ପ୍ରମୂଖ ଖବର
  • ମାଲକାନଗିରିରେ ବଡ଼ ଧରଣର ଚୋରି, କାନ୍ଥ ଭାଙ୍ଗି ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ମୋବାଇଲ୍‌ ନେଇଗଲେ ଲୁଟେରା
  • ||
  • ରାଜଧାନୀରେ ହତ୍ୟା ଘଟଣା: ୩ ଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ
  • ||
  • ରାଜଧାନୀରେ ହତ୍ୟା ଘଟଣା: ଦୋଷୀଙ୍କୁ ନିଶ୍ଚିତ ଧରାଯିବ ବୋଲି କହିଲେ ଆଇନ୍‌ମନ୍ତ୍ରୀ
  • ||
  • ବୈପାରିଗୁଡ଼ା : ଆମଟିଗୁଡା ହତ୍ୟା ମାମଲା, ୫ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ରାଜଧାନୀରେ ଚାଞ୍ଚଲ୍ୟ: ଚଳନ୍ତା ଗାଡ଼ିରେ ଯାଉଥିବା ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଭି. ନାରାୟଣନ ଇସ୍ରୋର ନୂଆ ଅଧ୍ୟକ୍ଷ, ଏସ୍ ସୋମନାଥଙ୍କ ସ୍ଥାନରେ ନିଯୁକ୍ତି
  • ||
  • ଆଗକୁ ବଢିବ ରାତି ତାପମାତ୍ରା, ଆହୁରି କମିବ ଶୀତ
  • ||
  • ରାଜ୍ୟରେ ବାର୍ଡ-ଫ୍ଲୁ ଭୟ, ଜନସ୍ୱାସ୍ଥ୍ୟ ବିଭାଗର ସ୍ଥିତି ସମୀକ୍ଷା
  • ||

ରାଜ୍ୟରେ ବାର୍ଡ-ଫ୍ଲୁ ଭୟ, ଜନସ୍ୱାସ୍ଥ୍ୟ ବିଭାଗର ସ୍ଥିତି ସମୀକ୍ଷା

Published By : Prameya | January 8, 2025 8:12 AM

ଭୁବନେଶ୍ୱର, ୦୮/୦୧ : ରାଜ୍ୟରେ ପୁଣିଥରେ ଘାରିଛି ବାର୍ଡ-ଫ୍ଲୁ ଭୟ । ସୋମବାର ପୁରୀ ଜିଲ୍ଲାର କୃଷ୍ଣପ୍ରସାଦରେ କାଉ ଓ କୁକୁଡା ମଡ଼କ ପରେ ସ୍ଥାନୀୟ ଅଞ୍ଚଳରେ ଏହି ଚର୍ଚ୍ଚା ହୋଇଥିଲା । ହେଲେ ବାସ୍ତବରେ ଏହା ବାର୍ଡ-ଫ୍ଲୁ କି ଆଉ କ’ଣ ତାହା ଜଣାପଡ଼ିନଥିଲା । କେବଳ ସେତିକି ନୁହେଁ, ବର୍ତ୍ତମାନ ଚିଲିକାକୁ ପ୍ରବାସୀ ପକ୍ଷୀମାନଙ୍କ ଆଗମନ ହୋଇଛି । ତେଣୁ ବାର୍ଡ-ଫ୍ଲୁ ଏକ ବଡ ରୂପ ନେବ ବୋଲି ଆଶଙ୍କା ଦେଖାଦେଇଥିଲା । ଖବର ଜଣାପଡିବା ପରେ ମଙ୍ଗଳବାର ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ ଏଦିଗରେ ତତ୍ପରତା ଦେଖାଇଛି । ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ସ୍ଥିତି ଯାଞ୍ଚ କରାଯାଇଥିଲା । ହେଲେ କୁକୁଡାଙ୍କୁ ବାର୍ଡ-ଫ୍ଲୁ ହେବା ନେଇ କୌଣସି ଲକ୍ଷଣ ଦେଖିବାକୁ ମିଳିନି । ତେଣୁ ଏହା ମିଛ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ନୀଳକଣ୍ଠ ମିଶ୍ର କହିଛନ୍ତି । 

ଗତବର୍ଷ ଅଗଷ୍ଟ ମାସରେ ପୁରୀରେ ବାର୍ଡ-ଫ୍ଲୁ (ଏଚ୫ଏନ୧) ଦେଖିବାକୁ ମିଳିଥିଲା । ପିପିଲି ଓ ପରେ ଡେଲାଙ୍ଗ ଅଞ୍ଚଳରେ ଥିବା କୁକୁଡା ଫାର୍ମରେ ଏହି ରୋଗ ଚିହ୍ନଟ ହୋଇଥିଲା । କେନ୍ଦ୍ରାପଡାର ଡେରାବିଶରେ ମଧ୍ୟ ବାର୍ଡ-ଫ୍ଲୁ ବ୍ୟାପିଥିବା ଚର୍ଚ୍ଚା ହୋଇଥିଲା । ଜନସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ରୋଗାକ୍ରାନ୍ତ ପକ୍ଷୀଙ୍କ ନମୁନା ସଂଗ୍ରହ କରାଯାଇ ଭୋପାଳରେ ଥିବା ପରୀକ୍ଷାଗାରକୁ ପଠାଯାଇଥିଲା । ଏପଟେ ପୁରୀ ସମେତ ଭୁବନେଶ୍ୱର, କଟକ, ନୟାଗଡ, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାରେ ଚିକେନ ବେପାର ପ୍ରଭାବିତ ହୋଇଥିଲା । ୬ମାସ ପରେ ପୁଣି ବାର୍ଡ-ଫ୍ଲୁ ଫେରିଥିବା ଆଶଙ୍କା ଦେଖାଦେଇଛି । ଏହା ମଧ୍ୟରେ ଚିଲିକାକୁ ମଧ୍ୟ ପ୍ରବାସୀ ପକ୍ଷୀଙ୍କର ଆଗମନ ହୋଇଛି । ପର୍ଯ୍ୟଟନ ଓ ଜଙ୍ଗଲ ବିଭାଗ ପକ୍ଷରୁ ଚିଲିକା ବିହଙ୍ଗ ମହୋତ୍ସବ ମଧ୍ୟ ଆରମ୍ଭ ହୋଇଛି । 

ସେହିପରି ପ୍ରବାସୀ ଭାରତୀୟ ଦିବସ ଥିବାରୁ ଚିଲିକାକୁ ପ୍ରବାସୀମାନେ ଯିବେ । ଏଭଳି ସମୟରେ ବାର୍ଡ-ଫ୍ଲୁ ମୁଣ୍ଡ ଟେକିବା ସରକାରଙ୍କ ଚିନ୍ତା ବଢ଼ାଇଛି । ହେଲେ ବାର୍ଡ-ଫ୍ଲୁ ଭୟ ନଥିବା ଜନସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ଡା. ମିଶ୍ର କହିଛନ୍ତି, ଆଜି ସ୍ଥାନୀୟ ଭେଟେରନାରୀ ଓ ଜନସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିଥିଲେ । ଏବେବି ଆମେ ଏଦିଗରେ ସଜାଗ ଅଛୁ । ସେପଟେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର ବରିଷ୍ଠ କୁକ୍କୁଟ ବିଶେଷଜ୍ଞ ଡ. ସୁଶାନ୍ତ ଦାସ କହିଛନ୍ତି, ଶୀତଦିନରେ ବାର୍ଡ-ଫ୍ଲୁ ବ୍ୟାପିଥାଏ । ଏହି ସମୟରେ ଭୂତାଣୁ ସକ୍ରିୟ ରୁହେ । ଏବେ ପ୍ରବାସୀ ପକ୍ଷୀମାନେ ଚିଲିକା ଆସନ୍ତି । ତେଣୁ ତାଙ୍କ ଦ୍ୱାରା ଏହି ରୋଗ ବ୍ୟାପିବାର ଆଶଙ୍କା ଥାଏ । ନିଖିଳ ଓଡିଶା ଆମିଷ ବ୍ୟବସାୟୀ ମହାସଂଘର ସଭାପତି ଶେଖ୍‌ ମୁନ୍ତାକିମ୍‌ ବକ୍ସ କହିଛନ୍ତି, ବାର୍ଡ-ଫ୍ଲୁ ହେବାନେଇ କୌଣସି ଖବର ଆସିନି । ସରକାର ମଧ୍ୟ ଗାଇଡଲାଇନ୍‌ ଆଣିନାହାନ୍ତି । ତେଣୁ ଚିକେନ୍‌ ବେପାର ବନ୍ଦ କରାଯିବନି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.