ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଅବ୍ୟବସ୍ଥା ଭିତରେ ଚାଲିଛି ବିଣ୍ଡିପୁରୁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସ୍କୁଲରେ ନାହିଁ ପାଚିରୀ କି ଖେଳ ପଡିଆ

କଣାସ,୨୫/୦୭: ଶୋଚନୀୟ ଅବସ୍ଥାରେ ବିଦ୍ୟାଳୟ । ସ୍କୁଲରେ ନାହିଁ ପାଚିରି କି ଖେଳ ପଡିଆ । ବିପଦପୂର୍ଣ୍ଣ ଅବସ୍ଥାରେ ପୋଖରୀ ଓ ନାଳ ହୁଡ଼ାରେ ଖେଳୁଛନ୍ତି କୁନି କୁନି ପିଲା  । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ବିଣ୍ଡିପୁରୁ ସ୍ଥିତ ବିଣ୍ଡିପୁରୁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।

ସୂଚନା ଅନୁଯାୟୀ, ସୁରକ୍ଷାର ଚିହ୍ନ ବର୍ଣ୍ଣ ନାହିଁ ବିଣ୍ଡିପୁରୁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ନାହିଁ ଖେଳ ପଡିଆ, ନାହିଁ ବିଦ୍ୟାଳୟ ର ମୁଖ୍ୟ ଫାଟକ ସହ ନାହିଁ ସୁରକ୍ଷିତ ପାଚେରି । ସ୍କୁଲ ଟି ଗାଁ ନିକଟ ଏକ ଗୋଚର ଜଳାଶ୍ରୟ ରେ ନିର୍ମାଣ ହୋଇଛି । ତେଣୁ ବିପଦପୂର୍ଣ୍ଣ ଭାବରେ କୋମଳମତି ଛାତ୍ରଛାତ୍ରୀ ମାନେ ସ୍କୁଲର ଛାତ ଉପରେ ତ କିଏ ପାଖରେ ଥିବା ପୋଖରୀ ଓ ନାଳର ହୁଡା ଉପରେ ଖେଳୁଛନ୍ତି । ପୂର୍ବରୁ ରାଜ୍ୟ ସରକାର 5T ନାମରେ ସ୍କୁଲ ଗୁଡ଼ିକୁ ରୂପାନ୍ତରିତ କରିଥିବା ବେଳେ ଏହି ସ୍କୁଲର ଦୃଶ୍ୟ କିନ୍ତୁ ସମ୍ପୁର୍ଣ୍ଣ ଅଲଗା ।ସ୍କୁଲ୍‌ର ଚାରି ପାଖରେ ପାଚେରି ଏବଂ ଏକ ଭଲ ଖେଳ ପଡିଆ ପାଇଁ ଅଭିଭାବକ ତଥା ସ୍କୁଲର ପ୍ରଧାନ ଶିକ୍ଷକ ସରକାରଙ୍କୁ ନିବେଦନ କରିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.