ପ୍ରମୂଖ ଖବର
  • ଗଜପତିଙ୍କ ଛେରାପହଁରା ନୀତି ଆରମ୍ଭ, ଆଉ କିଛି ସମୟ ପରେ ରଥ ଟଣା
  • ||
  • ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି, ଘଣ୍ଟଘଣ୍ଟା ହରିବୋଲ ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜୁନ୍‌ ୩୦ ରେ ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ
  • ||
  • କେନ୍ଦୁଝର : ଟ୍ରାକ୍ଟର ତଳେ ଚାପି ହୋଇ ଚାଳକ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଭଦ୍ରକ : ବ୍ରିଜ୍ ଉପରୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍
  • ||
  • ନବରଙ୍ଗପୁର : ଝରିଗାଁ କାର୍‌ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୨ ଯାଏ ବର୍ଷିବ, ଉତ୍ତରରେ ବେଶି, ରଥଯାତ୍ରାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଉନ୍ନୟନମୂଳକ କାମ ଠପ୍ ପ୍ରତିବାଦରେ ସମିତି ସଭ୍ୟସଭ୍ୟା ଓ କାଉନସିଲରଙ୍କ ଧାରଣା ପ୍ରସଙ୍ଗ, ସୋମବାରରୁ ହେବ ଆନ୍ଦୋଳନ ଜୋରଦାର

Published By : Suraj Kumar | June 26, 2025 8:33 PM

ପାଟଣାଗଡ, ୨୬।୬(ଆପ୍ର) : ପାଟଣାଗଡ଼ ବ୍ଳକ ଓ ଏନ୍ଏସିରେ ଦୀର୍ଘ ଆଠ ମାସ ହେଲା ବିଭିନ୍ନ ଉନ୍ନୟନମୂଳକ କାମ ଠପ୍ ହୋଇଯାଇଛି। ଏହାରି ପ୍ରତିବାଦରେ ବିଡ଼ିଓ କାର୍ଯ୍ୟାଳୟ ଓ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଜନପ୍ରତିନିଧିଙ୍କ ଧାରଣା ୩ୟ ଦିନରେ ପହଞ୍ଚିଛି।  ଜନପ୍ରତିନିଧିମାନଙ୍କୁ ପ୍ରଶାସନିକ ଅଧିକାରୀମାନଙ୍କ ଦ୍ଵାରା ଉପେକ୍ଷା ସହ  ପାତରଅନ୍ତର କରୁଥିବା ନେଇ ଧାରଣାରତ ସମିତି ସଭ୍ୟସଭ୍ୟା ଓ କାଉନସିଲର ଅଭିଯୋଗ ଆଣିଛନ୍ତି।  

ସୋମବାର ଠାରୁ ଏହି ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବା ବୋଲି ବ୍ଳକ ଉପାଧ୍ୟକ୍ଷା ଲକ୍ଷ୍ମୀ ମାଝୀ, ସମିତି ସଭ୍ୟ ସଂଘ ସଭାପତି ଗୋବିନ୍ଦ ମେହେର, ଫଟାମୁଣ୍ଡା ସମିତି ସଭ୍ୟ ଜୟନ୍ତ କୁମ୍ଭାର, ଖୁଣ୍ଟସମଲାଇ ସମିତି ସଭ୍ୟା ସାବିତ୍ରୀ ନାଗ,ଶଙ୍କର ବାଗ, ଅଭିମନ୍ୟୁ ବାରଲେଣ୍ଡିଆ, କଳ୍ପନା ବାରିକ,ଭୂମିସୁତା ଧରୁଆ ସୂଚନା ଦେଇଛନ୍ତି। ଅପରପକ୍ଷରେ   ଧାରଣାରତ କାଉନସିଲରମାନେ ମଧ୍ୟ ଏହି ଆନ୍ଦୋଳନକୁ ସୋମବାରରୁ ତିବ୍ରତର କରାଯିବ ବୋଲି ଏନ୍ଏସି ଅଧ୍ୟକ୍ଷା ମାନସୀ ବିଶ୍ଵାଳ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.