ନୂଆଦିଲ୍ଲୀ: ବିବାଦରେ ବଲିଉଡର ପ୍ରସିଦ୍ଧ ଗାୟକ ଉଦିତ ନାରାୟଣ(Udit Narayan)। ଏକ ଲାଇଭ କନସର୍ଟରେ ଜଣେ ମହିଳା ପ୍ରଶଂସକଙ୍କ ଓଠରେ ଚୁମ୍ୱନ କରି ହରଡ ଘଣାରେ ପଡିଛନ୍ତି ଏହି ଭେଟରାନ ସିଙ୍ଗର। ଯାହାର ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ବିବାଦ ଘନେଇବା ପରେ ଏହାକୁ ପ୍ରଶଂସକଙ୍କ ତାଙ୍କ ପ୍ରତି ଥିବା ପ୍ରେମ ଓ ପାଗଳପଣ ବୋଲି କହିଛନ୍ତି ଉଦିତ ନାରାୟଣ।
ସୂଚନା ମୁତାବକ, ବର୍ତ୍ତମାନ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଉଦିତଙ୍କ ଦୁଇଟି ଭିଡିଓ ଭାଇରାଲ ହେବାରେ ଲାଗିଛି। ଗୋଟିଏ ଭିଡିଓରେ ଜଣେ ମହିଳା ପ୍ରଶଂସକ ସେଲଫି ନେବାପରେ ତାଙ୍କ ଗାଲରେ ଏକ ଚୁମ୍ବନ ଦେବାକୁ ପ୍ରଚେଷ୍ଟା କରୁଥିଲେ। ଏହା ଦେଖି ଉଦିତ ତାଙ୍କ ଓଠରେ ହଠାତ ଏକ ଚୁମ୍ବନ ଦେଇଦେଇଥିଲେ। ଅନ୍ୟଏକ ଭିଡିଓରେ ଆଉଜଣେ ମହିଳା ପ୍ରଶଂସକ ଉଦିତଙ୍କୁ ଆଲିଘଂନ କରିବାକୁ ଚେଷ୍ଟା କରୁଥିବା ବେଳେ ଫୁଣିଥରେ ଉଦିତ ତାଙ୍କ ମଥାକୁ ଧରି ତାଙ୍କ ଓଠରେ ଚୁମ୍ବନ ଦେଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି।
ଏକ ଗଣମାଧ୍ୟମକୁ ଏହି ଘଟଣା ସମ୍ବଦ୍ଧରେ ସାକ୍ଷାତକାର ଦେଇ ଉଦିତ କହିଛନ୍ତି “ପ୍ରଶଂସକମାନେ ମତେ ବହୁତ ପସନ୍ଦ କରନ୍ତି। ତେଣୁ ବେଳେବେଳେ ଏମିତି ପାଗଳାମି ଦେଖିବାକୁ ମିଲିଥାଏ। ତେବେ ମୁଁ ଜଣେ ଭଦ୍ର ମଣିଷ। ଏକଥାକୁ ଅଧିକ ଲମ୍ବେଇ କିଛି ଫାଇଦା ନାହିଁ। ଏସବୁ ପ୍ରଶଂସକ ମାନଙ୍କ ଭଲପାଇବା। ଏହା ଉପରେ ଏତେ ଧ୍ୟାନ ଦେବାର ଆବଶ୍ୟକତା ନାହିଁ।”
ଏହି ଘଟଣାପରେ ବିଭିନ୍ନ ସାମାଜିକ ଗଣାମାଧ୍ୟମର ୟୁଜର୍ସ ମାନେ ଉଦିତଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି। ଖାଲି ଯେ ଟ୍ରୋଲ ତାହା ନୁହେଁ ଏହାକୁ ନେଇ ଭିନ୍ନଭିନ୍ନ ମିମ୍ସ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।