ପ୍ରମୂଖ ଖବର
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

ସତୀଗୁଡା ଜଳଭଣ୍ଡାରରେ ପକ୍ଷୀ ଗଣନା, ୩ ହଜାରରୁ ଊର୍ଦ୍ଧ୍ବ ପକ୍ଷୀ ଚିହ୍ନଟ

Published By : Prameya | January 18, 2025 9:08 PM

ମାଲକାନଗିରି, ୧୮/୧(ଆପ୍ର ) : ମାଲକାନଗିରି ଜିଲ୍ଲା ସଦର ମହକୁମା ସତିଗୁଡା ଜଳଭଣ୍ଡାରରେ ବନ ବିଭାଗ ପକ୍ଷରୁ ପକ୍ଷୀ ଗଣନା କରାଯାଇଛି। ବନଖଣ୍ଡ ଅଧିକାରୀ ପ୍ରତାପ କୋଟାପଲ୍ଲୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ୩୦ରୁ ଉର୍ଦ୍ଧ୍ବ ବନାଧିକାରୀ ଏବଂ କର୍ମଚାରୀଙ୍କ ସହ ଭୁବନେଶ୍ୱରରୁ ଆସିଥିବା ଏକ୍ସପର୍ଟ ମାନଙ୍କ ଦ୍ୱାରା ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଚାରଟି ବୋଟରେ ଚାରଟି ଟିମ ଜଳଭଣ୍ଡାରର ଭିନ୍ନ ଭିନ୍ନ ଅଂଚଳକୁ ଯାଇ ଅତ୍ୟାଧୁନିକ କ୍ୟାମେରା, ବାଇନାକୁଲାର, ଡ୍ରୋନ କ୍ୟାମେରା ଇତ୍ୟାଦି ସାଥିରେ ନେଇ ଯେଉଁ ସବୁ ସ୍ଥାନରେ ପକ୍ଷୀ ମାନେ ଜଳ ମଧ୍ୟରେ ଥାଆନ୍ତି ସେହି ସବୁଅଂଚଳରେ ପୂର୍ବରୁ ତାଲିମ ପାଇଥିବା ଜ୍ଞାନ କୌଶଳ ପ୍ରୟୋଗ କରି ପକ୍ଷୀ ଗଣନା କରିଥିଲ। 

ସହକାରୀ ବନସଂରକ୍ଷକ ମୌସୁମୀ ଖେମୁଣ୍ଡୁ ପ୍ରକାଶ କରିଛ୍‌ନ୍ତି ଯେ, ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ସାମାନ୍ୟ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଛିା ଗତବର୍ଷ ୩୫୦୮ ଥିଲା ବେଳେ ଚଳିତ ବର୍ଷ ୩୫୧୭ ଟି ୩୪ଟି ପ୍ରଜାତିର ସ୍ୱଦେଶୀ ଓ ବିଦେଶୀ ପକ୍ଷୀ ଜଳଭଣ୍ଡାରକୁ ଆସିଛନ୍ତିା ସେମାନଙ୍କ ମଧ୍ୟରୁ ୫୪୨ଟି ପାଣି ଡୁବୁକି, ୪୯୮ ହଂସାରଳି, ୪୮୦ଟି ଛୋଟ ପାଣିକୁା, ୩୩୦ଟି କମନ ପୋଚାଡ, ଗାଟିଆ ଡୁବୁକି, ପାଣିବଗ, ରାଣୀ ବଗ, ବଡ ବଗ, ଖଇରାପିଛ, ଅଞ୍ଜିନା, ଗେଣ୍ଡାଳିଆ, ପ୍ରଭୃତି ସହ ୩୪ ପ୍ରଜାତିର ସ୍ୱଦେଶୀ ଓ ବିଦେଶୀ ପକ୍ଷୀ ଚିହ୍ନଟ କରା ଯାଇଛିା ସେତିମଧ୍ୟରୁ ୨୨ ପ୍ରଜାତିର ବିଦେଶୀ ପକ୍ଷୀ ହୋଇଥିବା ବେଳେ ୧୨ ପ୍ରକାରର ସ୍ୱଦେଶୀ ପକ୍ଷୀ ଚିହ୍ନଟ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି।ଏହି ଚଢେଇ ଗଣନାରେ ମାଲକାନଗିରି ରେଞ୍ଜର ରମେଶ ଚନ୍ଦ୍ର ରାଉତ ଓ ବନପାଳ, ବନରକ୍ଷୀ ବନ କର୍ମଚାରୀମାନେ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.