ପ୍ରମୂଖ ଖବର
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ନୀଳଗିରିରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ନୀଳଗିରି,୭/୧୦(ଆ.ପ୍ର):ନୀଳଗିରିରେ  ବିଜେଡି ଜନ ସମ୍ପର୍କ ପଦଯାତ୍ରା ଆରମ୍ବ କରିଛି। ସୋମବାର ୧୨ ନମ୍ବର ଜୋନରେ ଏହି ପଦଯାତ୍ରା ପୂର୍ବତନ ବିଧାୟକ ସୁକାନ୍ତ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଅଛି। ଜାଡ଼ିବାଲି ଠାରୁ ଏହି ପଦଯାତ୍ରା ଆରମ୍ବ ହୋଇ ଅଯୋଧ୍ୟା ଗୋପାଳପୁର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଛି। ଆୟୋଜିତ ଏକ ସଭାରେ ୧୩ ନମ୍ବର ଜିଲ୍ଲାପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ,୧୧ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ସୁବର୍ଣ୍ଣ ମଞ୍ଜରୀ ସିଂ,ନୀଳଗିରି ବ୍ଲକ ଅଧ୍ୟକ୍ଷ ଶୁଭଲକ୍ଷ୍ମୀ ମାଝୀ,ଏନଏସି ପୁର୍ବତନ ଅଧକ୍ଷା ଅମ୍ବିକା ଦାସ, ବିଜେଡି ନେତା ମଦନ ମୋହନ ମାଝୀ, ଉପେନ୍ଦ୍ର ଦାସ, ଉପେନ୍ଦ୍ର ନାୟକ, ରାଜୀବ ଦାସବାବୁ,ଶରତ ଦାସ, ସମିତିସଭ୍ୟା ବିଦ୍ୟୁତପ୍ରଭା ପାତ୍ର  ଉପସ୍ଥିତ ଥିଲେ।  

ବିଜେପି ସାଧାରଣ ନିର୍ବାଚନ ପୂର୍ବରୁ ଲୋକଙ୍କୁ ମିଥ୍ୟା ପ୍ରତିଶୃତି ଦେଇ କ୍ଷମତାକୁ ଆସିଥିବା ବେଳେ ଏବେ ରାଜ୍ୟରେ ଶାସନ ଭାର କରିବାରେ ବିଫଳ ହୋଇଛି।ସାଧାରଣ ଲୋକଙ୍କୁ ଭୁଆଁ ବୁଲାଇ ଯେଉଁ ଭୋଟ ହାତେଇ ସତ୍ତାକୁ ଆସିଛି ତାହା ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟର ମାନେ ଜବାବ ଦେବେ ବୋଲି କହିଥିଲେ। ସେହିପରି ନୀଳଗିରି ଆଦିବାସୀ ବହୁଳ ଅଞ୍ଚଳର ବିକାଶ ଯାହା ୧୦ ବର୍ଷରେ ହୋଇଛି ତାହା ଅଞ୍ଚଳବାସୀ ଜାଣିଛନ୍ତି। ସେହିଭଳି ବିକାଶର ମୁଦ୍ଦା ଅଞ୍ଚଳବାସୀଙ୍କ ପାଇଁ ମୋର ସଙ୍ଘର୍ଷ ଜାରି ରହିବ ବୋଲି ପୂର୍ବତନ ବିଧାୟକ ଇଂ ସୁକାନ୍ତ ନାୟକ କହିଛନ୍ତି।ଏହି ପଦଯାତ୍ରାରେ ୧୨ ନମ୍ବର ଯୋନର ଶତାଧିକ ଅଞ୍ଚଳବାସୀ ସାମିଲ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.