ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ, ଗ୍ୟାସ୍‌ ଲିକ୍‌ରେ ୮ ଶ୍ରମିକ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ରଥଖଳା ହାଲ୍‌ଚାଲ୍‌...କନକମୁଣ୍ଡି କାମ ଶେଷ, ଚକା ବେଦି ନିର୍ମାଣ ଆରମ୍ଭ
  • ||
  • ଭାରତୀୟ ନ୍ୟାୟ ସଂହିତା ଆଧାରରେ ଭୁବନେଶ୍ୱରରେ ପ୍ରଥମ ମାମଲା ରୁଜୁ
  • ||
  • ବାରବାଡୋସରେ ଭୟଙ୍କର ବାତ୍ୟା, ହୋଟେଲରେ ଅଟକିଲେ ଟିମ୍‌ ଇଣ୍ଡିଆ ଖେଳାଳି ଏବଂ ଷ୍ଟାଫ୍
  • ||
  • ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ର ଉଦ୍ଧାର କଲା ବନ ବିଭାଗ, ଆଜି ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର
  • ||
  • ସୋମବାରଠୁ ଜନତା ଦରବାର, ଲୋକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିପାରିବେ ଅଭିଯୋଗ
  • ||
  • ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ
  • ||
  • ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ
  • ||

ବିଏମ୍‌ସି କର୍ପୋରେସନ ବୈଠକରେ ଏକାଧିକ ପ୍ରସ୍ତାବ ଉପରେ ମୋହର, ଛତ୍ରଭଙ୍ଗ ଦେଲେ ବିଜେଡି କର୍ପୋରେଟର

ଭୁବନେଶ୍ୱର,୨୯/୦୬: ଦୁଇ ତୃତୀୟାଂଶରୁ ଅଧିକ ବିଜେଡି କର୍ପୋରେଟର । ସାଙ୍ଗରେ ମେୟର ଓ ଡେପୁଟି ମେୟର । ଆଶା କରାଯାଉଥିଲା ରାଜ୍ୟରେ ବିଜେପି ସରକାର  ଥିଲେ ବି ବିଏମସିରେ ସଂଖ୍ୟା ଗରିଷ୍ଠତାର ଦବଦବା ଦେଖାଇବ । ମାତ୍ର ଶୁକ୍ରବାର ବିଏମସିର  କର୍ପୋରେସନ ବୈଠକରେ ସେମିତି କିଛି  ହେଲାନି । ବରଂ ସରକାର ବଦଳିବା ପରେ  ନିରୁତ୍ସାହିତ ବିଜେଡି କର୍ପୋରେଟର ବୈଠକରେ ଛତ୍ରଭଙ୍ଗ ଦେଲାଭଳି ଲାଗିଥିଲା । ଶୂନ୍ୟକାଳ ଆରମ୍ଭରୁ ପୂରା ବୈଠକୁ ମାଡ଼ି ବସିଲା ବିଜେପି । କାହା ପରେ କିଏ ପ୍ରଶ୍ନ ପଚାରି  ଆକ୍ରମଣ କରିବ ସବୁ ସ୍ଥିର ହୋଇଥିଲା । ସତେ ଯେମିତି ରିହର୍ସାଲ କରି ଆସିଥିଲେ । ଏପଟେ ବିଜେଡି କର୍ପୋରେଟରମାନଙ୍କ ଭିତରେ ଜମାରୁ ସମନ୍ୱୟ ନଥିଲା । ମନୋବଳ ଭାଙ୍ଗି ଯାଇଥିଲା । ବିରୋଧୀ ଦଳକୁ ମୁକାବିଲା କରିବା ତ ଦୂରର କଥା, ଅଧାରୁ ସଭା କକ୍ଷ ଛାଡ଼ି ପଳାଇଥିଲେ ।  

ନିର୍ବାଚନ ପାଇଁ ୩ ମାସ ବିଏମ୍‌ସି କର୍ପୋରେସନ ବୈଠକ ବନ୍ଦ ରହିଥିଲା । ଅନେକ ଗୁଡିଏ ଲୋକାଭିମୁଖୀ ପ୍ରସ୍ତାବ ଆଲୋଚନା  ହେବାର ଥିଲା । ହେଲେ ବୈଠକର ମାତ୍ର କିଛି ସମୟ ପରେ ବିଜେଡି-ବିଜେପି ତୁ ତୁ  ମେଁ ମେଁ ଆରମ୍ଭ ହେଲା । ବୈଠକ ଆରମ୍ଭରୁ  ସ୍ୱାଧୀନ ବିଧାୟକ ରଶ୍ମୀରଞ୍ଜନ ପାଟ୍ଟଶାଣୀ ପ୍ରଶ୍ନ  ପଚାରିଥିଲେ । ସେ କହିଥିଲେ ମୋ ଅଞ୍ଚଳ  ବିଧାୟକ ବିଭୂତି ବଳବନ୍ତ ରାୟ ଉପସ୍ଥିତରେ  ମୁଁ ସମସ୍ୟା ଉଠାଇବି । ତାଙ୍କ ପାଟିରୁ କଥା ନ  ସରୁଣୁ, ଜଣକ ପରେ ଜଣେ ବିଜେପି ବିଧାୟକ ସମସ୍ୟା ଉଠାଇଥିଲେ । ମେୟର ସୁଲୋଚନା ଦାସ  କହିଥିଲେ, ଦୀର୍ଘଦିନ ପରେ ବୈଠକ ବସିଛି,  ପ୍ରଥମେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବ ।  

ଶୂନ୍ୟକାଳରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହେବ । ହେଲେ ବିଜେପି କର୍ପୋରେଟରମାନେ ଏହାକୁ ବିରୋଧ କରିଥିଲେ । ଏହାକୁ ନେଇ ବିଜେପି ଓ ବିଜେଡି କଥା କଟାକଟି ହୋଇଥିଲା । ପରେ  ପ୍ରାୟ ୪୦ରୁ ଅଧିକ ବିଜେଡି କର୍ପୋରେଟର  କକ୍ଷ ଛାଡ଼ି ପଳାଇଥିଲେ । ବିଜେପିର ଜଣେ ମହିଳା କର୍ପୋରେଟର ଓ ମେୟର ମୁହାଁମୁହିଁ  ହୋଇଥିଲେ । ତାଙ୍କ ୱାର୍ଡରେ କାମ ଧିମା ଚାଲିଛି ।  ହେଲେ ମେୟର ବୁଲିବା ବେଳେ ତାଙ୍କୁ ନ ଡାକି  ସ୍ଥାନୀୟ ବିଜେଡି ନେତାଙ୍କୁ ଧରି ବୁଲୁଛନ୍ତି ବୋଲି  ଅଭିଯୋଗ କରିଥିଲେ ।  

ଶୁକ୍ରବାର ବୈଠକରେ ଏକାମ୍ର ବିଜେପି  ବିଧାୟକ ବାବୁ ସିଂ, ଉତ୍ତର ବିଧାୟକ ସୁଶାନ୍ତ  ରାଉତ ଓ ଜଟଣୀ ବିଧାୟକ ବିଭୂତିବଳବନ୍ତ  ରାୟ ଯୋଗଦେଇଥିଲେ । ଏହି ଅବସରରେ ଶ୍ରୀ  ସିଂ କହିଥିଲେ, ଆମେ ସବୁ ଏକ । ସବୁ ୱାର୍ଡ  ସମସ୍ୟାର ସମାଧାନ ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି ଉଠାଇବି । ଶୁକ୍ରବାର ବୈଠକରେ ବିଶେଷକରି ଅସଂପୂର୍ଣ୍ଣ ପ୍ରକଳ୍ପଗୁଡିକୁ ସଂପୂର୍ଣ୍ଣ ରୂପ  ଦେବା, ଭିତ୍ତିଭୂମିର ବିକାଶ, ବିଭାଗୀୟ ସମନ୍ୱୟ,  ଆଲୋକୀକରଣ, ବିବାଦୀୟ ସ୍ଥାନଗୁଡିକର  ଆଶୁ ସମାଧାନ ଆଦି ସଂପର୍କରେ ଆଲୋଚନା  କରାଯାଇଥିଲା । ଏହା ପରେ ବିଏମ୍‌ସିର ବିଭିନ୍ନ  ଉପବିଭାଗରୁ ଆସିଥିବା ପ୍ରସ୍ତାବଗୁଡିକ ବୈଠକରେ  ଆଲୋଚନା ହୋଇ ପ୍ରସ୍ତାବ ଗୃହୀତ ହୋଇଥିଲା ।  

ରାଜଧାନୀର ସବୁଜୀକରଣ ପାଇଁ ଚଳିତ ବର୍ଷ  ୧ ଲକ୍ଷ ଚାରା ରୋପଣ କରିବାକୁ ବିଏମ୍‌ସି ଲକ୍ଷ୍ୟ  ଧାର୍ଯ୍ୟ କରିଛି । ସେହିପରି ଘରୋଇ ବର୍ଜ୍ୟ ସଂଗ୍ରହ,  ବହୁଳ ବର୍ଜ୍ୟ ଉତ୍ପନ୍ନକାରୀ ଅନୁଷ୍ଠାନ, ବାଣିଜ୍ୟିକ  ପ୍ରତିଷ୍ଠାନ ଇତ୍ୟାଦିରୁ ନିୟମିତ ପୃଥକୀକୃତ  ବର୍ଜ୍ୟ ସଂଗ୍ରହକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି  ବୈଠକରେ ନିଷ୍ପତ୍ତି ହୋଇଛି । ସୂଚନାଯୋଗ୍ୟ କି ୟୁଏନ୍‌ ହାବିଟାଟ୍‌ କେନ୍ଦ୍ରୀୟ ଏବଂ ଦକ୍ଷିଣ ଏସିଆର  ଏସ୍‌ଡିଜି କ୍ଷେତ୍ରରେ ଭୁବନେଶ୍ୱରକୁ ଏକ ପାଇଲଟ୍‌  ସହର ଭାବେ ଚୟନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.