ବଲାଙ୍ଗିର,୩୦/୫ : ଦିନ ଦ୍ଵିପ୍ରହରରେ ଗଞ୍ଜେଇ ଚୋରାଚାଲାଣ କରୁଥିବାବେଳେ ପୁଲିସ ଚଢଉ କରି ଜଣେ ଗଞ୍ଜେଇ ବେପାରୀକୁ କାବୁ କରିଛି । ବାଇକ୍ ଆଗ ପଛ ପଟେ ବୁଲା ବେପାରୀ ଭଳି ବ୍ୟାଗ ରଖି ଗଞ୍ଜେଇ ଚାଲାଣ କରୁଥିଲା। ଗଞ୍ଜେଇ ଚୋରା ଚାଲାଣ ହେଉଥିବାର ଖବରପାଇ ଦେଓଗାଁ ପୁଲିସ ଅଟକି ଥିଲା । ସେ ଆସିବା ମାତ୍ରେ ପୁଲିସ୍ କାବୁ କରିଥିଲା।
ବଲାଙ୍ଗିର ଜିଲ୍ଲା ଦେଓଗାଁ ପୁଲିସ ବାଇକରେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ଚଢଉ କରି ୧୦କେଜି ଗଞ୍ଜେଇ ସହ ଗୋଟିଏ ବାଇକ ଜବତ କରିଛି। ଗିରଫ ହୋଇଥିବା ଗଞ୍ଜେଇ ଚାଲାଣକାରୀ ଜଣକ ସଇଁତଳା ଥାନା କରମତଳା ଗାଁର ଜୀବନ ବାଗ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନାର ଘଣ୍ଟାପଡ଼ା ଗାଁରୁ ଗଞ୍ଜେଇ ନେଇ ସଇଁତଳା ଅଭିମୁଖେ ଗଞ୍ଜେଇ ବେପାରୀ ଜଣକ ଯାଇଥିଲା ବୋଲି ଦେଓଗାଁ ଥାନା ଅଧିକାରୀ ବୁଲୁ ମୁଣ୍ଡା ସୂଚନା ଦେଇଛନ୍ତି। ଦେଓଗାଁ ଅତିରିକ୍ତ ତହସିଲଦାର ସନ୍ତୋଷ ବେହେରା ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ରହିବା ପରେ ଜବତ ଗଞ୍ଜେଇକୁ ମାପ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୁଲିସ।