କଣ୍ଟାବାଞ୍ଜି, ୨୯/୦୬: ତୁରେଇକେଲା ଯିବା ରାସ୍ତାର ନୂଆ ବସଷ୍ଟାଣ୍ଡ ପଛପଟ ଏକ ପରିତ୍ୟକ୍ତ କୂଅରେ ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୁଲିସ ଏବଂ ଅଗ୍ନିଶମ ବିଭାଗ ଉପସ୍ଥିତ ରହିଛନ୍ତି । ମୃତଦେହ କୂଅ ଭିତରେ ପଡି ରହିଥିବାବେଳେ ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ୍ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଦ୍ଧାର କରାଯିବ ବୋଲି ଜଣାପଡିଛି ।
ଅନ୍ୟପଟେରେ ଗତ କିଛି ଦିନ ହେବ ଡୁମେରଚୁଆ ଗାଁର ଜଣେ ଯୁବକ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ତେଣୁ ଏହି କୂଅରେ ପଡ଼ିଥିବା ଯୁବକ ଜଣକ ସେହି ଯୁବକ ବୋଲି ପରିବାର ପକ୍ଷରୁ ସନ୍ଦେହ କରାଯାଉଛି । ମୃତଦେହକୁ ଉଦ୍ଧାର ପରେ ତାଙ୍କ ପରିଚୟ ଜଣାପଡ଼ିବ ।