ବ୍ରହ୍ମପୁର, ୩୦।୫: ବ୍ରହ୍ମପୁର ରେଳ ଷ୍ଟେସନ ୨ ନମ୍ବର ପ୍ଲାଟଫର୍ମ ରେଳ ଧାରଣାରୁ ଗୋଟିଏ ମୃତ ମୟୂର ଉଦ୍ଧାର ହୋଇଛି । ରେଳଧାରଣାରେ ମୃତ ମୟୂର ପଡ଼ିଥିବା ସଫେଇ କର୍ମଚାରୀ ଦେଖିଥିଲେ । ଏନେଇ ରେଳ ଷ୍ଟେସନ ମ୍ୟାନେଜରଙ୍କୁ ଜଣାଇଥିଲେ । ଯାହା ପରେ ମ୍ୟାନେଜର ବନ ବିଭାଗକୁ ଖବର ଦେଇଥିଲେ । ବନ କର୍ମଚାରୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି ।
୧୦ ଘଣ୍ଟାରୁ ଅଧିକ ସମୟ ଧରି ମୟୂରଟିର ମୃତ୍ୟୁ ହୋଇଥିବା ବନ କର୍ମଚାରୀ କହିଛନ୍ତି । ଗତକାଲି ସନ୍ଧ୍ୟାରେ କୋଣାର୍କ ଏକ୍ସପ୍ରେସରେ ରମ୍ଭାରୁ ମୟୂରଟି ଆସିଥିଲା । ଏହାକୁ ଦେଖି ଲୋକ ପାଇଲଟ ମୟୂରଟିକୁ ବାହାର କରିଥିଲେ । ମୃତ ମୟୂରକୁ ଉଦ୍ଧାର ସମୟରେ ଷ୍ଟେସନ ମ୍ୟାନେଜର ଦୁର୍ଗା ପ୍ରସାଦ ବ୍ରହ୍ମା, ଆରପିଏଫ, ଆଇଆଇସି ଭେଙ୍କଟ ରମଣାଙ୍କ ସମେତ ରେଳବାଇ ପୁଲିସ ଓ ବନ କର୍ମଚାରୀ ଉପସ୍ଥିତ ଥିଲେ ।