁ ବିଦ୍ୟାଳୟ ବନ୍ଦ ହୋଇଛି । ଆନ୍ଧ୍ର ଯାଉଥିବା ପିଲାଙ୍କୁ ଓଡ଼ିଆ ଶିକ୍ଷା ଦିଆଯାଉନହିଁ। ଓଡ଼ିଶାର ପିଲାମାନେ ଓଡ଼ିଆ ଭାଷା ସମ୍ପୂର୍ଣ୍ଣ ଭୁଲି ଯାଉଛନ୍ତି । ଓଡ଼ିଶାର ବି. ନୂଆଗାଁ ପଞ୍ଚାୟତ ସବରଦେଇପେଟା ଓ ଗୁଡିପଦର ପଞ୍ଚାୟତର ଏସ୍. ବଳରାମପୁର ଗ୍ରାମର ଲୋକମାନେ ପୂର୍ବ ଭଳି ଆନ୍ଧ୍ର ପୋଷ୍ଟ ଅଫିସରୁ ଡାକ ସୁବିଧା ପାଉଛନ୍ତି । ଏହି ପଞ୍ଚାୟତରେ ପୋଷ୍ଟ ଅଫିସ ଥିବା ବେଳେ ଲୋକମାନେ ଆନ୍ଧ୍ର ଲାଧାପୁଟିରୁ ଡାକ ସେବା ପାଉଛନ୍ତି । ସେହିଭଳି ଗୁଡିପଦର ପଞ୍ଚାୟତ ବଳରାମପୁର, ଏସ୍. ବଳରାମପୁର ଗ୍ରାମର ଲୋକମାନେ ଆନ୍ଧ୍ର ଧରମପୁରରୁ ଡାକ ପାଉଛନ୍ତି । ଏହି ପଞ୍ଚାୟତରେ ମଧ ଏକ ଡାକ ଘର ରହିଛି । ଆନ୍ଧ୍ର- ଓଡ଼ିଶା ସୀମାବର୍ତ୍ତୀ ଗ୍ରାମର ଲୋକମାନେ ଦୁଇଟି ରାଜ୍ୟରୁ ସୁବିଧା ମିଳିବା ଆଶାରେ ଆଧାର, ଭୋଟ ପରିଚୟପତ୍ର କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଓଡ଼ିଶା ଦେଇ ରେଳପଥ ଅତିକ୍ରମ କରିଥିବା ବେଳେ ଷ୍ଟେସନ ନାହିିଁ । ଫଳରେ ଲୋକମାନେ ଆନ୍ଧ୍ରର ବିଭିନ୍ନ ଷ୍ଟେସନ ଉପରେ ନିର୍ଭର କରିବାକୁ ପଡୁଛି । ଓଡ଼ିଶାର ଲୋକଙ୍କ ପାଇଁ ଗୁଡିପଦର ଠାରେ ଏକ ରେଳ ଷ୍ଟେସନ ପ୍ରତିଷ୍ଠା ପାଇଁ ଦୀର୍ଘ ବର୍ଷ ହେଲା ଦାବି କରି ଆସୁଛନ୍ତି । ପାତ୍ରପୁର ବ୍ଲକରେ ପ୍ରଥମ ଥର ପାଇଁ ଗୁଡ଼ି ପଦରର ଜଣେ ତେଲୁଗୁ ମହିଳା ବ୍ଲକ ଅଧ୍ୟକ୍ଷା ହୋଇଛନ୍ତି।