ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ମଣ୍ଡିରୁ ୩୦, ୪୨୪ ଚାଷୀଙ୍କ ଠାରୁ ୧୧, ୬୨, ୧୩୨ କୁଇଣ୍ଟାଲ ଧାନ କ୍ରୟ

Published By : Suraj Kumar | February 4, 2025 5:40 PM

ମାଲକାନଗିରି,୪/୨(ଆପ୍ର) :   ଡିସେମ୍ବର ୧୬ତାରିଖରେ ମାଲକାନଗିରି ଜିଲ୍ଲାରେ ଧାନ ମଣ୍ଡିର ଶୁଭାରମ୍ଭ କରିଥିଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ। ଗତ୪୮ଦିନ ମଧ୍ୟରେ ଜିଲ୍ଲା ର ବିଭିନ୍ନ ମଣ୍ଡିରୁ ୩୦, ୪୨୪ ଜଣ ଚାଷୀ ଙ୍କ ଠାରୁ ସୋମବାର ସୁଦ୍ଧା ୧୧ଲକ୍ଷ ୬୨ହଜାର ୧୩୨କୁଇଁଣ୍ଟାଲ ଧାନ କ୍ରୟ ହୋଇ ସାରିଲାଣି। ୨୮, ୮୮୧ ଜଣ ଚାଷୀଙ୍କ   ବ୍ୟାଙ୍କ ଖାତାରେ   ୨, ୪୮, ୩୨, ୫୯, ୫୧୫ ଟଙ୍କା ଜମା ହୋଇଥିବା ଜଣା ପଡିଛି।

  ଜିଲ୍ଲାରେ ଡିସେମ୍ବର ମାସ ୧୬ତାରିଖ ଠାରୁ ମଣ୍ଡି ଆରମ୍ଭ ହୋଇଛି। ଜିଲ୍ଲା ରେ ୨୯ମିଲର ଯୋଗାଣ ବିଭାଗ ସହ ଚୁକ୍ତି କରି ମଣ୍ଡିରୁ ଧାନ ଉଠାଇବା ଆରମ୍ଭ କରିଦେଇଛନ୍ତି।   ୧୧ଲକ୍ଷ ୮୫ହଜାର ୩୦୧କୁଇଣ୍ଟାଲ ଧାନ ମଣ୍ଡି ରେ କ୍ରୟ ହେବାର ଟାର୍ଗେଟ ଥିବା ବେଳେ ଇତି ମଧ୍ୟରେ ୧୧ଲକ୍ଷ ୬୨ହଜାର ୧୩୨କୁଇଣ୍ଟାଲ ଧାନ ମଣ୍ଡି ରେ ୩୦ହଜାର୪୨୪ଜଣ ଚାଷୀ ଙ୍କ ଠାରୁ ଧାନ କ୍ରୟ କରାଯାଇଛି। ୧୧ଲକ୍ଷ ୧୨ହଜାର ୧୪କୁଇଣ୍ଟାଲ ଧାନ ମଣ୍ଡିରୁ ମିଲର ମାନେ ଉଠାଇସାରିଛନ୍ତି। ୫୦ହଜାର୧୧୮ କୁଇଣ୍ଟାଲ ଧାନ ବିଭିନ୍ନ ମଣ୍ଡି ରେ ପଡିରହିଥିବାର  ଜିଲ୍ଲା ଯୋଗାଣ ବିଭାଗ ସୂତ୍ର ରୁ ଜଣା ପଡିଛି। ମଣ୍ଡି ଗୁଡିକ ରେ ଧାନ କ୍ରୟ ର ଟାର୍ଗେଟ ସରିବାକୁ ବସିଲାଣି ହେଲେ ଏ ପର୍ଯ୍ୟନ୍ତ ଚାଷୀଙ୍କୁ ଅଖା ଓ ସୁତୁଲି ଟଙ୍କା ମିଳି ନଥିବାର ଚାଷୀ ମାନେ ଅଭିଯୋଗ କରିଛନ୍ତି।

 ସରକାରଙ୍କ ନୂଆ ନିତି ଓ ଅତ୍ୟାଧୁନିକ ଗ୍ରେନ ଆନାଲାଇଜର ଯନ୍ତ୍ର ଚାଷୀ ଙ୍କ ପାଇଁ ହୋଇଛି କାଳ। ସରକାର ଧାନ କିଣାରେ ସ୍ଵଚ୍ଛତା ରକ୍ଷା କରିବାକୁ ଅନେକ ନିୟମ କରିଛନ୍ତି ।  କିନ୍ତୁ ଚାଷୀଙ୍କ ପାଇଁ ଏହି ନିୟମ ବର୍ତ୍ତମାନ ସମସ୍ୟା ସୃଷ୍ଟି କରିଛି। କେତେ ଦିନ ଧରି ଧାନକୁ ଖଳାରେ ଶୁଖାଇବୁ, ବର୍ଷା ଦାଉ ସାଜିଛି,ଧାନ ଚୋରି ସହ ଗାଈଗୋରୁ ପଶିବାର ସମ୍ଭାବନା ରହିଛି।  । ସରକାର କରିଥିବା ନିୟମକୁ ଦେଖିଲେ ଗୋଟିଏ ଦିନରେ  ଅଳ୍ପ କିଛି ଚାଷୀ ଧାନ ବିକ୍ରି କରିପାରିବେ | ମାଲକାନଗିରି ଜିଲ୍ଲା ରେ ଅଧିକାଂଶ ସମୟ ରେ ଲିଙ୍କ୍ ଫେଲ୍ ସମ୍ଭାବନା ରହୁଥିବାରୁ ମଣ୍ଡି କୁ ଗଲେ ସୁଦ୍ଧା ଧାନ ବିକ୍ରି ହେବାରେ ବିଳମ୍ବ ଘଟୁଛି ।  ଏମିତି ସ୍ଥିତିରେ ପୁରୁଣା ନିୟମ ଅନୁସାରେ ଧାନ ଉଠାଇବା ପାଇଁ ଚାଷୀ ଦାବି କରିଛନ୍ତି I  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.