ଝାରସୁଗୁଡ଼ା, ୧୩/୫ : ପ୍ରଚାର ସମୟରେ ବିଜେପି ପ୍ରାର୍ଥୀ ଟଂକଧର ତ୍ରିପାଠୀଙ୍କ ପତ୍ନୀ ଓ ମହିଳା କର୍ମୀଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ । ପ୍ରତିବାଦରେ ଝାରସୁଗୁଡା ଟାଉନ ଥାନା ଘେରାଉ ସହ ରାସ୍ତା ଅବରୋଧ କରିଛନ୍ତି ବିଜେପି କର୍ମୀ । ଆଜି ସନ୍ଧ୍ୟାରେ ମହିଳାଙ୍କ ସହ ବିଜେପି ପ୍ରାର୍ଥୀଙ୍କ ପତ୍ନୀ ପ୍ରଚାର କଲାବେଳେ ବୁରୋମାଲରେ ହୋଇଛି ଦୁର୍ବ୍ୟବହାର ।
ଏହାକୁ ନେଇ ଝାରସୁଗୁଡା ଥାନାରେ ବିଜେପି –ବିଜେଡି କର୍ମୀ ମୁହାଁମୁହିଁ । ବିଜେପି କର୍ମୀଙ୍କ ଥାନା ଘେରାଉ ଚାଲିଥିବାବେଳେ ଥାନାରେ ଧସେଇ ପଶିଛନ୍ତି ବିଜେଡି କର୍ମୀ । ପୋଲିସ ଉଭୟ ପକ୍ଷଙ୍କୁ ବୁଝାସୁଝା ଚଳାଇଛି ।